Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅପୂର୍ବ ସଂଯୋଗ; 48 ବର୍ଷ ପୂର୍ବେ ରଥ ନିର୍ମାଣ ପାଇଁ ଅନୁମତି ଦେଇଥିଲେ ଟ୍ରମ୍ପ...ଆଉ ଏବେ

International

ଅପୂର୍ବ ସଂଯୋଗ; 48 ବର୍ଷ ପୂର୍ବେ ରଥ ନିର୍ମାଣ ପାଇଁ ଅନୁମତି ଦେଇଥିଲେ ଟ୍ରମ୍ପ...ଆଉ ଏବେ

Smruti Parija
Browse all articles by Smruti Parija
·1 year ago·2 min read
ଅପୂର୍ବ ସଂଯୋଗ; 48 ବର୍ଷ ପୂର୍ବେ ରଥ ନିର୍ମାଣ ପାଇଁ ଅନୁମତି ଦେଇଥିଲେ ଟ୍ରମ୍ପ...ଆଉ ଏବେ

Key Points

  • ଟ୍ରମ୍ପଙ୍କୁ ବଞ୍ଚାଇଦେଲେ ମହାପ୍ରଭୁ ଜଗନ୍ନାଥ 
  • ଜଗନ୍ନାଥଙ୍କ ପାଇଁ ପୁନର୍ଜନ୍ମ ପାଇଲେ ଡୋନାଲ୍ଡ ଟ୍ରମ୍ପ
  • ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା

ଅର୍ଗସ ବ୍ୟୁରୋ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ । ବାସ୍ତବରେ ଈଶ୍ୱର ଯାହାକୁ ଜୀବନ ଦେଇଛନ୍ତି, ତାକୁ ମୃତ୍ୟୁ ଦେବା ବି ତାଙ୍କରି ହାତରେ । ନିକଟରେ ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ସୌଭାଗ୍ୟ ବଶତଃ ବଞ୍ଚିଯାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏତେ ସାଙ୍ଘାତିକ ଆକ୍ରମଣ ପରେ ଟ୍ରମ୍ପ ବଞ୍ଚିଯାଇଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ସତ । ହେଲେ ଏହା ପଛରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ବୋଲି କୁହାଯାଉଛି । ଆଉ ତାଙ୍କର ପୁର୍ନଜନ୍ମ ହୋଇଛି ।

 

ଟ୍ରମ୍ପ ଓ ଜଗନ୍ନାଥଙ୍କୁ ନେଇ ରହିଛି ବିରାଟ ସଂଯୋଗ । ଆଜକୁ ଠିକ୍ 48 ବର୍ଷ ପୂର୍ବେ ଜୁଲାଇ ୧୯୭୬ରେ ଇସ୍କନ ଭକ୍ତମାନଙ୍କ ଦ୍ବାରା ପ୍ରଥମ କରି ନ୍ୟୁୟର୍କ ସହରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ କରାଯାଇଥିଲା। ହେଲେ ଇସ୍କନ ଶ୍ରଦ୍ଧାଳୁଙ୍କୁ ଜାଗା ମିଳିନଥିଲା । ଏଥିରେ ଦ୍ୱାର ଦ୍ୱାର ବୁଲି ସହଯୋଗ ଲୋଡିଥିଲେ ଇସ୍କନ ଶ୍ରଦ୍ଧାଳୁ । ହେଲେ କିଏ ବି ଏଥିରେ ସହଯୋଗ କରିନଥିଲେ । 

ସେତେବେଳେ ଇସ୍କନ ଶ୍ରଦ୍ଧାଳୁଙ୍କୁ କେହି ଜଣେ କହିଥିଲେ ଯେ ଟ୍ରମ୍ପ ଏକ ପୁରୁଣା ରେଳ ପ୍ରାଙ୍ଗଳ କିଣିଛନ୍ତି । ହୁଏ ତ ତାଙ୍କୁ ସହଯୋଗ ମାଗିଲେ ସେ କାଳେ ସହଯୋଗ କରିବେ । ଏ କଥା ଶୁଣିବା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ନୂତନ ଆଶା ସଂଞ୍ଚାର ହୋଇଥିଲା । ଖୁବ ଶ୍ରଦ୍ଧାରେ ଏକ ଚିଠି ଓ ହାତରେ ମହାପ୍ରସାଦ ଧରି ଟ୍ରମ୍ପଙ୍କୁ ଭେଟିବାକୁ ଗଲେ । ଚିଠି ପଢୁ ପଢୁ ତୁରନ୍ତ ଟ୍ରମ୍ପଙ୍କ ସେକ୍ରେଟାରୀ ସିଧା ସିଧା ମନା କଲେ । ଯେ ଟ୍ରମ୍ପ ଏଥିରେ କେବେ ବି ରାଜି ହେବେ ନାହିଁ । ତଥାପି ତମ ମାନଙ୍କ ଅନୁରୋଧ ମୁଁ ଟ୍ରମ୍ପଙ୍କ ନିକଟରେ ପହଞ୍ଚାଇବି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତିନି ଦିନ ପରେ ଇସ୍କନ ଶ୍ରଦ୍ଧାଳୁଙ୍କୁ ଖବର ଆସେ । ଆପଣମାନେ ଆସି ଦେଖା କରନ୍ତୁ । ପହଞ୍ଚୁ ପହଞ୍ଚୁ ବ୍ୟସ୍ତ ବିବ୍ରତ ହୋଇ ସେକ୍ରେଟାରୀ ଜଣଙ୍କ କହିଲେ...କଣ ହେଲା କେଜାଣି ଆପଣ ଛାଡି ଯାଇଥିବା ମହାପ୍ରସାଦ ଟ୍ରମ୍ପ ସେବନ କରିଥିଲେ । ଏବଂ ଚିଠି ପଢୁ ପଢୁ ତୁରନ୍ତ କହିଲେ ପୁରୁଣା ରେଳ ପ୍ରାଙ୍ଗଣରେ ରଥ ନିର୍ମାଣ ପାଇଁ ଅନୁମତି ଦିଆଯାଉ । ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରେଳ ପ୍ରାଙ୍ଗଣକୁ ମାଗଣାରେ ଦେବାକୁ ଚିଠିରେ ଦସ୍ତଖତ କରିଥିଲେ । ଏହାପରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଆରମ୍ଭ ହୋଇଥିଲା । ଏହି ପୁରା ଘଟଣା ପୁରା ଅଲୌକିକ ଥିଲା । ଯାହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବୋଲି କହିଥିଲେ ଶ୍ରଦ୍ଧାଳୁ । 

ଅତି ନିକଟରୁ ବୁଲେଟ୍‌ର ଫଟୋ କ୍ଲିକ୍‌ କରି ଚର୍ଚ୍ଚାରେ, ଜାଣନ୍ତୁ କିଏ... ?

ତେବେ ବିଶ୍ୱ ପାଳୁଛି ରଥଯାତ୍ରା । ଏହାରି ମଧ୍ୟରେ ଯେତେବେଳେ ଟ୍ରମ୍ପଙ୍କୁ ଆକ୍ରମଣ ହୋଇଛି ମହାପ୍ରଭୁ ଜଗନ୍ନାଥ ତାଙ୍କୁ ରକ୍ଷା କରିଛନ୍ତି ଆମେରିକାର ଜଣେ ବ୍ୟକ୍ତି ମ୍ୟାଟ୍ ୱାଲେସ୍ ତାଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି । ଏଥିରେ କମେଣ୍ଟ ଦେଇ ଇସ୍କନ କୋଲକାତାର ଉପସଭାପତି ତଥା‌ ପ୍ରବକ୍ତା ରାଧାରମଣ ଦାସ ଏକ ପୋଷ୍ଟ କରିଛନ୍ତି । ଈଶ୍ୱରୀୟ ଶକ୍ତି ଟ୍ରମ୍ପଙ୍କୁ ବଞ୍ଚାଇଦେଲା ବୋଲି ସେ ଉଲ୍ଲେଖ କରିଛନ୍ତି । ରାଧାରମଣ ନିଜ ଏକ୍ସରେ ସେଦିନର ମହାପ୍ରଭୁଙ୍କ ଲୀଳାକୁ ବର୍ଣ୍ଣନା କରିଛନ୍ତି । ଏହାପରେ ସୋସିଆଲ ମିଡିଆରେ ଜନଗନାଥଙ୍କୁ ନେଇ ଟ୍ରେଣ୍ଡ୍ ଆରମ୍ଭ ହୋଇଛି । ବହୁ ବିଦେଶୀ ନାଗରିକ, ଆମେରିକୀୟ ଜୟ ଜଗନ୍ନାଥ ଲେଖି ମହାପ୍ରଭୁଙ୍କ କୃପାକୁ ପ୍ରଶଂସା କରିଛନ୍ତି ।

୨୦ ବର୍ଷ ବୟସର ଯୁବକ କାହିଁକି ଟ୍ରମ୍ପଙ୍କୁ ମାରିଲା ଗୁଳି ?

 

Sponsored
iskcon-says-that-trump-life-was-saved-in-this-deadly-attack-because-of-lord-jagannatha | Argus News