ଲେବାନନ ଉପର ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି ଇସ୍ରାଏଲର

ଅର୍ଗସ ବ୍ୟୁରୋ:ଲେବାନନ୍ ଉପରେ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି ଇସ୍ରାଏଲର । ଏଥିପାଇଁ ସେନାକୁ ପ୍ରସ୍ତୁତ ରହିବାକୁ ଇସ୍ରାଏଲ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍ଥଳଭାଗରୁ ଏହି ଆକ୍ରମଣ କରିବାକୁ ଯୋଜନା ହେଉଛି । ଲେବାନନ ଉପରେ ହୋଇଥିବା ଏୟାରଷ୍ଟ୍ରାଇକ ପରେ ସ୍ଥଳଭାଗରୁ ଆକ୍ରମଣ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି । ଏହାପରେ ସେମାନଙ୍କ ଉପର ଘନଘନ ଆକ୍ରମଣ ହେବ ବୋଲି ଇସ୍ରାଏଲର ସେନାଧ୍ୟକ୍ଷ ଚେତାବନୀ ଦେଇଛନ୍ତି । ପୂର୍ବରୁ କିନ୍ତୁ ସ୍ଥଳଭାଗରୁ ଆକ୍ରମଣ ଯୋଜନାକୁ ଇସ୍ରାଏଲ ପକ୍ଷରୁ ଖଣ୍ଡନ କରାଯାଉଥିଲା ।
ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ ଦାବି କରିବା ପରେ ଏହାର ପାଲଟା ଜବାବ ଦେଇଛି ଇସ୍ରାଏଲ । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଲେବାନନର ୫୫୦ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଇସ୍ରାଏଲ- ଲେବାନନ ଯୁଦ୍ଧକୁ ନେଇ ସାରା ବିଶ୍ବରେ ଭୟର ବାତାବରଣ । ଏହାକୁ ନେଇ ଜାତିସଂଘର ସୁରକ୍ଷା ପରିଷଦରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ୨୧ ଦିନିଆ ସାମୟିକ ଅସ୍ତ୍ରବିରତି ଆଲୋଚନା ପାଇଁ ମଧ୍ୟସ୍ଥି ହେବାକୁ ପ୍ରସ୍ତାବ ରଖିଛନ୍ତି ଫ୍ରାନ୍ସ ଓ ଆମେରିକା । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୫ଦିନ ମଧ୍ୟରେ ଲେବାନନର ୯୦ ହଜାରରୁ ଅଧିକ ଲୋକ ବାସହରା ହୋଇ ପଡିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି