Israel Iran war ; ଉପସ୍ଥାପିକା ଖବର ପଢିବା ବେଳେ ଫୁଟିଲା ବୋମା

Key Points
ଇରାନ୍ର ଏହି ଷ୍ଟୁଡିଓରେ ଲାଇଭ ଟେଲିକାଷ୍ଟ ଚାଲିଥିବା ସମୟରେ ଇସ୍ରାଏଲ ପକ୍ଷରୁ ଷ୍ଟୁଡିଓରେ ବୋମା ବିସ୍ଫୋରଣ କରାଯାଇଥିଲା । ଏହି ସମୟରେ ଉପସ୍ଥାପିକା ଜଣକ ଚେୟାର ଉଠି ଦୌଡିବାକୁ ଲାଗିଥିଲା । ଯାହାର ସମ୍ପୂର୍ଣ୍ଣ ଭିଡିଓ ଏବେ କ୍ୟାମେରାରେ କଏଦ କରାଯାଇଛି ।
ଇରାନରେ ଉପସ୍ଥାପିକା ଖବର ପଢିବା ବେଳେ ଫୁଟିଲା ବୋମା । ଇସଲାମିକ ରିପବ୍ଲିକ ଅଫ ଇରାନ୍ ବୋଡକାଷ୍ଟର ଏହି ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇରାନ୍ର ଏହି ଷ୍ଟୁଡିଓରେ ଲାଇଭ ଟେଲିକାଷ୍ଟ ଚାଲିଥିବା ସମୟରେ ଇସ୍ରାଏଲ ପକ୍ଷରୁ ଷ୍ଟୁଡିଓରେ ବୋମା ବିସ୍ଫୋରଣ କରାଯାଇଥିଲା । ଏହି ସମୟରେ ଉପସ୍ଥାପିକା ଜଣକ ଚେୟାର ଉଠି ଦୌଡିବାକୁ ଲାଗିଥିଲା । ଯାହାର ସମ୍ପୂର୍ଣ୍ଣ ଭିଡିଓ ଏବେ କ୍ୟାମେରାରେ କଏଦ କରାଯାଇଛି । ତେବେ ଏପରି ବିସ୍ଫୋରଣ କରିବା ପୂର୍ବରୁ ଇସ୍ରାଏଲର ଡିଫେନ୍ସ ଫୋର୍ସ ଇରାନର ରାଜଧାନୀ ତେହେରାନକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା । ୧୬ ଜୁନ୍ରେ ଇସ୍ରାଏର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଥିଲେ ଯେ, ଇରାନର ରାଜଧାନୀ ତେହେରାନ ଏବେ ଇସ୍ରାଏଲର କଏଦରେ ରହିଛି । ସେ କହିଥିଲେ, ଆମେ ଇରାନର ମିସାଇଲ ନ୍ୟୁକ୍ଲିୟାର ଏବଂ ବାଲାଷ୍ଟିକ ମିସାଇଲକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ପୁରା ପ୍ରସ୍ତୁତ ଅଛୁ ।
ତେବେ ଷ୍ଟୁଡିଓରେ ଏପରି ଆକ୍ରମଣ ପରେ ଇସ୍ରାଏଲ ମିଲାଟରୀ ପକ୍ଷରୁ କୁହାଯାଇଛି , ଇରାନର ସଶସ୍ତ୍ର ବଳ ଏହି ସେଣ୍ଟରର ବ୍ୟବହାର ନାଗିରକଙ୍କ ନାଁରେ ମିଲିଟାରୀ ଅପରେସନ ପାଇଁ ବ୍ୟବହାର କରାଯାଉଥିଲା । କିନ୍ତୁ ଏ ଘଟଣାର କୌଣସି ସଠିକ ପ୍ରମାଣ ମିଳିନାହିଁ । ଏଥିସହ ସେ ଏହାମଧ୍ୟ କହିଛନ୍ତି, ଏହି ଆକ୍ରମଣ ବହୁତ ଯାଞ୍ଚ କରି କରାଯାଇଛି । ଯାହାଦ୍ଵାରା ଖୁବ କମ କ୍ଷତି ହିଁ ହେବ । ଦୁଇ ଦେଶରେ ଦିନକୁ ଦିନ ଏପରି ଆକ୍ରମଣ ବଢିବାରେ ଲାଗିଛି ।
Footage showing strikes moments ago by the Israeli Air Force on the studios and offices of the Iranian state-run broadcaster IRIB in Tehran. pic.twitter.com/V5sBiyEM6p
— OSINTdefender (@sentdefender) June 16, 2025