Pakistan ISI / ୨ ଆତଙ୍କୀ ସଂଗଠନର ମେଣ୍ଟ କରାଇଛି ISI, ଭାରତ ପାଇଁ ସତର୍କ ଘଣ୍ଟି

Key Points
ପୁଣି କାଶ୍ମୀରରେ ଆତଙ୍କୀ ଆକ୍ରମଣର ଯୋଜନା କରୁଛି କି ପାକିସ୍ତାନ ?
୨ ଆତଙ୍କୀ ସଂଗଠନର ମେଣ୍ଟ କରାଇଛି ISI
ଭାରତ, ଆଫଗାନିସ୍ତାନ ଉପରେ କରିପାରେ ହାମଲା
ବିଶେଷ ସୂତ୍ରରୁ ମିଳିଲା ବଡ ସୁରାକ୍
ପାକିସ୍ତାନର ବୃହତ୍ ଗୁପ୍ତଚର ସଂସ୍ଥା ISI ଦୁଇଟି ଆତଙ୍କବାଦୀ ସଂଗଠନର ମେଣ୍ଟ କରାଇଛି । ଯାହା ଭାରତ ପାଇଁ ଆଗାମୀ ଦିନରେ ଏକ ବଡ ଆକ୍ରମଣ କରିପାରେ ବୋଲି କୁହାଯାଉଛି । ଲସ୍କର ଇ ତୋଇବା ଏବଂ ଇସଲାମିକ ଷ୍ଟେଟ ଖୋରାସାନ୍ ପ୍ରୋଭିନ୍ସ ବା (ISKP) ଭଳି ଦୁଇଟି ଆତଙ୍କବାଦୀ ସଂଗଠନର ମେଳ କରାଇଛି ଆଇଏସଆଇ । ଯାହାର ମୂଳ ଲକ୍ଷ ହେଉଛି, ଆଫଗାନିସ୍ତାନ ଏବଂ ବଲୋଚିସ୍ତାନରେ ଅଶାନ୍ତି ସୃଷ୍ଟି କରିବା । ଆଉ ବିଶେଷ ଲକ୍ଷ ହେଉଛି , ଭାରତର ଜମ୍ମୁ କାଶ୍ମୀର ଉପରେ ପୁଣି ଆତଙ୍କବାଦୀଙ୍କ ଆକ୍ରମଣ କରିବା । ଉଭୟ ସଂଗଠନର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆଇଏସକେପି (ISKP) ସଂଗଠନର ସଂଯୋଜକ ମିର୍ ସାଫିକ୍ ମେଙ୍ଗଲ ଲସ୍କର ଇ ତୋଇବାର କମାଣ୍ଡର ରାଣା ମହମ୍ମଦକୁ ଏକ ବନ୍ଧୁକ ଉପହାର ଦେଉଛନ୍ତି । ତେବେ ଏହି ଗଣ୍ଠବନ୍ଧନ ପଛରେ ମୁଖ୍ୟ ହାତ ପାକିସ୍ତାନର ଆଇଏସଆଇ(ISI) ର ଥିବା କୁହାଯାଉଛି ।
ପାକିସ୍ତାନ ଅନେକ ଆତଙ୍କୀ ସଂଗଠନ ଗୁଡିକୁ ସମର୍ଥନ ଦେଇ ଆସୁଛି । ପୂର୍ବରୁ ଜୈଶ ଏ ମହମ୍ମଦ, ଲସ୍କର ଇ ତୋଇବା ଭଳି ଆତଙ୍କୀ ସଂଗଠନ ଗୁଡିକୁ ପ୍ରଶୟ ଦେଇ, ଭାରତ ଉପରେ ଅନେକ ଥର ଆତଙ୍କୀ ଆକ୍ରମଣ କରିବାକୁ ଚେଷ୍ଟା କରିଛି । ଯାହାକୁ ମୂଳରୁ ହଟାଇବାର ପ୍ରୟାସ କରି ଅପରେସନ ସିନ୍ଦୁର ଆରମ୍ଭ କରିଥିଲା ଭାରତ । ଏବେ ପୁଣି ପାକିସ୍ତାନ ନିଜର ଆତଙ୍କୀ ସଂଗଠନକୁ ମଜବୁତ କରାଇବା ପାଇଁ ଦୁଇ ଦଳର ମେଣ୍ଟ କରାଇଛି । ପୂର୍ବରୁ ଆଫଗାନିସ୍ତାନର ଆଇଏସକେପି(ISKP) ସଂଗଠନ ପାକିସ୍ତାନ ଉପରେ ଅନେକ ଥର ଆକ୍ରମଣ କରିଛି । ଏହାକୁ କାବୁ କରାଇବା ପାଇଁ ଏପରି ହାଇବ୍ରିଡ ନୀତି ଆପଣେଇଛି ପାକିସ୍ତାନ ।
ଅଧିକ ପଢନ୍ତୁ : ଟ୍ରମ୍ପଙ୍କ ବଡ଼ ଘୋଷଣା, ଇସ୍ରାଏଲ-ଗାଜା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଶାନ୍ତି ଚୁକ୍ତି ସ୍ବାକ୍ଷରିତ
📱 Get Argus News App
✨ସେହିପରି, ପାକିସ୍ତାନର ମୂଳ ଲକ୍ଷ ବଲୋଚିସ୍ତାନର ଆନ୍ଦୋଳନକୁ ନିଜ ଅଧିନକୁ ଆଣିବା । ବଲୋଚିସ୍ତାନରେ ଅନେକ ବର୍ଷଧରି ପାକିସ୍ତାନ ବିରୋଧରେ ଆନ୍ଦୋଳନ ଚାଲି ଆସୁଥିଲା । ପାକିସ୍ତାନ ସରକାରଙ୍କ ନୀତି ପ୍ରଶାସନକୁ ବିରୋଧ କରି ସେମାନେ ଏହି ଆନ୍ଦୋଳନ ବିଭିନ୍ନ ମାଧ୍ୟମରେ ଜାରି ରଖିଥିଲେ । ଯାହା ପାକିସ୍ତାନ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ଏବେ ପାକିସ୍ତାନ ଏହି ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ଏପରି ପ୍ଲାନ ଆରମ୍ଭ କରିଛି ।
ସେପଟେ ଭାରତର ଜମ୍ମୁ କାଶ୍ମୀରରେ ଅନେକ ଦିନ ଧରି ଆତଙ୍କୀ ଆକ୍ରମଣ କରି ଚାଲିଥିଲା ପାକିସ୍ତାନ । ଯାହାକୁ ଅପରେସନ ସିନ୍ଦୁର ଦ୍ଵାରା ଭାରତ ବନ୍ଦ କରିବାକୁ ଚେଷ୍ଟା କରିଥିଲା । ହେଲେ ପୁଣିଥରେ ନିଜର ଆତଙ୍କୀ ସଂଗଠନକୁ ସୁଦୃଢ କରି ପୁଣି ଆକ୍ରମଣ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ ।
ପୂର୍ବରୁ ଏହି ସଂଗଠନ ମାନେ ସୁଇସାଇଡ ବମ୍ ଆଟାକ୍ କରିଥାନ୍ତି । ଯାହାକୁ ସେମାନେ ଜିହାଦ୍ ବୋଲି କହିଥାନ୍ତି । ଏବେ ପୁଣି ଭାରତର କାଶ୍ମୀରରେ ଏହି ଆତଙ୍କୀ ସଂଗଠନ ସୁଇସାଇଡ ବମ୍ ଆଟାକ୍ କରିପାରେ ବୋଲି କୁହାଯାଉଛି । ଭାରତକୁ ଏନେଇ ଅଧିକ ସତର୍କ ହେବାର ଆବଶ୍ୟକତା ରହିଛି ।
ତେବେ ଏହି ଗଣ୍ଠବନ୍ଧନ ଦ୍ଵାରା ସେମାନେ ପାକିସ୍ତାନ ଉପରେ ମଧ୍ୟ ଆକ୍ରମଣ କରିପାରନ୍ତି ବୋଲି କୁହାଯାଉଛି । କାରଣ ପାକିସ୍ତାନର କିଛି ଆତଙ୍କୀ ସେମାନଙ୍କ ନିଜ ଦେଶର ଲୋକଙ୍କ ଉପରେ ମଧ୍ୟ ବମ୍ ପକାଇଥାନ୍ତି ।