Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍

Smruti Parija
Browse all articles by Smruti Parija
·1 year ago·2 min read
ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍

ଅର୍ଗସ ବ୍ୟୁରୋ: ଯୁଦ୍ଧ ..ବିନାଶକାରୀ ଯୁଦ୍ଧ...ନା ହଟିବ ନା ଝୁକିବ...ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ୍..ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡର ଙ୍କୁ ଖୋଜି ଖୋଜି ଧ୍ବସ କରୁଛି ଇସ୍ରାଏଲୀ ସେନା...ହିଜବୁଲ୍ଲାର ହର୍ତା କର୍ତ୍ତା ନସରୁଲ୍ଲାର ଜନାଜା ଉଠିବା ପୂର୍ବରୁ ତା ଗାଦିରେ ବସିଥିବା ତା ଭାଇ ସୈଫୁଉଦ୍ଦିନ ବି ଢେର୍ । ବଙ୍କର ଭିତରେ ଲୁଚିରହିଥିବା ବେଳେ ମିସାଇଲ୍ ମାଡରେ ଚକଣା ଚୁର୍ ହେଲା ବଙ୍କର ଆଉ ହିଜବୁଲ୍ଲାର ୭ ଦିନର ଟପ୍ ଲିଡର୍ ଶେଷ...ଇସ୍ରାଏଲ ପକ୍ଷରୁ ସୈଫୁଦ୍ଦିନ୍ ଶେଷ ହେବା ନେଇ ଷ୍ଟେଟମେଣ୍ଟ ଜାରୀ ହୋଇସାରିଛି କିନ୍ତୁ ସୈଫୁଦ୍ଦିନ୍ ର ମୃତ୍ୟୁ କୁ ନେଇ ହିଜବୁଲ୍ଲା ସ୍ପଷ୍ଟ କରିନି । 

ଅନ୍ୟପଟେ ଇସ୍ରାଏଲ୍ ଉପରେ  ମିସାଇଲ୍ ମାଡ଼ କରି ଇସ୍ରାଏଲ୍ କୁ ତତାଇଛି  ଇରାନ । ଏବେ ଆରମ୍ବ ହୋଇଛି ଟକ୍କର  ଇସ୍ରାଏଲ ଏବେ ପ୍ରତିଜବାବ ଦେବା ପାଇଁ ଶପଥ ନେଇସାରିଛି । କୌଣସି ବି ସମୟରେ ଏହି ମୋର୍ଚ୍ଚାକୁ ଅନ୍ କରିପାରନ୍ତି ନେତନ୍ୟାହୁ । କେବଳ ପ୍ରଶ୍ନ କଣ ଇସ୍ରାଏଲ ଇରାନର ପରମାଣୁ ଠିକଣାକୁ ଟାର୍ଗେଟ୍ କରିବ ।ଏହା ସହିତ ଇରାନ୍ ର ଅଏଲ୍ ଡିପୋ କୁ ଧ୍ବଂସ କରି ଇରାନ୍ ର ଅର୍ଥନିତୀକୁ ଚୋଟ ପହଂଚାଇବା ର ନେତାନାହୁଙ୍କ ମାଷ୍ଟର ପ୍ଲାନ କୁ ନେଇ ଚ୍ରର୍ଚା ହେଉଥିବା ବେଳେ  ବାଇଡେନ ବା ପେଣ୍ଟାଗନ କିଏ ବି ସ୍ପଷ୍ଟ ପ୍ରତିକ୍ରିଆ ଦେଇନାହାନ୍ତି..

ତେବେ ଆଜି ସେପ୍ଟେମ୍ବର ୪ ରେ ଜୁମ୍ଟା ନମାଜ ପରେ ତେହରାନ୍ ର ଗ୍ରାଣ୍ଡ ମସ୍କରୁ ସମ୍ବୋଧନ କରିଛନ୍ତି ଇରାନ ର ସୁପ୍ରିମ ଲିଡତ୍ ଆଇତୁଲ୍ଲା ଖୋମିନୀ....ଆଫଗାନିସ୍ତାନ ରୁ ୟମନ ଜାଏ ସମସ୍ତ ଇସଲାମିକ ଦେଶ ର ସୁରକ୍ଷା ପାଇଁ ସମସ୍ତ ମୁସଲମାନ ରାଷ୍ଟ୍ରଙ୍କୁ ଏକାଠି ହେବାକୁ ଆହ୍ବାନ କରିଛନ୍ତି ଖୋମିନୀ..ଜିଏ ଇରାନ୍ ର ଦୁସମନ୍ ସେ ବି ଇରାକ୍ ,ଲେବନାନ୍ ,ମିଶର, ଏବଂ ୟମନ୍ ର ଦୁସମନ୍ । 

ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଟିତ ହୋଇଛି । ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ଏହି ବୈଠକରେ ଭାରତ ଉପରେ ଯୁଦ୍ଧର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯୁଦ୍ଧ ଯୋଗୁଁ ଭାରତକୁ ତୈଳ ଯୋଗାଣ ପ୍ରଭାବିତ ହୋଇପାର । ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ପାଇଲେ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିବ । ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତିକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି । ଏହା ଯେମିତି ଭୟଙ୍କର ରୂପ ନ ନିଏ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର । ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ ଗତରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ । ।

ଆହୁରି ପଢନ୍ତୁ ବିଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
israel-iran-war-update | Argus News