ଗତ ୫ ଦିନରେ ଇରାନର ଦ୍ବିତୀୟ ଚିଫ୍ ଅଫ ଆର୍ମି ଷ୍ଟାଫଙ୍କୁ ହତ୍ୟା କରାଯାଇଥିବା ଇସ୍ରାଏଲର ଦାବି

Key Points
ଥମୁନି ଇସ୍ରାଏଲ୍ ଓ ଇରାନ ଯୁଦ୍ଧ
ସଂଘର୍ଷ ପଞ୍ଚମ ଦିନରେ ପହଞ୍ଚିଛି
ଇରାନର ଚିଫ୍ ଅଫ ଆର୍ମି ଷ୍ଟାଫ୍ ଅଲ୍ଲି ସାଦମାନୀଙ୍କ ମୃତ୍ୟୁ
ଥମୁନି ଇସ୍ରାଏଲ୍ ଓ ଇରାନ ଯୁଦ୍ଧ। ଉଭୟ ଦେଶ ମଧ୍ୟରେ ସଂଘର୍ଷ ପଞ୍ଚମ ଦିନରେ ପହଞ୍ଚିଛି । ଇସ୍ରାଏଲ ଆକ୍ରମଣରେ ଇରାନର ଚିଫ୍ ଅଫ ଆର୍ମି ଷ୍ଟାଫ୍ ଅଲ୍ଲି ସାଦମାନୀଙ୍କ ମୃତ୍ୟୁ ହୋଇଛି । ଅଲ୍ଲି ସାଦମାନୀଙ୍କୁ ଏବେ ଏବେ ଚିଫ୍ ଅଫ ଆର୍ମି ଷ୍ଟାଫ୍ ଭାବେ ନିଯୁକ୍ତି ଦିଆଯାଇଥିଲା। ଗତ ୫ ଦିନରେ ଇରାନର ଦ୍ବିତୀୟ ଚିଫ୍ ଅଫ ଆର୍ମି ଷ୍ଟାଫଙ୍କୁ ହତ୍ୟା କରାଯାଇଥିବା ଇସ୍ରାଏଲ ସେନା ଦାବି କରିଛି ।
ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇକରେ ଇରାନରେ ଏଯାବତ୍ ୨୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇସ୍ରାଏଲ୍ ଆଟାକର ଦୃଢ ଜବାବ ଦେଉଛି ଇରାନ । ଏଯାବତ୍ ଇସ୍ରାଏଲର ୨୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୯୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେପଟେ ଇରାନର ରାଜଧାନୀ ତେହେରାନର ବିଭିନ୍ନ ସ୍ଥାନକୁ ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ ସୂଚନା ଜାରି କରିଛି ଇସ୍ରାଏଲ । ଅନ୍ୟପଟେ ଇରାନ-ଇସ୍ରାଏଲ ଘମାସାନ ମଧ୍ୟରେ ଇରାନ୍ରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଆରମ୍ଭ ହୋଇଛି ଅପରେସନ୍ ।
📱 Get Argus News App
✨ଆର୍ମେନିଆ ରାସ୍ତାରେ ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ । ଇରାନ୍ରୁ ପ୍ରଥମ ଦଳ ଆଜି ରାତିରେ ଆର୍ମେନିଆରେ ପହଞ୍ଚିବେ । ପ୍ରଥମ ଦଫାରେ ଇରାନ୍ରୁ ଫେରୁଛନ୍ତି ୧୦୦ ଜଣ ଭାରତୀୟ । ଇରାନ୍ରେ ଥିବା ଭାରତୀୟଙ୍କ ଲାଗି MEA ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ଏହା ସହ ତୁରନ୍ତ ଇରାନର ରାଜଧାନୀ ତେହରାନ୍ ଛାଡ଼ିବାକୁ ଭାରତୀୟମାନଙ୍କୁ ପରାମର୍ଶ ଦେଇଛି । ସହର ବାହାରେ ସୁରକ୍ଷିତ ସ୍ଥାନରେ ରହିବାକୁ ଅପିଲ୍ କରିଛି ବୈଦେଶିକ ବ୍ୟାପର ମନ୍ତ୍ରାଳୟ ।