Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଯୁଦ୍ଧବିରତି ଆଲୋଚନା ମଧ୍ୟରେ ଉତ୍ତର ଗାଜା ଉପରେ ଇସ୍ରାଏଲର ବଡ଼ ଆକ୍ରମଣ

Rashmita Mishra
Browse all articles by Rashmita Mishra
·11 months ago·1 min read
ଯୁଦ୍ଧବିରତି ଆଲୋଚନା ମଧ୍ୟରେ ଉତ୍ତର ଗାଜା ଉପରେ ଇସ୍ରାଏଲର ବଡ଼ ଆକ୍ରମଣ

Key Points

ଖାଦ୍ୟ ସହାୟତା ଅପେକ୍ଷାରେ ଛିଡା ହୋଇଥିବା ବେଳେ ଇସ୍ରାଏଲର ଗୁଳିବର୍ଷା
୬୭ ପାଲେଷ୍ଟାଇନଙ୍କ ମୃତ୍ୟୁ, ଶତାଧିକ ଆହତ
୨୧ ମାସରୁ ଅଧିକ ସମୟ ଧରି ଚାଲିଛି ଯୁଦ୍ଧ, ଗାଜାରେ ଅନାହାର ପରିସ୍ଥିତି

ଗାଜାରେ ଅନାହାର ପରିସ୍ଥିତି, ଖାଦ୍ୟ ସହାୟତା ଅପେକ୍ଷାରେ ଛିଡା ହୋଇଥିଲାବେଳେ ଇସ୍ରାଏଲର ଗୁଳିବର୍ଷା । ୬୭ ପାଲେଷ୍ଟାଇନଙ୍କ ମୃତ୍ୟୁ । କତରରେ ଯୁଦ୍ଧବିରତି ନେଇ ଆଲୋଚନା ମଧ୍ୟରେ ଉତ୍ତର ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ । ୬୭ ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି ।

ଦୀର୍ଘ ୨୧ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ସମୟରେ ଗାଜାର ଅଧିକାଂଶ ଅଂଶ ଏକ ଶୁଷ୍କ ଭୂମିରେ ପରିଣତ ହୋଇଛି । ଖାଦ୍ୟ ଅଭାବ ଯୋଗୁଁ ଅନାହାର ପରିସ୍ଥିତି ଦେଖାଦେଇଛି । ଏଭଳି ସ୍ଥିତିରେ ଗାଜାରେ ଖାଦ୍ୟ ସହାୟତା ପାଇଁ ଜାତିସଂଘ ସହାୟତା ଟ୍ରକ୍ ଅପେକ୍ଷାରେ ଛିଡା ହୋଇଥିବା ବେଳେ ହଠାତ୍ ଇସ୍ରାଏଲ୍ ଗୁଳିବର୍ଷା କରିଥିଲା । ସେପଟେ ବିସ୍ଥାପିତ ପରିପୂର୍ଣ୍ଣ ଅଞ୍ଚଳ ଗୁଡ଼ିକୁ ଖାଲି କରିବା ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରିଛି ଇସ୍ରାଏଲ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored