ଇସ୍ରାଏଲ ଓ ଇରାନ ବିବାଦ, ପଶ୍ଚିମ ଏସିଆରେ ଦେଖାଦେଇଛି ଉତ୍ତେଜନା
·2 years ago

ଅର୍ଗସ ବ୍ୟୁରୋ: ଇସ୍ରାଏଲ ଓ ଇରାନ ବିବାଦକୁ ନେଇ ପଶ୍ଚିମ ଏସିଆରେ ଦେଖାଦେଇଛି ଉତ୍ତେଜନା । ଯେ କୌଣସି ମୁହୂର୍ତ୍ତରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏପରି ସ୍ଥିତିରେ ଇରାନର ଆକାଶ ସୀମା ଦେଇ କୌଣସି ବିମାନ ନେବାକୁ ଏୟାର ଇଣ୍ଡିଆ ବାରଣ କରିଛି । ପୂର୍ବରୁ ଭାରତ ସମେତ ଫ୍ରାନ୍ସ, ରୁଷିଆ ସେମାନଙ୍କ ନାଗରିକଙ୍କୁ ଇରାନ ଗସ୍ତ ନ କରିବାକୁ ପରାମର୍ଶ ଦେଇଛନ୍ତି । ଦୂତାବାସ ଉପରେ ଆକ୍ରମଣକୁ ଗୁରୁତର ସହ ନେଇଛି ଇରାନ୍ ।
ଏହା ଦେଶ ଉପରେ ସିଧାସଳଖ ଆକ୍ରମଣ ବୋଲି ଇରାନ କହିଛି । ଏହାର ଖୁବଶୀଘ୍ର ଜବାବ ଦିଆଯିବ ବୋଲି ଇରାନ୍ ଚେତାଇ ଦେଇଛି । ତେବେ ଆଗକୁ ପରିସ୍ଥିତି କଣ ହେବ ତାହା ଭାବିବା ଚିନ୍ତାଜନକ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: