Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପୁଣି ଇସ୍ରାଏଲର ଗାଜା ଉପରେ ଆଟାକ୍

International

ପୁଣି ଇସ୍ରାଏଲର ଗାଜା ଉପରେ ଆଟାକ୍

Smruti Parija
Browse all articles by Smruti Parija
·1 year ago
ପୁଣି ଇସ୍ରାଏଲର ଗାଜା ଉପରେ ଆଟାକ୍

ଅର୍ଗସ ବ୍ୟୁରୋ: ପୁଣି ଇସ୍ରାଏଲର ଗାଜା ଉପରେ ଆଟାକ୍ । ଗାଜାର ଏକ ସ୍କୁଲରେ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଗାଜାରେ ବିସ୍ଥାପିତ ଲୋକଙ୍କୁ ଆଶ୍ରୟ ଦେଇଥିବା ଏହି ସ୍କୁଲ ଉପରେ ହୋଇଥିବା ଆଟାକରେ ୧୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି । 

ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି ସକାଳେ ନମାଜ ପଢ଼ୁଥିବା ବେଳେ ଏହି ଆଟାକ୍ ହୋଇଛି । ଫଳରେ ମସଜିଦ ଓ ପାଖରେ ଥିବା ସ୍କୁଲ ସମ୍ପୂର୍ଣ୍ଣ ରୂପେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ।  ସେପଟେ ଅଲ୍-ବାହିନ ସ୍କୁଲରେ ଥିବା ହମାସ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ରରେ ସକ୍ରିୟ ହମାସର ଆତଙ୍କବାଦୀ କମାଣ୍ଡ ସେଣ୍ଟରରେ ଏହି ଆଟାକ୍ ହୋଇଥିବା ଇସ୍ରାଏଲ କହିଛି ।

ଆହୁରି ପଢନ୍ତୁ ବିଦେଶ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
israel-attack-on-gaza-100-people-died | Argus News