ଇସ୍ରାଏଲଙ୍କ ଭୟଙ୍କର ଆକ୍ରମଣ : ୨ ଘଂଟାରେ...

Key Points
- ଆକ୍ସନ ମୋଡ୍ରେ ଇସ୍ରାଏଲ୍
- ହିଜବୁଲ୍ଲା ସଂଗଠନ ଉପରେ ଏୟାର ଷ୍ଟ୍ରାଇକ୍
- ଆଇଡିଏଫ ଆକ୍ରମଣରେ ୪୯୨ଜଣଙ୍କ ଗଲା ଜୀବନ
ଅର୍ଗସ ବ୍ୟୁରୋ: ଲେବାନନ୍ ଉପରେ ବଡ଼ ହମଲା କରିଛି ଇସ୍ରାଏଲ୍ । ହିଜବୁଲ୍ଲା ସଂଗଠନର ବିଭିନ୍ନ ଠିକଣାରେ ଜୋରଦାର କରିଛି ଏୟାର ଷ୍ଟ୍ରାଇକ୍ । ଏୟାରଷ୍ଟ୍ରାଇକ୍ ଫଳରେ ଅନେକ ଲୋକଙ୍କ ପ୍ରାଣ ଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆଇଡିଏଫ ଆକ୍ରମଣରେ ପ୍ରାୟ ୪୯୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୫୦୦ରୁ ଅଧିକ ଆହତ ହୋଇଛନ୍ତି । ଯେହେତୁ ଆକ୍ରମଣରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ତେଣୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ମୃତକଙ୍କ ମଧ୍ୟରେ ୩୫ଜଣ ଛୋଟ ପିଲା ଥିବା ବେଳେ ୩୯ ମହିଳା ଅଛନ୍ତି ।
ବରାବର ଆକ୍ରମଣ କରୁଛି ଇସ୍ରାଏଲ । ଆକ୍ରମଣ ଏତେ ଭୟଙ୍କର ରହିଛି ଯେ ଚାହୁଁଚାହୁଁ ଲୋକଙ୍କର ପ୍ରାଣ ଯାଉଛି । ସେପଟେ ଇସ୍ରାଏଲର ଏମିତି ଆକ୍ସନ ପରେ ଚିନ୍ତାରେ ଜାତିସଂଘ । ଏମିତିକି ଦକ୍ଷିଣ ଲେବାନନ୍ରେ ଲୋକଙ୍କ ସହାୟତା ପାଇଁ ଅପିଲ୍ ବି କରିଛି । ସୂଚନା ଅନୁସାରେ ଆଜିକୁ ମିଶାଇ ଲଗାତର ୫ ଦିନ ହେଲା ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ । କୁହାଯାଉଛି ପୂର୍ବବର୍ଷ ଅକ୍ଟୋବରରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲେବାନନ୍ ଉପରେ ଇସ୍ରାଏଲର ଏହା ସବୁଠୁ ବଡ଼ ଆକ୍ରମଣ ।
୫ ଦିନ ହେଲାଣି ଇସ୍ରାଏଲ ଜୋରଦାର ଆକ୍ରମଣ କରୁଛି । ଲେବାନନ୍ ଉପରେ ଏୟାରଷ୍ଟ୍ରାଇକ୍ କରିବା ପରେ ସେନା ଲେବାନନ୍ ଦଖଲ ପାଇଁ ଆଗକୁ ବଢ଼ିଛି । ଆକ୍ରମଣ ଭିତରେ ଇସ୍ରାଏଲ୍ର ସୈନ୍ୟମାନେ ଟ୍ୟାଙ୍କ୍ ଧରି ସୀମା ପାର୍ କରିଛନ୍ତି । ସ୍ଥିତି ଗମ୍ଭୀର ଥିବାରୁ ଲେବାବନ୍ ସରକାର ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିଛନ୍ତି । ଅଧିକାଂଶ ସ୍ଥାନରେ ଏବେ ବି ନିଆଁ ଜଳୁଛି । ତେଣୁ ନିଆଁକୁ ଆୟତ୍ତ କରିବାକୁ ଅଧିକ ଫୋର୍ସ ମୁତୟନ କରାଯାଇଛି ।
📱 Get Argus News App
✨ସମୟ ଗଡୁଛି, ଆକ୍ରମଣ ଜୋରଦାର ବଢୁଛି । ଯେହେତୁ ଏୟାରଷ୍ଟ୍ରାଇକ୍ କରୁଛି ଇସ୍ରାଏଲ ତେଣୁ ହିଜ୍ବୁଲ୍ଲାର ଘାଟି ଉପରେ ଆଲର୍ଟ ଜାରି କରାଯାଇଛି । ସେଠାରେ ରହୁଥିବା ଲୋକଙ୍କୁ ୨ ଘଣ୍ଟା ଭିତରେ ଘର ଛାଡ଼ିବାକୁ କୁହାଯାଇଛି । ୫ ଦିନ ଭିତରେ ଲେବାନନ୍ର ବିଭିନ୍ନ ସହରରେ ହୋଇଥିବା ଆକ୍ରମଣରେ ୯୦୦ରୁ ଅଧିକ ମିସାଇଲ୍ ମାଡ଼ କରାଯାଇଛି । ଏଥିରେ ମୋଟ ମୃତ୍ୟୁ ସଂଖ୍ୟା ୪୯୨ ଉପରେ ରହିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ମେଡିକାଲ ଉପରେ ଟାର୍ଗେଟ୍ କରାଯାଉଥିବାରୁ ମୃତ୍ୟୁସଂଖ୍ୟା ବି ବଢିବାରେ ଲାଗିଛି । ସେପଟେ, ଇସ୍ରାଏଲ୍ର ଏୟାର ଷ୍ଟ୍ରାଇକ୍କୁ ଇରାନ୍ ଅମାନବୀୟ ଦର୍ଶାଇ କଡ଼ା ନିନ୍ଦା କରିଛି । ଏହାର କୁପରିଣତି ଭୋଗିବାକୁ ପଡ଼ିବ ବୋଲି ଧମକ ବି ଦେଇଛି । ଇସ୍ରାଏଲ୍ ହମ୍ଲାର ଜବାବ ଦେଇ ହିଜ୍ବୁଲ୍ଲା ମଧ୍ୟ ପ୍ରତି ଆକ୍ରମଣ ଜାରି ରଖିଛି । ହିଜ୍ବୁଲ୍ଲା ଆତଙ୍କୀମାନେ ଇସ୍ରାଏଲ୍ର ଅସ୍ତ୍ରଶସ୍ତ୍ର ଗୋଦାମକୁ ଟାର୍ଗେଟ୍ କରି ଘନଘନ ମିସାଇଲ୍ ମାଡ଼ କରୁଥିବା ଜଣାପଡିଛି । ଏଠାରେ କହିରଖୁଛୁ କି, ଗତବର୍ଷ ଅକ୍ଟୋବର ୭ରେ ହମାସ୍-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଲେବାନନ୍ରେ ଥିବା ହିଜ୍ବୁଲ୍ଲା ଆତଙ୍କୀମାନେ ହମାସ୍କୁ ସମର୍ଥନ ଜଣାଇବାକୁ ଯାଇ ଅକ୍ଟୋବର ୮ରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା । ସେବେଠାରୁ ଲେବାନନ୍-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଲାଗିରହିଛି । ଯାହାର ପରିଣାମ ସାଧାରଣ ଜନତା ଭୋଗୁଛନ୍ତି ।