Videos
|
International

ଇରାନ ଉପରେ ଘନଘନ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ, ଆଗକୁ ପରିସ୍ଥିତି ସାଂଘାତିକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଇରାନ ଉପରେ ଘନଘନ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ, ଆଗକୁ ପରିସ୍ଥିତି ସାଂଘାତିକ

Key Points

ଭୟାବହ ହେବାରେ ଲାଗିଛି ଇସ୍ରାଏଲ ଓ ଇରାନ ଯୁଦ୍ଧ

ଉଭୟ ଦେଶ ମଧ୍ୟରେ ସଂଘର୍ଷ ପଞ୍ଚମ ଦିନରେ

ଇରାନ ଉପରେ ଘନଘନ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ

ଦିନକୁ ଦିନ ଭୟାବହ ହେବାରେ ଲାଗିଛି ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ । ଉଭୟ ଦେଶ ମଧ୍ୟରେ ସଂଘର୍ଷ ପଞ୍ଚମ ଦିନରେ ପହଞ୍ଚିଛି । ଇରାନ ଉପରେ ଘନଘନ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ଇସ୍ରାଏଲର ମଧ୍ୟ ଦୃଢ ଜବାବ ଦେଉଛି ଇରାନ । ଏଯାବତ୍ ଇସ୍ରାଏଲର ଆକ୍ରମଣରେ ୨୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣରେ ଇସ୍ରାଏଲରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୯୨ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  


ଇସ୍ରାଏଲ ଇରାନର ବିଭିନ୍ନ ସାମରିକ ପ୍ରତିଷ୍ଠାନକୁ ମଧ୍ୟ ଟାର୍ଗେଟ କରିଛି । ସେପଟେ ଇରାନର ରାଜଧାନୀ ତେହେରାନର ବିଭିନ୍ନ ସ୍ଥାନକୁ ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ ସୂଚନା ଜାରି କରିଛି ଇସ୍ରାଏଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଅତ୍ୟନ୍ତ ଭୟଙ୍କର ରୂପ ନେଇଛି। G-7 ଶିଖର ସମ୍ମିଳନୀରୁ ଇରାନ ପାଇଁ ଏକ ଚେତାବନୀ ଆସିଛି। ଏଥର G-7 ଶିଖର ସମ୍ମିଳନୀ କାନାଡାରେ ଆୟୋଜିତ ହେଉଛି। G-7 ର ଶୀର୍ଷ ନେତାମାନେ ଏକ ମିଳିତ ବିବୃତ୍ତି ଜାରି କରି ତେହେରାନକୁ ଚେତାବନୀ ଦେଇଛନ୍ତି। G-7 ନେତାମାନେ କହିଛନ୍ତି, ଇରାନକୁ କେବେବି ପରମାଣୁ ଅସ୍ତ୍ର ତିଆରି କରିବାକୁ ଦିଆଯିବ ନାହିଁ। ଏହି ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଉପସ୍ଥିତ ଅଛନ୍ତି।

israel-attack-multiple-airstrikes-on-iran-situation-remains-critical | Argus News