Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନିଶ୍ଚିହ୍ନ ହୋଇଯିବ କି ଇରାନ ! ଭୀଷଣ ଆକ୍ରମଣ କରୁଛି ଇସ୍ରାଏଲ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ନିଶ୍ଚିହ୍ନ ହୋଇଯିବ କି ଇରାନ ! ଭୀଷଣ ଆକ୍ରମଣ କରୁଛି ଇସ୍ରାଏଲ

Key Points

ଭୀଷଣ ଯୁଦ୍ଧ ପରିସ୍ଥିତିରେ ବି ଭାରତ ପାଇ ଏୟାର ସ୍ପେସ୍‌ ଖୋଲିଲା ଇରାନ୍ ।
ଇରାନ ଉପରେ ଘନ ଘନ ବାଲାଷ୍ଟିକ୍‌ ମିସାଇଲ ମାଡ଼ କରୁଛି ଇସ୍ରାଏଲ ।

ଇରାନର ନ୍ୟୁକ୍ଲିୟର ସିଟିରେ ବିସ୍ଫୋରଣ । ଅତି ଭୀଷଣ ରୂପ ନେଉଛି ଇସ୍ରାଏଲ-ଇରାନ ଯୁଦ୍ଧ । ଇସ୍ରାଏଲ ଓ ଇରାନ ଭିତରେ ଆଟାକ, କାଉଣ୍ଟର ଆଟାକ୍ ତୀବ୍ର ହେବାରେ ଲାଗିଛି । ଇସ୍ରାଏଲର ରାଜଧାନୀ ତେଲ ଅଭିଭ ଉପରେ ଇରାନ ଏକାଧିକ ବାଲାଷ୍ଟିକ୍ ମିଶାଇଲ ଜରିଆରେ ଆକ୍ରମଣ କରିଛି ।


ସେପଟେ ଇସ୍ରାଏଲର ଜୋରଦାର ଆକ୍ରମଣରେ ଇରାନ ରିବୋଲ୍ୟୁସୋନ ଗାର୍ଡର ଜଣେ UAV କଣାଣ୍ଡରଙ୍କ ମୃତ୍ୟୁ ଘଟିଛି । ଏହା ସହ ଇରାନର ନ୍ୟୁକ୍ଲିୟର ସିଟି ଇସ୍ଫାହନରେ ଜୋରଦାର ଧମାକା ହୋଇଛି। ଏଥିରେ ଇରାନର ବିଶେଷ କ୍ଷୟକ୍ଷତି ହୋଇଥିବା କୁହାଯାଉଛି । ୯ ଦିନିଆ ଯୁଦ୍ଧରେ ଏଯାବତ ଇସ୍ରାଏଲ ଆକ୍ରମଣରେ ୬୫୦ରୁ ଅଧିକ ଇରାନ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେପଟେ ଇରାନର ଆକ୍ରମଣରେ ପ୍ରାୟ ୨୫ ଇସ୍ରାଏଲ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୦୦୦ ଲୋକ ଆହତ ହୋଇଛନ୍ତି ।

ଅନ୍ୟପଟେ ଏଭଳି ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇରାନରୁ ନିଜ ଦେଶକୁ ଫେରୁଛନ୍ତି ଭାରତୀୟ ନାଗରିକ। ମଶାଦରୁ ଏକ ବିମାନ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି। ଯେଉଁଥିରେ ୨୯୦ ଜଣ ଭାରତୀୟ ଛାତ୍ର, ଅଧିକାଂଶ ଜମ୍ମୁ ଏବଂ କଶ୍ମୀରର ଥିଲେ।

ଆଜି ମଶାଦରୁ ଆଉ ଦୁଇଟି ବିମାନ ଦିଲ୍ଲୀରେ ପହଞ୍ଚିବାର ସମ୍ଭାବନା ଅଛି। ଦୁଇ ଦେଶ ମଧ୍ୟରେ ବିବାଦ ବୃଦ୍ଧି ପାଉଥିବାରୁ ଭାରତ ସରକାର ମଧ୍ୟପ୍ରାଚ୍ୟ ଦେଶରୁ ନିଜ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଅପରେସନ ସିନ୍ଧୁ ଆରମ୍ଭ କରିଛନ୍ତି। ଏକ ବିଶେଷ ପଦକ୍ଷେପରେ, ଇରାନ ଭାରତର ସ୍ଥାନାନ୍ତର ପ୍ରୟାସକୁ ସହଜ କରିବା ପାଇଁ ତାର ବାୟୁକ୍ଷେତ୍ର ଖୋଲି ଦେଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ଇରାନର ମଶାଦରୁ ପ୍ରଥମ ଚାଟାର୍ଡ ବିମାନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଛି । ଇରାନରେ ଫସି ରହିଥିବା ଭାରତୀୟ ଛାତ୍ର ଓ ସାଧାରଣ ନାଗରିକ ଭାରତ ଫେରି ଆସିଛନ୍ତି । ଭାରତ ସରକାର ମଶହଦରୁ ପ୍ରାୟ ୧ହଜାର ଭାରତୀୟଙ୍କୁ ପର୍ଯ୍ୟାୟକ୍ରମେ ସ୍ୱଦେଶ ଆଣୁଛନ୍ତି । ଉଦ୍ଧାରକାର୍ଯ୍ୟରେ ଇରାନର ଚାଟାର୍ଡ ବିମାନ ବ୍ୟବହାର କରାଯାଉଛି । ଇରାନରେ ଭାରତୀୟ ଦୂତାବାସର ଉପମୁଖ୍ୟ ମହମ୍ମଦ ଜୱାଦ ହୁସେନ କହିଛନ୍ତି, ଆମେ ଭାରତୀୟଙ୍କୁ ନିଜର ଲୋକ ବୋଲି ଭାବୁଛୁ । ଇରାନର ଏୟାରସ୍ପେସ୍ ବନ୍ଦ ରହିଛି, କିନ୍ତୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଆମେ ଏହାକୁ ସାମୟିକ ଭାବେ ଖୋଲିଛୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored