Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ୟୁକ୍ରେନ ଯୁଦ୍ଧ ସହ ରହିଛି କି କିମଙ୍କ ହାତ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ୟୁକ୍ରେନ ଯୁଦ୍ଧ ସହ ରହିଛି କି କିମଙ୍କ ହାତ ?

ଅର୍ଗସ ବ୍ୟୁରୋ:  ବନ୍ଧୁତା ଦୁଇ କିମ୍ୱା ଅଧିକ ଲୋକଙ୍କ ମଧ୍ୟରେ ଥିବା ସ୍ନେହର ଏକ ସମ୍ପର୍କ। ବନ୍ଧୁତାର ସମ୍ପର୍କ ଯେକୌଣସି ଏକ ସଂଘଠାରୁ ମଧ୍ୟ ଶକ୍ତିଶାଳୀ ସମ୍ପର୍କ। ବନ୍ଧୁତା ଚିର ବର୍ତ୍ତମାନ । ସେ ହିଁ ବନ୍ଧୁ; ଯିଏ ଜୀବନ ସହ, ସମୟ ସହ ବାନ୍ଧି ହୋଇଯାଏ। ଆଉ ଆଜୀବନ ବନ୍ଧୁତା ନିର୍ବାହ କରୁଥାଏ ବର୍ତ୍ତମାନ ଏବଂ ଅବର୍ତ୍ତମାନରେ । ବନ୍ଧୁତା ପାଇଁ ବୟସ, ଲିଙ୍ଗ କି ପାତ୍ରର ବିଚାର ନ ଥାଏ। ମନକୁ ମନ ମିଳିଲେ, ବିଶ୍ୱାସ ଖୋଜି ପାଇଲେ, ସାହାରା ହେବାର ଶକ୍ତି ଟିକକ ପାଇଲେ ହିଁ ବନ୍ଧୁତା ଗଢ଼ି ହୋଇଯାଏ। ଠିକ ଏହିପରି ଏକ ବନ୍ଧୁତା ଦେଖିବାକୁ ମିଳିଛି ଦୁଇ ଦେଶ ମଧ୍ୟରେ। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ବନ୍ଧୁତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା। ଏହାସହ କୁହାଯାଉଛି କି ୟୁକ୍ରେନ ଯୁଦ୍ଧ ସହିତ ତାଙ୍କର ମଧ୍ୟ ସମ୍ପର୍କ ରହିଛି।

ତେବେ ଏହା କେତେଦୂର ଠିକ କି ଭୁଲ ତାହା ଜଣାପଡିନାହିଁ। ପୁଟିନ ଏବଂ କିମଙ୍କ ସମ୍ପର୍କ ଏମିତି ଯେ, ଉଭୟେ ପରସ୍ପରକୁ ପଠାଉଛନ୍ତି ସ୍ପେଶାଲ ଗିଫ୍ଟ। କିମ ଅର୍ଲୋଭ ଟ୍ରୋଟର ପ୍ରଜାତିର ଘୋଡାକୁ ବହୁତ ଭଲ ପାଆନ୍ତି। ସେ ଏହା ପୂର୍ବରୁ ମଧ୍ୟ ଚଢ଼ୁଥିବାର ନଜର ଆସିଛନ୍ତି। କିନ୍ତୁ ଏହି ସମୟରେ ଏଭଳି ଉପହାର ଅନେକ ଗୁରୁତ୍ୱ ବହନ କରେ। କାହିଁକି ନା ଋଷ ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ଦେଖୁଛି। କିଭଳି ଭାବରେ ଦୁଇ ଦେଶରେ ଯୁଦ୍ଧ ଏକ ବୟାବହ କାଣ୍ଡ ରଚିଛି। କୁହାଯାଉଛି କି କିମ ଜୋଙ୍ଗ ଉନ ୟୁକ୍ରେନ ଯୁଦ୍ଧ ପାଇଁ ନିଜର ଅସ୍ତ୍ରଶସ୍ତ୍ର ଭଣ୍ଡାର ଖୋଲିଦେଇଛନ୍ତି।

ଋଷକୁ ବିପୁଳ ପରିମାଣର ଗୋଳାବାରୁଦ ପଠାଯାଇଛି, ଯାହା ଦ୍ୱାରା ଏହା ୟୁକ୍ରେନ ସହିତ ଯୁଦ୍ଧ କରିପାରିବ। ପୁଟିନ ତାଙ୍କ ବନ୍ଧୁଙ୍କ ଏହି ଅନୁଗ୍ରହକୁ ତାଙ୍କୁ ଉପହାର ଦେଇ ପରିଶୋଧ କରିଛନ୍ତି। ସେ କୋରିଆର ସୁପ୍ରିମ ଲିଡର କିମ ଜୋଙ୍ଗ ଉନଙ୍କୁ ୨୪ ବିରଳ ପ୍ରଜାତିର ଘୋଡା ପଠାଇଛନ୍ତି। ଏଥିମଧ୍ୟରେ ୧୯ଟି ଘୋଡା ଏବଂ ୫ଟି ମାଈ ଘୋଡା ମଧ୍ୟ ରହିଛି। କିଛି ଦିନ ପୂର୍ବେ କିମଙ୍କୁ ଭେଟିବା ପାଇଁ ଉତ୍ତର କୋରିଆ ଯାଇଥିଲେ ପୁଟିନ। କିମ ଜୋଙ୍ଗ ଉନ ତାଙ୍କୁ ଏକ ପୁଙ୍ଗସାନ କୁକୁର ଉପହାର ଦେଇଥିଲେ। ଏହା ଏକ ଶିକାରୀ କୁକୁର, ଯାହା ବାଘମାନଙ୍କୁ ମଧ୍ୟ ଶିକାର କରିପାରିବ। ସେତେବେଳେ ପୁଟିନ କିମଙ୍କୁ ଉପହାର ଦେବା ପାଇଁ ତାଙ୍କ ସହିତ ଛେଳି ନେଇଥିଲେ। ତେବେ ଦୁଇ ବର୍ଷ ପୂର୍ବେ ୩୦ ଅର୍ଲୋଭ ଟ୍ରୋଟର୍ସ  ଗ୍ରହଣ କରିଥିଲେ କିମ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏକ ପ୍ରଚାର ଭିଡିଓରେ ଧଳା ଘୋଡା ଚଢ଼ୁଥିବାର ନଜର ଆସିଥିଲେ। ଯେଉଁ ଘୋଡା ଉତ୍ତର କୋରିଆର ଐତିହ୍ୟର ପ୍ରତୀକ। ଏହାର ନାମ ଚୋଲିମା ରଖାଯାଇଛି। କିମ ଚଢ଼ିଥିବା ଘୋଡା ମଧ୍ୟ ଉତ୍ତର କୋରିଆର ଐତିହ୍ୟର ପ୍ରତୀକ ଅଟେ। କାରଣ ଦେଶ ଏହାର 1950-53 ପରବର୍ତ୍ତୀ କୋରିଆ ଯୁଦ୍ଧର ଅର୍ଥନୈତିକ ପୁନରୁଦ୍ଧାର ପ୍ରୟାସକୁ ପୌରାଣିକ ଡେଣା ଘୋଡା ଚୋଲିମା ନାମରେ ନାମିତ କରିଥିଲା ​​|ଉତ୍ତର କୋରିଆର ଏକ ରକେଟ୍ ବୁଷ୍ଟରର ନାମ ମଧ୍ୟ ଚୋଲିମା -1 |କେବଳ ସେତିକି ନୁହେଁ, ଜୁନ୍ ମାସରେ କିମ ପୁଟିନଙ୍କୁ ଏକ ପଙ୍ଗସାନ କୁକୁର, ସ୍ଥାନୀୟ ଶିକାର କୁକୁର ପ୍ରଜାତିର ଉପହାର ଦେଇଥିଲେ, କାରଣ ନିକଟ ଅତୀତରେ ଦୁଇ ନେତାଙ୍କ ମଧ୍ୟରେ ବନ୍ଧନ ବଢ଼ିବାରେ ଲାଗିଛି। ପୁଟିନ ଅଗଷ୍ଟରେ କିମ 447 ଛେଳି ମଧ୍ୟ ଉପହାର ଦେଇଥିଲେ । ଏହି ଦୁହିଁଙ୍କ ବନ୍ଧୁତ୍ୱ ଦେଖିଲେ ଲାଗୁଛି କି, ସେ ଯାହା ବି ହେଉ ଆଜି ବି ବନ୍ଧୁତ୍ୱ ବଜାୟ ରହିଛି।

 

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Sponsored
Is Ukraine at war with Kim's hand? | Argus News