Israel Iran war / ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁ ଭାରତ ଉପରେ ପଡ଼ିବ ବଡ଼ ପ୍ରଭାବ ଜାଣନ୍ତୁ...

Key Points
ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁ ଭାରତ ଉପରେ ପଡ଼ିବ ବଡ଼ ପ୍ରଭାବ ଜାଣନ୍ତୁ...
ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ପରେ ଏବେ ଇରାନରେ ବଡ଼ ଧରଣର ହଲଚଲ । ସେପଟେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ଆହୁରି ତୀବ୍ର କରିଥିବା ବେଳେ ଏହାର କଡ଼ା ଜବାବ ଦିଆଯିବ ବୋଲି କହିଛି ଇରାନ । ଇସ୍ରାଏଲ୍ ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛି ଇରାନ । ତେଲ୍ ଆଭିଭ୍ରେ ଇରାନର ଏକ ମିସାଇଲ୍ ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି ।
ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁ ଭାରତ ଉପରେ ପଡ଼ିବ ବଡ଼ ପ୍ରଭାବ । ଭାରତର ଆମଦାନୀ ଉପରେ ଏହାର ପ୍ରଭାବ ପଡ଼ିବ । ଭାରତ ଆବଶ୍ୟକ କରୁଥିବା ଅଶୋଧିତ ତୈଳର ୮୦% ରୁ ଅଧିକ ଅନ୍ତର୍ଜାତୀୟ ଉତ୍ସ ଉପରେ ନିର୍ଭର କରେ । ଯାହା ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ। ଜଳପଥ ପରିବହନରେ ବାଧା ଉପୁଜିଲେ ଇନ୍ଧନ ଦର ଏବଂ ଆମଦାନୀ ଖର୍ଚ୍ଚରେ ବହୁତ ବଢ଼ିଯିବ ।
ପରିବହନ ବା ଲଜିଷ୍ଟିକ୍ସ ଖର୍ଚ୍ଚ ବଢ଼ିବା ଫଳରେ ମଧ୍ୟବର୍ତ୍ତୀକାଳୀନ ପଣ୍ୟ ଦ୍ରବ୍ୟ ଯୋଗାଣରେ ବିଳମ୍ବ ଘଟିବ। ଭାରତର ରପ୍ତାନି ଉପରେ ବି ପ୍ରଭାବ ପଡ଼ିବ । ମଧ୍ୟପ୍ରାଚ୍ୟର ସାମୁଦ୍ରିକ ପଥଗୁଡ଼ିକ ୟୁରୋପ ଏବଂ ଉତ୍ତର ଆମେରିକାକୁ ସଂଯୋଗ କରୁଥିବାରୁ ରପ୍ତାନି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜାହାଜ ଚଳାଚଳ ଏବଂ ବୀମା ଖର୍ଚ୍ଚ ବଢ଼ିବା ଫଳରେ ଗାର୍ମେଣ୍ଟ, କେମିକାଲ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନିରେ ବିଳମ୍ବ ହେବ। ଭାରତ ଇସ୍ରାଏଲରୁ ଉଚ୍ଚ-ବୈଷୟିକ ଏବଂ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ କରେ। ଯୁଦ୍ଧ ଯୋଗୁ ଏହା ପ୍ରଭାବିତ ହେବ ।
ଇରାନ ଉପରେ ଥିବା କଟକଣା ଭାରତୀୟ ବାଣିଜ୍ୟକୁ ସୀମିତ ରଖିଛି । ଯେଉଁଥିରେ ବାସୁମତୀ ଚାଉଳ ଏବଂ ପେଟ୍ରୋକେମିକାଲ୍ ସାମଗ୍ରୀ ସାମିଲ। ପରିବହନ ବାଧା ଏବଂ ଅର୍ଥ ପୈଠ ଅନିଶ୍ଚିତତା ଯୋଗୁଁ ରପ୍ତାନି କାର୍ଯ୍ୟରେ ଅଧିକ ବିଳମ୍ବ ଘଟିବ। ହର୍ମୁଜ ପ୍ରଣାଳୀରେ ବାଧା ସୃଷ୍ଟି ହେଲେ ଭାରତର ୫୦ ପ୍ରତିଶତ ତୈଳ ଆମଦାନୀ ବିପଦରେ ପଡ଼ିବ। ରେଡ୍ ସି ଏବଂ ଉପସାଗରୀୟ ସାମୁଦ୍ରିକ ପଥ ବଦଳରେ ବିକଳ୍ପ ଦୀର୍ଘ ପଥ ବ୍ୟବହାର କରିବାକୁ ପଡ଼ିବ ।
ଫଳରେ ମାଲ ପରିବହନ ଶୁଳ୍କ ବୃଦ୍ଧି ପାଇବ। ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଦାମ୍ ଉପରେ ଏହାରକ ପ୍ରଭାବ ପଡ଼ିବ । ଦରଦାମ ବୃଦ୍ଧି ଯୋଗୁ ଭାରତୀୟ ବଜାରରେ ଅସ୍ଥିରତା ଦେଖାଦେଇପାରେ । ମୁଦ୍ରାସ୍ଫୀତି, ଟଙ୍କାର ମୂଲ୍ୟ ଏବଂ ନିବେଶକଙ୍କ ବିଶ୍ୱାସ ଉପରେ ପ୍ରଭାବ ପକାଇବ।
📱 Get Argus News App
✨Related Topics
Explore more stories