ଶପଥ ପରେ ପ୍ରଥମ ବିଦେଶୀ ନେତା ଭାବେ ଇସ୍ରାଏଲ୍ ରାଷ୍ଟ୍ରପତିଙ୍କୁ ଭେଟିବେ ଟ୍ରମ୍ପ, ଉଦ୍ଦେଶ୍ୟ କଣ ?

Key Points
ଟ୍ରମ୍ପଙ୍କୁ ଭେଟିବେ ଇସ୍ରାଏଲ୍ ରାଷ୍ଟ୍ରପତି
ଆମେରିକା ଅଭିମୁଖେ ନେତନ୍ୟାହୁ
ଅର୍ଗସ ବ୍ୟୁରୋ: ମଙ୍ଗଳବାର ହ୍ଵାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ଇସ୍ରାଏଲ୍ ରାଷ୍ଟ୍ରପତି ବେଞ୍ଜାମିନ ନେତନ୍ୟାହୁ । ଏଥିପାଇଁ ନେତନ୍ୟାହୁ ଆମେରିକା ଅଭିମୁଖେ ବାହାରିଛନ୍ତି । ତେବେ ନେତନ୍ୟାହୁ ହେଉଛନ୍ତି ପ୍ରଥମ ବିଦେଶୀ ନେତା, ଯିଏ କି ଟ୍ରମ୍ପଙ୍କ ଦ୍ଵିତୀୟ କାର୍ଯ୍ୟକାଳରେ ପ୍ରଥମେ ଭେଟି ଆଲୋଚନା କରିବେ ।
କୁହାଯାଉଛି, ଟ୍ରମ୍ପଙ୍କ ସହ ନେତନ୍ୟାହୁ 'ହମାସ ଉପରେ ବିଜୟ' ସହ ଇରାନକୁ କାଉଣ୍ଟର କରିବା ଲାଗି ନୂଆ ରଣନୀତି, କୂଟନୀତିକ ସମ୍ପର୍କ ଏବଂ ଆରବ ଦେଶ ସହ ଇସ୍ରାଏଲ୍ ଓ ଆମେରିକାର ସମ୍ପର୍କ ନେଇ ଆଲୋଚନା କରାଯିବ ।
📱 Get Argus News App
✨ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପୂର୍ବରୁ ହମାସ ପଣବନ୍ଦୀ କରି ରଖିଥିବା ଇସ୍ରାଏଲ୍ ନାଗରିକଙ୍କୁ ମୁକ୍ତ ସହ ଯୁଦ୍ଧବିରତି ନେଇ ବୁଝାମଣା କରିଥିଲେ । ନେତନ୍ୟାହୁ ଆମେରିକା ଗସ୍ତରେ ବାହାରିଥିବା ବେଳେ ଏବେ ସୁଦ୍ଧା ୧୮ ପଣବନ୍ଦୀ ହମାସ କବଳରୁ ମୁକୁଳିଛନ୍ତି । ପ୍ରତି ବଦଳରେ ଇସ୍ରାଏଲ୍ ମଧ୍ୟ ଫିଲିସ୍ତିନର ପ୍ରାୟ ୧୦୦ ନାଗରିକଙ୍କୁ ମୁକ୍ତ କରିଛି ।
ଆମେରିକା ଗସ୍ତ ପୂର୍ବରୁ ନେତନ୍ୟାହୁ କହିଛନ୍ତି- ହମାସ ଉପରେ ବିଜୟ, ଆମର ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବା ଏବଂ ଇରାନ ଆତଙ୍କବାଦୀ ଉପରେ ଆଲୋଚନା କରିବି । ଇସ୍ରାଏଲ୍-ଆମେରିକା ମିଶି ଏକାଠି କାମ କରି ସୁରକ୍ଷାକୁ ମଜଭୁତ୍ କରିବୁ ।