Videos
|
International

Israel Lebanon Conflict / ଲେବାନନ୍‌ ଉପରେ ତୁହାକୁ ତୁହା ଆକ୍ରମଣ କଲା ଇସ୍ରାଏଲ

Rashmita Mishra
Browse all articles by Rashmita Mishra
·2 months ago·2 min read
ଲେବାନନ୍‌ ଉପରେ ତୁହାକୁ ତୁହା ଆକ୍ରମଣ କଲା ଇସ୍ରାଏଲ
Israel Lebanon Conflict

Key Points

ବନ୍ଧୁ କହୁଥିବା ଇସ୍ରାଏଲକୁ ଧୋକା ଦେଲେ ଟ୍ରମ୍ପ୍‌
ପ୍ରଚଣ୍ଡ ରାଗରେ ଲେବାନନ୍‌ ଉପରେ ତୁହାକୁ ତୁହା ଆକ୍ରମଣ କଲା ଇସ୍ରାଏଲ
ନିଜର ଫାଇଦା ଦେଖି ନେତାନ୍ୟାହ୍ୟୁଙ୍କ ହାତ ଛାଡ଼ିଲେ

ବନ୍ଧୁ କହୁଥିବା ଇସ୍ରାଏଲକୁ ଧୋକା ଦେଲେ ଟ୍ରମ୍ପ୍‌ । ପ୍ରଚଣ୍ଡ ରାଗରେ ଲେବାନନ୍‌ ଉପରେ ତୁହାକୁ ତୁହା ଆକ୍ରମଣ କଲା ଇସ୍ରାଏଲ । ନିଜର ଫାଇଦା ଦେଖି ନେତାନ୍ୟାହ୍ୟୁଙ୍କ ହାତ ଛାଡ଼ିଲେ । ପ୍ରଚଣ୍ଡ ରାଗରେ ଇସ୍ରାଏଲର ରାଷ୍ଟ୍ରପତି ନେତାନ୍ୟାହ୍ୟୁ । ଟ୍ରମ୍ପଙ୍କ ଧୋକା ପରେ ଆରମ୍ଭ କଲେ ସାଂଘାତିକ ଆକ୍ରମଣ । ଟ୍ରମ୍ପଙ୍କ ଶାନ୍ତି ଚୁକ୍ତି ପରେ ନେତାନ୍ୟାହ୍ୟୁ ଏବେ ଅଶାନ୍ତ । ତୁହାକୁ ତୁହା ଆକ୍ରମଣ କରିଛି ଇସ୍ରାଏଲ ।

ମିଶାଇଏ ଏବଂ ଡ୍ରୋନ୍‌ ଆକ୍ରମଣରେ ଥରିଉଠିଲା ଲେବାନନ୍‌ । ଆମେରିକାକୁ ଚ୍ୟାଲେଞ୍ଜ ଦେଇ ଇସ୍ରାଏଲ କରିଛି ଇରାନ୍‌ ଉପରେ ଆକ୍ରମଣ । ୧୦୭ ଦିନର ଯୁଦ୍ଧ ପରେ ଏବେ ଅନ୍ତ ଘଟିଛି। ଇରାନ୍‌ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । କିନ୍ତୁ ଏହି ଚୁକ୍ତିରେ ରାଜି ହୋଇ ନାହିଁ ଇସ୍ରାଏଲ । ଇସ୍ରାଏଲ ଆକ୍ରମଣ ବନ୍ଦ କରିବ ନାହିଁ ବୋଲି କହିଛି । ଟ୍ରମ୍ପଙ୍କ ତାଗିଦ ପରେ ବି ଆକ୍ରମଣ କରିଛି ଇସ୍ରାଏଲ । ଲେବାନନ୍‌ ଉପରେ ହୋଇଛି ଘମାସାନା ଆକ୍ରମଣ ।

ନେତାନ୍ୟାହ୍ୟୁ କେବେ ଭାବିନଥିଲେ ଟ୍ରମ୍ପ ତାଙ୍କୁ ଧୋକା ଦେବେ ବୋଲି । ନାତାନ୍ୟାହ୍ୟୁ ଟ୍ରମ୍ପଙ୍କ ସାହାଯ୍ୟ ନେଇଥିଲେ ଇରାନ୍‌ ବିରୋଧରେ ଯୁଦ୍ଧ କରିବା ପାଇଁ । କିନ୍ତୁ ଏବେ ଆକେମରିା ନିଜର ଲାଭ ଦେଖି ଯୁଦ୍ଧରୁ ଓହରି ଯାଇଛି । ଇରାନ୍‌ ସହ ହାତ ମିଶାଇଛି । ଇସ୍ରାଏଲ କେମିତି ଆକ୍ରମଣ କରିଛି ଇରାନ୍‌ ଉପରେ । ଶାନ୍ତି ଚୁକ୍ତି ପରେ ଲେବାନନ୍‌ରେ ପଡ଼ିଛି ମାଳ ମାଳ ମିଶାଇଲ ଏବଂ ଡ୍ରୋନ୍‌ ।

ଯଦି ଦେଖିବା ପୁରା ବିଶ୍ବ ଇରାନ୍‌ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ଉପରେ ନଜର ରଖିଛି । ଇସ୍ରାଏଲ୍ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି । ଟ୍ରମ୍ପ ଶାନ୍ତି ଚୁକ୍ତି ଘୋଷଣା କରିବା ପରେ ଇସ୍ରାଏଲ୍ କହିଛି କୌଣସି ବି ପରିସ୍ଥିତିରେ ଦକ୍ଷିଣ ଲେବାନନରୁ ନିଜର ସେନା ପ୍ରତ୍ୟାହାର କରିବ ନାହିଁ । ନେତାନ୍ୟାହ୍ୟୁଙ୍କର ଏମିତି ନିଷ୍ପତ୍ତି ପରେ ଟ୍ରମ୍ପଙ୍କୁ ଲାଗିଛି ଶକ୍ତ ଧକା ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ । ସୁରକ୍ଷା ଦୃଷ୍ଟିରୁ ଯେତେଦିନ ଆବଶ୍ୟକ ସେତେଦିନ ପର୍ଯ୍ୟନ୍ତ ଇସ୍ରାଏଲ୍ ସେନା ଲେବାନନ୍ ସୀମା ଭିତରେ ରହିବ। ତେବେ ଏହା ସହିତ ଏକ ବଡ଼ ସର୍ତ୍ତ ମଧ୍ୟ ରଖାଯାଇଛି। ଇସ୍ରାଏଲ୍ ସେନାର ବରିଷ୍ଠ ଅଧିକାରୀ କହିଛନ୍ତି କି ଯଦି ଆତଙ୍କବାଦୀ ସଂଗଠନ 'ହିଜବୁଲ୍ଲା' ଅସ୍ତ୍ରବିରତି ବା ସିଜ୍‌ଫାୟାର୍ ନିୟମକୁ ସମ୍ପୂର୍ଣ୍ଣ ରୂପେ ସମ୍ମାନ ଦିଏ ଏବଂ ଆକ୍ରମଣ ବନ୍ଦ ରଖେ ତେବେ ଇସ୍ରାଏଲ୍ ମଧ୍ୟ ବେରୁଟ୍ ସମେତ ସାରା ଲେବାନନରେ ନିଜ ଆଡ଼ୁ କୌଣସି ଏୟାର୍ ଷ୍ଟ୍ରାଇକ୍ ବା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Israel Lebanon Conflict | Israel Launches Fresh Wave of Attacks on Lebanon Amid Rising Tensions | Argus News