Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଧମାଧମ ଏୟାରଷ୍ଟ୍ରାଇକ କରୁଛି ଇସ୍ରାଏଲ, ହେଜବୁଲ୍ଲା ଆକ୍ତାମାକ୍ତା

International

ଧମାଧମ ଏୟାରଷ୍ଟ୍ରାଇକ କରୁଛି ଇସ୍ରାଏଲ, ହେଜବୁଲ୍ଲା ଆକ୍ତାମାକ୍ତା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଧମାଧମ ଏୟାରଷ୍ଟ୍ରାଇକ କରୁଛି ଇସ୍ରାଏଲ, ହେଜବୁଲ୍ଲା ଆକ୍ତାମାକ୍ତା

Key Points

  • ଧମାଧମ ଏୟାରଷ୍ଟ୍ରାଇକ କରୁଛି ଇସ୍ରାଏଲ
  • ପଶ୍ଚିମ ରାଷ୍ଟ୍ରଙ୍କ ପ୍ରସ୍ତାବ, ଇସ୍ରାଏଲର ପ୍ରତ୍ୟାଖ୍ୟାନ

ଅର୍ଗସ ବ୍ୟୁରୋ: ଇସ୍ରାଏଲର ଭୟଙ୍କର ଆକ୍ରମଣ । ଆତଙ୍କୀଙ୍କୁ ନିପାତ କରିବାକୁ ପ୍ରବଳ ମାତ୍ରାରେ କରୁଛି କ୍ଷେପଣାସ୍ତ୍ର ମାଡ଼ । ଲେବାନନ୍‌ରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ହେଜବୁଲ୍ଲାକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି । ଗତକାଲି ଗୋଟିଏ ଦିନରେ କେବଳ  ବେରୁତରେ ୨୦ରୁ ଅଧିକ ଏୟ।ରଷ୍ଟ୍ରାଇକ କରିବା ସହିତ ଉତ୍ତରରେ ଥିବା ପାଲେଷ୍ଟାଇନ୍ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଭୟଙ୍କର ଆକ୍ରମଣ କରିଛି । ଶରଣାର୍ଥୀ ଶିବିରଗୁଡ଼ିକରେ ଆତଙ୍କବାଦୀଙ୍କୁ ଠାବ କରାଯିବା ମାତ୍ରେ ଇସ୍ରାଏଲ ତତ୍‌କ୍ଷଣାତ ଆକ୍ରମଣ କରୁଥିବାରୁ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହେଉଛି । ସେପଟେ, ତୁରନ୍ତ ଲେବାନନ୍‌ ଓ ଗାଜାରେ ଯୁଦ୍ଧବିରତି ପାଇଁ  ଅନେକ ପଶ୍ଚିମ ରାଷ୍ଟ୍ରଙ୍କ ପ୍ରସ୍ତାବକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଦେଇଛି ।

ହେଜବୁଲ୍ଲାକୁ ଘେରିଯାଇ ଆକ୍ରମଣ କରୁଛି ଇସ୍ରାଏଲ । ଏବେ ସ୍ଥିତି ଏମିତି ହେଲାଣି ଯେ ଇରାନ ବି ହେଜବୁଲ୍ଲାକୁ କୌଣସି ପ୍ରକାର ସହାୟତା କରିପାରୁନି । କାରଣ ହିଜବୁଲ୍ଲାକୁ ଅସ୍ତ୍ରଶସ୍ତ୍ର ପଠାଇବାର ସବୁ ପ୍ଲାନକୁ ପଣ୍ଡ କରିଦେଇଛି ଇସ୍ରାଏଲ । ତେଣୁ ନିଜ ପାଖରେ ପୂର୍ବରୁ ଯେଉଁ ଅସ୍ତ୍ର ଥିଲା ସେତିକିରେ ହିଁ ପ୍ରତିଆକ୍ରମଣ କରୁଛି ହେଜବୁଲ୍ଲା । ସେପଟେ, ଇସ୍ରାଏଲର ବିଭିନ୍ନ  ପ୍ରତିଷ୍ଠାନ ଉପରେ ପ୍ରାୟ ୨୦୦ କ୍ଷେପଣାସ୍ତ୍ର ମାଡ଼ କରିଥିବା ଇସ୍ରାଏଲ, ଇରାନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ ପାଇଁ ପ୍ରସ୍ତୁତ ଥିବାରୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବିଭୀଷିକା ବଢିବାରେ ଲାଗିଛି । ଗତରାତିରେ ବେରୁତରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଲାଲ ଓ ଧଳା ରଙ୍ଗର ଚମକ ସୃଷ୍ଟି କରିଥିବା ବିସ୍ଫୋରଣ ଆତଙ୍କ ଖେଳାଇ ଦେଇଥିଲା। 

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ କରୁଥିବା ଆକ୍ରମଣରେ ଥହରହର ଇରାନ । ଦକ୍ଷିଣ ଲେବାନନ୍ ଭିତରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିବା ପରଠାରୁ ପ୍ରାୟ ୪୪୦ରୁ ଅଧିକ ହିଜବୁଲ୍ଲା ଆତଙ୍କୀଙ୍କୁ ନିପାତ କରିଛନ୍ତି ଇସ୍ରାଏଲ ସୈନ୍ୟ । ସେନା ମୁଖପାତ୍ର ରିଅର୍ ଆଡମିରାଲ ଡାନିଏଲ ହାଗ୍‌ରି କହିଛନ୍ତି, ‘ସ୍ଥଳ ସଂଘର୍ଷ ଆରମ୍ଭରୁ ସେନା ପ୍ରାୟ ୪୪୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ମୃତକଙ୍କ ମଧ୍ୟରେ ହେଜବୁଲ୍ଲାର ପ୍ରାୟ ୩୦ ଜଣ କମାଣ୍ଡର ଅଛନ୍ତି । ଏହି ଆକ୍ରମଣ ମଧ୍ୟରେ ଇସ୍ରାଏଲ ସେନା ବେରୁତର ଦକ୍ଷିଣାଞ୍ଚଳ ବାସିନ୍ଦାଙ୍କୁ ସ୍ଥାନାନ୍ତର ହେବାକୁ ପୁଣି ଥରେ ଆହ୍ୱାନ ଦେଇଛି । ଯେହେତୁ ସେହି ଅଂଚଳ ହେଜବୁଲ୍ଲାର ଗଡ଼, ତେଣୁ ପ୍ରଚଣ୍ଡ ଆକ୍ରମଣ ହେବ । ଏପଟେ, ଅକ୍ଟୋବର ୭ରେ ହମାସ୍‌ ଆକ୍ରମଣର ବାର୍ଷିକୀ ଅବସରରେ ଇସ୍ରାଏଲ ହାଇଆଲର୍ଟରେ ରହିଛି । ଠିକ୍‌ ବର୍ଷକ ତଳେ ହମାସ୍‌ର ଏହି ବର୍ବର ଆକ୍ରମଣରେ ଅତି କମ୍‌ରେ ୧,୨୦୦ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ । ତେଣୁ ନୀରିହ ନାଗରିକଙ୍କ ମୃତ୍ୟୁର ବଦଲା ନିଆଯିବା ସହିତ ଆଚଙ୍କୀଙ୍କୁ ସମୂଳେ ନିପାତ କରାଯିବ ବୋଲି ଇସ୍ରାଏଲ କହିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
N/A | Argus News