Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗାଜାର ସବୁଠୁ ବଡ଼ ଶରଣାର୍ଥୀ ଶିବିରରେ ଘନ ଘନ ରକେଟ ମାଡ଼

International

ଗାଜାର ସବୁଠୁ ବଡ଼ ଶରଣାର୍ଥୀ ଶିବିରରେ ଘନ ଘନ ରକେଟ ମାଡ଼

Smruti Parija
Browse all articles by Smruti Parija
·2 years ago·1 min read
ଗାଜାର ସବୁଠୁ ବଡ଼ ଶରଣାର୍ଥୀ ଶିବିରରେ ଘନ ଘନ ରକେଟ ମାଡ଼

ଅର୍ଗସ ବ୍ୟୁରୋ:  ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଭୂମିରୁ ସାମ୍ନାକୁ ଆସିଛି ଛାତି ଥରାଇଦେଲା ଭଳି ତଥ୍ୟ । ଗାଜା ସବୁଠୁ ବଡ଼ ଶରଣାର୍ଥୀ ଶିବିରରେ ହୋଇଛି ଘନ ଘନ ରକେଟ ମାଡ଼ । ଶତାଧିକ ଜୀବନ ହାରିଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି ଆକ୍ରମଣରେ 50ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିପାତ ହୋଇଥିବା ଦାବି କରିଛି ଇସ୍ରାଏଲି ଡିଫେନ୍ସ ଫୋର୍ସ । 

ଏହି ଏୟାର ଷ୍ଟ୍ରାଇକରେ ଅକ୍ଟୋବର 7ର ଇସ୍ରାଏଲ ଆଟାକ ସହ ଲିଙ୍କ ଥିବା ହମାସ କମାଣ୍ଡରଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଇସ୍ରାଏଲି ସେନା । ଏହି ଘଟଣାରେ ହମାସ ପ୍ରତିଶୋଧ ପରାୟଣ ହୋଇଛି । ହାମାସର ସାମରିକ ୱିଙ୍ଗ୍ ଏଜେଡାଇନ୍ ଅଲ-କାସମ ବ୍ରିଗେଡ୍ସ ପରୋକ୍ଷରେ ଇସ୍ରାଏଲି ସେନାକୁ ଚେତାବନୀ ଦେଇଛି । କୌଣସି ବିଧିବଦ୍ଧ ବିବୃତି ଜାରି କରିନଥିଲେ ମଧ୍ୟ ଗାଜାକୁ ଇସ୍ରାଏଲ୍ ସୈନ୍ୟବାହିନୀଙ୍କ ପାଇଁ କବରସ୍ଥାନରେ ପରିଣତ କରିବାକୁ ଚେତାବନୀ ଦେଇଛି ଅଲ-କାସମ ବ୍ରିଗେଡ୍ସ । 

ଗାଜାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ନେଇ ରିପୋର୍ଟ ଜାରି କରିବାର କିଛି ଘଣ୍ଟା ପରେ ଏହି ଆକ୍ରମଣ କରାଯାଇଛି । ରିପୋର୍ଟ ଅନୁଯାୟୀ ଗାଜାରେ ମୃତ୍ୟୁ ସଂଖ୍ୟା 8 ହଜାର 525 ଛୁଇଁଛି । ଯେଉଁଥିରେ 3 ହଜାର 452 ଶିଶୁଙ୍କ ସମେତ 2 ହଜାର 187 ମହିଳା ଜୀବନ ହାରିଛନ୍ତି । ଏ ସବୁ ଭିତରେ ଆସନ୍ତା ଶୁକ୍ରବାର ପୁଣିଥିରେ ଇସ୍ରାଏଲ ଗସ୍ତରେ ଯାଉଛନ୍ତି ଆମେରିକାର ସେକ୍ରେଟାରୀ ଅଫ୍ ଷ୍ଟେଟ୍ ଆଣ୍ଟୋନି ବ୍ଲିଙ୍କେନ୍ । ଇସ୍ରାଏଲ ଅଧିକାରୀଙ୍କ ସହ ଯୁଦ୍ଧ ରୋକିବା ନେଇ ଆଲୋଚନା କରିପାରନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଦେଶ ଖବର ଆହୁରି ପଢନ୍ତୁ

Sponsored
Israel-Gaza War LIVE Updates: 940 children reported missing in Gaza,’ says UNICEF | Argus News