Videos
|
International

ଗାଜାରେ ପୁଣି ଇସ୍ରାଏଲ୍‌ କଲା ବଡ଼ ଧରଣର ଏୟାର ଷ୍ଟ୍ରାଇକ୍, ୬୬ ମୃତ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଗାଜାରେ ପୁଣି ଇସ୍ରାଏଲ୍‌ କଲା ବଡ଼ ଧରଣର ଏୟାର ଷ୍ଟ୍ରାଇକ୍, ୬୬ ମୃତ

ଯୁଦ୍ଧବିରତି ପରେ ଜୋରଦାର ଆକ୍ରମଣ । ଦୋହଲିଗଲା ଗାଜା । ଜାନୁଆରୀ ୧୯ରୁ ଆରମ୍ଭ ହୋଇଥିବା ଯୁଦ୍ଧବିରତି ପରେ ପୁଣି ଥରେ ଆକ୍ରମଣ ଶାଣିତ କରିଛି ଇସ୍ରାଏଲ୍ । ଗାଜା ପଟ୍ଟିରେ ହମାସକୁ ଟାର୍ଗେଟ୍ କରା ଯାଉଥିବା କହିଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ । ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ପ୍ରାୟ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।


ଇସ୍ରାଏଲ୍‌ର ଆକ୍ରମଣ ଭିତରେ ଗାଜାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ପବିତ୍ର ରମଦାନ ସମୟରେ ଏଭଳି ଆକ୍ରମଣ ହୋଇଛି । ଗାଜା ପଟ୍ଟିର ଏକାଧିକ ସ୍ଥାନରେ ଆକ୍ରମଣ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ଆକ୍ରମଣ ନେଇ ଇସ୍ରାଏଲ୍ ସେନା ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି । ଯେଉଁଥିରେ କୁହାଯାଇଛି, ଗାଜା ପଟ୍ଟିରେ ଥିବା ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରାଯାଉଛି ।


ଏହା ପୂର୍ବରୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ କାର୍ଯ୍ୟାଳଯ ପକ୍ଷରୁ ଏୟାର ଷ୍ଟ୍ରାଇକ୍ ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । ଯୁଦ୍ଧବିରତି ସମୟରେ ହମାସ ଏକାଧିକ ପଣବନ୍ଦୀଙ୍କୁ ଛାଡ଼ି ନଥିଲା । ଏପରିକି ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତାରେ ଦିଆ ଯାଇଥିବା ଏକାଧିକ ପ୍ରସ୍ତାବକୁ ଗ୍ରହଣ କରି ନଥିଲା ହମାସ୍ । ଏହା ପରେ ଇସ୍ରାଏଲ୍ ଆକ୍ରମଣକୁ ଶାଣିତ କରିଛି ।


ଆଇଡିଏଫ୍ କହିଛି, ହମାସ୍ ବିରୋଧରେ ଆକ୍ରମଣକୁ ଆହୁରି ଜୋରଦାର କରାଯିବ । ନେତନ୍ୟାହୁ କହିଛନ୍ତି, ଯୁଦ୍ଧବିରତି ଉଲ୍ଲଂଘନ ଓ ଚୁକ୍ତି ବଦଳାଇବା ଲାଗି ହମାସ୍ ସମ୍ପୂର୍ଣ୍ଣ ଭାବେ ଦାୟୀ । ସେପଟେ ଗାଜା ଉପରେ ଏୟାର ଷ୍ଟ୍ରାଇକ୍ ପୂର୍ବରୁ ଆମେରିକା ସହ ଇସ୍ରାଏଲ୍ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ହ୍ଵାଇଟ୍ ହାଉସ୍‌ର ଜଣେ ମୁଖପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଇସ୍ରାଏଲ୍-ହମାସ୍ ମଧ୍ୟରେ ଜାନୁଆରୀ ୧୯ରୁ ଆରମ୍ଭ ହୋଇଥିଲା ଯୁଦ୍ଧବିରତି । ଯେଉଁଥିରେ ହମାସ୍ ୩୩ ଇସ୍ରାଏଲ୍ ନାଗରିକଙ୍କ ସହ ୫ ଜଣ ଥାଇ ନାଗରିକଙ୍କୁ ମୁକ୍ତ କରିଥିଲା । ପ୍ରତି ବଦଳରେ ୨୦୦୦ ପାଲେଷ୍ଟାଇନ୍ ବନ୍ଦୀଙ୍କୁ ମୁକ୍ତ କରିଥିଲା ଇସ୍ରାଏଲ୍ । ଏବେ ହମାସ୍ କବଳରେ ୫୯ ଜଣ ପଣବନ୍ଦୀ ଥିବା ଇସ୍ରାଏଲ୍ କହୁଛି ।

Israel Begins Air Strikes On Gaza As Ceasefire Talks With Hamas Stall | Argus News