ଇସ୍ରାଏଲ୍ ଉପରେ ଇରାନ୍ର 25ଟି ମିସାଇଲ୍ ମାଡ଼

Key Points
ଇସ୍ରାଏଲ୍ କୁ ଜବାବ ଦେଲା ଇରାନ
ଇସ୍ରାଏଲ୍ ଉପରେ ଇରାନ୍ର 25ଟି ମିସାଇଲ୍ ମାଡ଼
ଇରାନର ଆକ୍ରଣରେ ଇସ୍ରାଏଲର 16 ନାଗରିକ ଗୁରୁତର
ଇରାନ୍ର ଜବାବୀ ହମଲା । ଇସ୍ରାଏଲ୍ ଉପରେ ଇରାନ୍ର 25ଟି ମିସାଇଲ୍ ମାଡ଼ । ଆମେରିକାର ଆକ୍ରମଣ ପରେ ଇସ୍ରାଏଲ୍ ଉପରେ ଇରାନ୍ର ଆଟାକ୍ । ତେଲ ଅଭିଭ୍ ସମେତ ଅନେକ ସହରରେ 25ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କଲା ଇରାନ୍ । ଇରାନ୍ର ଆକ୍ରମଣ ପରେ ଇସ୍ରାଏଲ୍ରେ ବାଜିଲା ସାଇରନ୍ । ତୁରନ୍ତ ସୁରକ୍ଷା ଏଜେନ୍ସି ସତର୍କ ରହିବାକୁ ଇସ୍ରାଏଲ୍ର ନିର୍ଦ୍ଦେଶ ।
ଇରାନର ଆକ୍ରମଣରେ ଇସ୍ରାଏଲର 16 ନାଗରିକ ଗୁରୁତର ଆହତ ହୋଇଛନ୍ତି । ଫଳରେ ଇସ୍ରାଏଲ , ଇରାନ ଉପରେ ପ୍ରତି ଆକ୍ରମଣ କରିଛି ।
ଇରାନର ସରକାରୀ ଟେଲିଭିଜନ ରିପୋର୍ଟ କରିଛି ଯେ ଇରାନର ପରମାଣୁ ସ୍ଥାନ ଉପରେ ଆମେରିକାର ବିମାନ ଆକ୍ରମଣ ପରେ ରବିବାର ତେହେରାନ ଇସ୍ରାଏଲ ଉପରେ 30ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ସ୍ରାଏଲର ବେନ୍ ଗୁରିଅନ୍ ବିମାନବନ୍ଦର ସମେତ ଅନେକ ସ୍ଥାନକୁ ଟାର୍ଗେଟ କରିଛନ୍ତି।
📱 Get Argus News App
✨B-2 ବୋମାବର୍ଷୀ ଷ୍ଟେଲ୍ଥ ଆମେରିକାର ଆତ୍ୟାଧୁନିକ ଯୁଦ୍ଧ ବିମାନ । ପରମାଣୁ ଘାଟିଗୁଡ଼ିକୁ ଧ୍ବଂସ କରିବାକୁ ଏହା ଆକାଶରେ NON STOP ୩୭ ଘଣ୍ଟା ଧରି ଉଡ଼ିଥିଲା ଓ ମଝି ଆକାଶରେ ବିଭିନ୍ନ ସ୍ଥାନରେ ହିଁ ଇନ୍ଧନ ଭର୍ତ୍ତି କରିଥିଲା । ଆମେରିକାର ମିସୌରୀରୁ ଏହା ଉଡ଼ାଣ ଆରମ୍ଭ କରିଥିଲା, ଆଉ ୩୭ ଘଣ୍ଟା ଧରି ଆକାଶରେ ଉଡ଼ିବା ସହ ଇରାନର ପରମାଣୁ ଘାଟିଗୁଡ଼ିକୁ ଧ୍ବଂସ କରିଥିଲା । ଏହି ଆକ୍ରମଣକୁ ଏକ ଲକ୍ଷ୍ୟଭେଦି ଆକ୍ରମଣ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ସେ ଆହୁରି ବି କହିଛନ୍ତି, ଧ୍ବଂସ ସ୍ତୁପ ପାଲଟିଛି `ଫୋର୍ଡୋ' । `ଫୋର୍ଡୋ'କୁ ତେହେରାନର ସବୁଠୁ ସୁରକ୍ଷିତ ଆଣବିକ କେନ୍ଦ୍ର ବୋଲି କୁହଯାଏ, ଯାହା ଏବେ ଧ୍ବସ୍ତ ବିଧ୍ବସ୍ତ । ଏହାସହ ସେ ଇରାନୀ ଚେତାଇ ଦେଇଛନ୍ତି କି, ଖୁବଶୀଘ୍ର ଶାନ୍ତି ସ୍ଥାପନ କର, ନହେଲେ ପୁଣି ଥରେ ଆକ୍ରମଣର ଶିକାର ହେବ ।