Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ

Smruti Parija
Browse all articles by Smruti Parija
·1 year ago·2 min read
ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ

Key Points

  • ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ
  • ବାରମ୍ବାର ରକେଟ୍ ମାଡ
  • 10 ମାସର ଲମ୍ବା ଯୁଦ୍ଧରେ କେବେ ଲାଗିବ ବିରାମ

ଅର୍ଗସ ବ୍ୟୁରୋ: କେତେବେଳେ ଗାଜା ପଟ୍ଟି ଉପରେ ବିମାନ ଆକ୍ରମଣ ତ ପୁଣି କେତେବେଳେ ଗାଜା ସ୍କୁଲ ଉପରେ ରକେଟ୍ ମାଡ । ଗାଜା ଉପରେ ଇସ୍ରାଏଲର ଘନ ଘର ଆକ୍ରମଣରେ ଥର ହର ଗାଜାବାସୀ । କେତେବେଳେ ଯେ ଜୀବନ ଚାଲିଯିବ ତାହାର କିଛି ଠିକଣା ନାହିଁ । ହମାସ୍ ବିରୋଧର ଜାରି ରହିଥିବା ଇସ୍ରାଏଲର ଆକ୍ରମଣ ଦିନକୁ ଦିନ ଆହୁରି ତୀବ୍ର ହେଉଛି । 
ପୁଣି ଇସ୍ରାଏଲର ଗାଜା ଉପରେ ଆଟାକ୍ । ଗାଜାର ଏକ ସ୍କୁଲରେ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଗାଜାରେ ବିସ୍ଥାପିତ ଲୋକଙ୍କୁ ଆଶ୍ରୟ ଦେଇଥିବା ଏହି ସ୍କୁଲ ଉପରେ ହୋଇଥିବା ଆଟାକରେ ୧୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି । 

ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି । ସକାଳେ ନମାଜ ପଢ଼ୁଥିବା ବେଳେ ଏହି ଆଟାକ୍ ହୋଇଛି । ଫଳରେ ମସଜିଦ ଓ ପାଖରେ ଥିବା ସ୍କୁଲ ସମ୍ପୂର୍ଣ୍ଣ ରୂପେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ।  ସେପଟେ ଅଲ୍-ବାହିନ ସ୍କୁଲରେ ଥିବା ହମାସ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ରରେ ସକ୍ରିୟ ହମାସର ଆତଙ୍କବାଦୀ କମାଣ୍ଡ ସେଣ୍ଟରରେ ଏହି ଆଟାକ୍ ହୋଇଥିବା ଇସ୍ରାଏଲ କହିଛି ।
ଗଛ ସପ୍ତାହରେ ଗାଜାର 4 ଟି ସ୍କୁଲରେ ହମଲା ହୋଇଥିଲା । 

ଗତ 4 ଅଗଷ୍ଟରେ ଗାଜା ସହରରେ ବିସ୍ତାପିତ ଲୋକଙ୍କ ପାଇଁ ଆଶ୍ରୟ ସ୍ଥଳ ହୋଇଥିବାବେଳେ ଦୁଇଟି ସ୍କୁଲରେ ହମଲା ହୋଇଥିଲା । ଯେଉଁଥିରେ 30 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପୂର୍ବରୁ ହମାମା ସ୍କୁଲରେ ଆକ୍ରମଣରେ 17 ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଅଗଷ୍ଟ 1 ରେ ଦଲାଲ ଉଲ୍ ମଗରାବି ସ୍କୁଲରେ ଇସ୍ରାଏଲ ଆକ୍ରମଣରେ 15 ଜଣଙ୍କର ମୃତ୍ୟୁ ହୋଇଥିଲା । 

ତେବେ ବାରମ୍ବାର ଏପରି ଆକ୍ରମଣ କରିବା ପରେ ଏସ୍ରାଏଲର ଦାବି ଯେ, ପରିସର ଭିତରେ ଆତଙ୍କବାଦୀ ଅଛନ୍ତି । ଯେଉଁମାନେ ହମାସ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର୍ ଭାବରେ କାର୍ଯ୍ୟ କରୁଛନ୍ତି । 
7 ଅକ୍ଟୋବର, 2023...ପାଲେଷ୍ଟାଇନ, ଇସ୍ରାଏଲ ଉପରେ ଏକ ଆକ୍ରମଣ କରିଥିଲା । ଯେଉଁଥିରେ 12 ଶହ ଲୋକଙ୍କ ଜୀବନ ଯାଇଥିବାବେଳେ ଅନେକ ଲୋକଙ୍କୁ ବନ୍ଦୀ କରାଯାଇଥିଲା । ଯାହାର ଜବାବ ଇସ୍ରାଏଲ ଯୁଦ୍ଧ ଆକାରରେ ଦେଇଥିଲା । ଆଉ ଏହା ପରେ ଇସ୍ରାଏଲ ଲଗାତାର ସ୍କୁଲ ଓ ବଡ ବଡ ଅଟ୍ଟାଳିକା ଉପରେ ଆକ୍ରମଣ କରୁଛି । 

10 ମାସର ଲମ୍ବା ଯୁଦ୍ଧ ମଧ୍ୟରେ 40 ହଜାରରୁ ବି ଉର୍ଦ୍ଧ୍ୱ ପାଲେଷ୍ଟାଇନବାସୀଙ୍କ ଜୀବନ ଗଲାଣି । ହେଲେ ଯୁଦ୍ଧରେ ବିରାମ ଲାଗୁନି । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳାଙ୍କ ସଂଖ୍ୟା ଅଧିକ । ଏହାକୁ ନେଇ ସାରା ବିଶ୍ବରେ ଉଦବେଗ ପ୍ରକାଶ ପାଇଛି । ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଘନ ଘନ ଆକ୍ରମଣ କରାଯାଉଥିବାରୁ ହଜାର ହଜାର ଲୋକ ସେହି ଅଞ୍ଚଳ ଛାଡ଼ି ପଳାୟନ କରୁଛନ୍ତି । ଜାତିସଂଘ ଅନୁସାରେ ଗତ ୩ ଦିନ ଭିତରେ ୬୦ ହଜାରରୁ ଅଧିକ ଲୋକ ଗାଜାରୁ ୱେଷ୍ଟସାଇଡକୁ ପଳାୟନ କରିଛନ୍ତି ।
 

Sponsored
israel-attack-on-gaza | Argus News