Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୧୯ରୁ ଆରମ୍ଭ ହେବ ଇସ୍ରାଏଲ୍-ହମାସ୍ ଅସ୍ତ୍ରବିରତି, କ୍ରେଡିଟ୍ ନେବ କିଏ ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
୧୯ରୁ ଆରମ୍ଭ ହେବ ଇସ୍ରାଏଲ୍-ହମାସ୍ ଅସ୍ତ୍ରବିରତି, କ୍ରେଡିଟ୍ ନେବ କିଏ ?

Key Points

ଥମିବ ୧୫ ମାସର ଯୁଦ୍ଧ

ମୁକ୍ତ ହେବେ ପଣବନ୍ଦୀ

ସାବାସୀ ନେବ କିଏ ?

ଅର୍ଗସ ବ୍ୟୁରୋ: ଦୀର୍ଘ ୧୫ ମାସ ଧରି ଇସ୍ରାଏଲ୍-ଗାଜା ମଧ୍ୟରେ ଚାଲିଥିବା ଯୁଦ୍ଧ ଜାନୁଆରୀ ୧୯ ରବିବାର ବନ୍ଦ ହେବ । ୨ ଦେଶ ମଧ୍ୟରେ ଅସ୍ତ୍ରବିରତି ଓ ବନ୍ଧକଙ୍କୁ ମୁକ୍ତ ଲାଗି ଚୁକ୍ତି ସରିଛି । କତାର ପ୍ରଧାନମନ୍ତ୍ରୀ ମୋହମ୍ମଦ ବିନ ଅବ୍ଦୁଲ ରହମାନ ବିନ ଜସିମ ଅଲ-ଥାନି ବୁଧବାର ଅସ୍ତ୍ରବିରତି ନେଇ ସୂଚନା ଦେଇଛନ୍ତି ।


ଯୁଦ୍ଧବିରତି ନେଇ ବିଗତ କିଛି ସପ୍ତାହ ହେଲା କତାର ରାଜଧାନୀ ଦୋହାରେ ଆଲୋଚନା ଚାଲିଥିଲା । ଆଲୋଚନାରେ ଇଜିପ୍ଟ ସହ ଆମେରିକା ବି ସାମିଲ୍ ଥିଲା । ବୁଝାମଣା ଅନୁସାରେ, ହମାସ୍ ରଖିଥିବା ଇସ୍ରାଏଲର ପଣବନ୍ଦୀଙ୍କୁ ମୁକ୍ତ କରିବ । ପ୍ରତିବଦଳରେ ଇସ୍ରାଏଲ୍ ବି ହମାସର ଲୋକଙ୍କୁ ଛାଡ଼ିବ ।


ସୂଚନା ଅନୁସାରେ, ହମାସ୍ ଓ ଇସ୍ରାଏଲର ପ୍ରତିନିଧି ସହ ବୁଧବାର କତାର ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପରେ ଚୁକ୍ତି ହୋଇଛି । ତେବେ ହମାସ୍-ଇସ୍ରାଏଲ୍ ଅସ୍ତ୍ରବିରତିକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଓ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆରମ୍ଭ ହୋଇଛି କ୍ରେଡିଟ୍ ୱାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆମେରିକାରେ କ୍ରେଡିଟ୍ ୱାର ଭିତରେ ଗାଜାରେ ଇସ୍ରାଏଲ୍‌ର ଘନ ଘନ ଆକ୍ରମଣ ଜାରି ରହିଛି । ରିପୋର୍ଟ ଅନୁସାରେ, ଇସ୍ରାଏଲ୍‌ର ଆକ୍ରମଣରେ ଗୁରୁବାର ଗାଜାରେ ୪୦ ଜଣ ପ୍ରାଣ ହରାଇଛନ୍ତି । ବୁଧବାର ବାଇଡେନ୍ ହ୍ଵାଇଟ୍ ହାଉସରେ ଦେଇଥିବା ବିଦାୟୀ ଭାଷଣରେ କହିଛନ୍ତି, ଅସ୍ତ୍ରବିରତି ଲାଗି ଆମର କୂଟନୀତିକ ପ୍ରୟାସ ଜାରି ଥିଲା । ଏହି ନିଷ୍ପତ୍ତି ହମାସ୍ ଉପରେ ଚାପ ପକାଇବା ସହ କ୍ଷେତ୍ରୀୟ ସମୀକରଣରେ ପରିବର୍ତ୍ତନ ଆଣିବ ।


ସେପଟେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଡୋନାଲ୍ଡ ଟ୍ରମ୍ପ ଲେଖିଛନ୍ତି, ଏହି ଚୁକ୍ତି ମୋ ପ୍ରଶାସନର ଶାନ୍ତି ସ୍ଥାପନ ଓ ଆମେରିକା ଏବଂ ସହଯୋଗୀଙ୍କ ସୁରକ୍ଷା ସୁନିଶ୍ଚିତ ପାଇଁ କରୁଥିବା ପ୍ରୟାସର ପ୍ରମାଣ । ଆମେରିକାରେ କ୍ରେଡିଟ୍ ୱାର ଭିତରେ ଯୁଦ୍ଧ ବନ୍ଦ ହେଲେ ଇସ୍ରାଏଲ୍ ସେନା ଗାଜା ସୀମାରୁ ୭୦୦ ମିଟର ଦୂର ନିଜ ଅଞ୍ଚଳକୁ ପଳାଇବ । ତେବେ ଇସ୍ରାଏଲ୍ କ୍ୟାବିନେଟ୍‌ର ଅସ୍ତ୍ରବିରତିକୁ ମଞ୍ଜୁରୀ ପରେ ତୁରନ୍ତ ବନ୍ଦ ହେବ ଯୁଦ୍ଧ ।

Sponsored
Israel Gaza War, Who Will Take Credit Trump Or Biden | Argus News