|
logo
Live

Argus News - ଆଣ୍ଟିବାୟୋଟିକ ବ୍ୟବହାର ଚୀନରେ ଆଣୁଛି କି କରୋନା ପରି ବିପଦ ?

International

ଆଣ୍ଟିବାୟୋଟିକ ବ୍ୟବହାର ଚୀନରେ ଆଣୁଛି କି କରୋନା ପରି ବିପଦ ?

Ritu Das
Browse all articles by Ritu Das
·2 years ago·2 min read
ଆଣ୍ଟିବାୟୋଟିକ ବ୍ୟବହାର ଚୀନରେ ଆଣୁଛି କି କରୋନା ପରି ବିପଦ ?

ଅର୍ଗସ ବ୍ୟୁରୋ: ଚୀନ୍ ପରେ କେତେକ ୟୁରୋପୀୟ ଦେଶ ମାନଙ୍କରେ  ମଧ୍ୟ ଚାଇନାରେ ଆରମ୍ଭ ହୋଇଥିବା ଓ୍ବାକିଂ ନିମୋନିଆକୁ ନେଇ ଚିନ୍ତା  ବଢିବାରେ ଲାଗିଛି। ଏହି ରୋଗ  ବିଷୟରେ ବିସ୍ତୃତ ଭାବରେ  ଚୀନ୍ ସୂଚନା ପ୍ରଦାନ କରିନଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ  ଏହାକୁ ସାର୍-କୋଭି-୨, ଆରଏସଏଭି, ସ୍ୱାଇନ୍ ଫ୍ଲୁ ଏବଂ ମାଇକ୍ରୋପ୍ଲାଜମା ନିମୋନିଆ ଭଳି ଏହା ଏକ ଶ୍ବାସ କ୍ରିୟାରେ ସଂକ୍ରମଣଜନିତ ରୋଗ ବୋଲି କୁହାଯାଇଛି। 

ସେଥିମଧ୍ୟରୁ ମାଇକୋପ୍ଲାଜ୍ମା ନିମୋନିଆର ଅଧିକ ମାତ୍ରାରେ ବୃଦ୍ଧି ପାଉଛି। ଏହି ଭାଇରସ ସଂକ୍ରମଣ ଯାହା କରୋନା ପରେ ପରେ ସୃଷ୍ଟି ହୋଇଥିବାର ଆଶଙ୍କା କରାଯାଉଥିଲା ତାହା ଏବେ ଲୋକଙ୍କୁ ସଂକ୍ରମିତ କରୁଥାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି। 

ଏହି ୱାକିଂ ନିମୋନିଆର ସଂକ୍ରମଣରେ ଫୁସଫୁସ ସଂକ୍ରମିତ ହେବା ଦ୍ବାରା ନିଃଶ୍ଵାସ ନେବାରେ ଅସୁବିଧା ହେବାସହ କାଶ, ଥଣ୍ଡା, ଜ୍ଵର ପରି ଲକ୍ଷଣ ପରିଲକ୍ଷିତ ହେଉଛି। ଚୀନର ଉତ୍ତରପୂର୍ବ ଅଞ୍ଚଳର ଲିୟାଓନିଙ୍ଗ ଅଞ୍ଚଳରେ ଥିବା ଅନେକ ଶିଶୁମାନଙ୍କ ମଧ୍ୟରେ ଏକ ରହସ୍ୟମୟୀ ରୋଗର ଏପରି ଅନେକ ଲକ୍ଷଣ ବ୍ୟାପିବାରେ ଲାଗିଛି । 
ତେବେ ଏହାରି ଭିତରେ ସ୍ବାସ୍ଥ୍ୟବିତ ମାନେ ଚୀନରେ କରୋନା କାଳରେ ଲୋକମାନେ ଅତ୍ୟଧିକ  ମାତ୍ରାରେ ଆଣ୍ଟି ବାଓଟିକ ବ୍ୟବହାର କରିବା ଏହି ଅଜଣା ରୋଗର କାରଣ ହୋଇଥାଇପାରେ ବୋଲି ଆଶଙ୍କା କରିଛନ୍ତି। ଆବଶ୍ୟକତା ଠାରୁ ଅଧିକ ଆଣ୍ଟିବାୟୋଟିକ ବ୍ୟବହାର ଵକାରଣରୁ ଶରୀରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇବା ଦ୍ବାରା ଶରୀରରେ ନିମୋନିଆ ପରି ଏହି ରୋଗ ସଂକ୍ରମଣ ହୋଇଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି। 
ଚାଇନାର ଯେଉଁ ଅଞ୍ଚଳରେ ଏହି ରହସ୍ୟମୟ ରୋଗ ଦେଖାଦେଇଛି ତାହା ରାଜଧାନୀ ବେଜିଙ୍ଗ ଠାରୁ ପ୍ରାୟ ୭୦୦ କିମି ଦୂରରେ ଅବସ୍ଥିତ । ଏପରି କିଛି ମାମଲା ରାଜଧାନୀ ବେଜିଙ୍ଗରେ ଦେଖାଯାଇଥିଲେ ମଧ୍ୟ ଲିୟାଓନିଙ୍ଗ ଏହି ରୋଗରେ ବେଶୀ ପ୍ରଭାବିତ ହୋଇଛି । ଚାଇନାରେ ବର୍ତ୍ତମାନ ଭୟଙ୍କର ସ୍ଥିତି, ଡାକ୍ତରଖାନାର କିଛି ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରୁ ସେଠିକାର ସ୍ଥିତି କେତେ ଗମ୍ଭୀର ତାରା ଅନୁମାନ କରାଯାଇ ପାରୁଛି । ଏହାରି ଭିତରେ ପୁଣି ଥରେ କରୋନା ପରି ଏକ ରୋଗ ମୁଣ୍ଡ ଟେକି ଠିଆ ହେବା ନେଇ ଲୋକଙ୍କ ମନରେ ଭୟ ପଶିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Sponsored
ଆଣ୍ଟିବାୟୋଟିକ ବ୍ୟବହାର ଚୀନରେ ଆଣୁଛି କି କରୋନା ପରି ବିପଦ ? | Argus News