Israel Iran conflict / ଇରାନ ଉପରେ ଇସ୍ରାଏଲର ସାଂଘାତିକ ଆକ୍ରମଣ: ଖାମେନେଇଙ୍କ ସହ ପରିବାରର ୫ ଜଣଙ୍କ ମୃତ୍ୟୁ

Key Points
ଇରାନ ଉପରେ ଇସ୍ରାଏଲର ସାଂଘାତିକ ଆକ୍ରମଣ
ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ଉପରେ ପଡ଼ିଲା ୩୦ ମିଶାଇଲ
ଘର ଭିତରେ ମାଟି ତଳେ ଦବି ଗଲେ ଖାମେନେଇ
ଖାମେନେଇଙ୍କ ସହ ପରିବାରର ୫ ଜଣଙ୍କ ମୃତ୍ୟୁ
ଖାମେନେଇଙ୍କ ଘର ଉପରେ ପଡ଼ିଲା ୩୦ ମିଶାଇଲ। ପୁରା ଘର ମାଟିରେ ମିଶିଗଲା । ବଙ୍କର ଭିତରେ ମରିଗଲେ ଖାମେନେଇ । ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକରେ ଲାଗି ରହିଛି ଯୁଦ୍ଧ । ଇସ୍ରାଏଲ କରିଛି ଇରାନ୍ ଉପରେ ଘମାସାନ ଆକ୍ରମଣ । ୫ଶହରୁ ଅଧିକ ମିଶାଇଲ ଏବଂ ଡ୍ରୋନ୍ ଦ୍ବାରା ହୋଇଛି ଆକ୍ରମଣ। ଇରାନ୍ରେ ଏବେ ଅସମ୍ଭାଳ ସ୍ଥିତି । ଏମିତି ଆକ୍ରମଣ ହୋଇଛି କି ଇରାନ୍ର ସର୍ବୋଚ ନେତା ଖାମେନେଇଙ୍କର ମୃତ୍ୟୁ ହୋଇଯାଇଛି । ମଧ୍ୟ ପ୍ରାଚ୍ୟରେ ଆରମ୍ଭ ହୋଇଛି ସାଂଘାତିକ ଯୁଦ୍ଧ । ଇରାନ୍ ଇସ୍ରାଏଲ ମଧ୍ୟରେ ମିଶାଇଲ ମାଡ଼ ଲାଗି ରହିଛି । ଇସ୍ରାଲର ଆକ୍ରମଣରେ ପୁରା ଇରାନ୍ ଏବେ ଧ୍ଵଂସ ହୋଇ ଯାଇଛି । ଇରାନ୍ର ସର୍ବୋଚ ନେତାଙ୍କର ହୋଇଛି ମୃତ୍ୟୁ ।
ଇରାନରେ କେମିତି ହୋଇଛି ଆକ୍ରମଣ । ପୁଳା ପୁଳା ମିଶାଇଲ ଦ୍ବାରା ଆକ୍ରମଣ ହୋଇଛି ଇରାନ୍ ଉପରେ । ଖାମେନେଇଙ୍କୁ ଟାର୍ଗେଟ କରି ହୋଇଛି ଆକ୍ରମଣ । ଇସ୍ରାଏଲର କଥା ଶୁଣିଲା ନାହିଁ ଇରାନ୍ । ଯାହା ପରେ ହୋଇଛି ଆକ୍ରମଣ, ଏହି ଆକ୍ରମଣରେ ୭ ଇରାନୀ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଇରାନ୍ ଉପରେ ଏୟାର ଷ୍ଟ୍ରାଇକ କରିଛନ୍ତି ଇସ୍ରାଏଲ ଏବଂ ଆମେରିକା । ବିମାନ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମେନେଇଙ୍କ ମୃତ୍ୟୁ ଘଟିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଗତ କିଛି ଦଶନ୍ଧି ମଧ୍ୟରେ ଇରାନ ଉପରେ ଏହା ସବୁଠାରୁ ବଡ଼ ଓ ଶକ୍ତିଶାଳୀ ଆକ୍ରମଣ ଥିଲା । ଏଥିରେ ଖେମିନେଇଙ୍କ ସମେତ ଅନେକ ଶୀର୍ଷ ନେତା ମୂଳପୋଛ ହୋଇଯାଇଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ଏହି ଆକ୍ରମଣରେ ଖେମେନେଇଙ୍କ ବାସଭବନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଖାଲି ସେତିକି ନୁହେଁ ରିଭୋଲ୍ୟୁସନାରୀ ଗାର୍ଡର ଅନେକ ବରିଷ୍ଠ କମାଣ୍ଡର ଏବଂ ପରମାଣୁ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଆକ୍ରମଣରେ ନିହତ ହୋଇଥିବା ସେ ସୂଚନା ଦେଇଛନ୍ତି ।
ଖାମେନେଇଙ୍କର ମୃତ୍ୟୁ ପରେ ଇରାନ୍ରେ ମାହୋଲ ଏବେ ଗରମ ହୋଇ ଯାଇଛି । ଇରାନରେ ୪୦ ଦିନିଆ ଶୋକ ଘୋଷଣା ହୋଇଛି । ଖାମେନେଇଙ୍କ ମୃତ୍ୟୁ ପରେ ଏବେ ଇରାନ୍ରେ ଅହମଦ ଓ୍ବାହିଦ ହେଲେ ସେନା ମୁଖ୍ୟ । ଏବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ କହିଛି ଇରାନ ।
📱 Get Argus News App
✨Related Topics
Explore more stories