ସିରିଆ ଟିଭି ଚ୍ୟାନେଲ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ

Key Points
ଗତ କିଛି ଦିନ ଦକ୍ଷିଣ ସିରିଆରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।
ସିରିଆରେ ଥିବା ଡ୍ରୁଜ୍ ସମ୍ପ୍ରଦାୟକୁ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ସିଧାସଳଖ ସମର୍ଥନ ଦେଉଛି ।
ସିରିଆ ଉପରେ ପୁଣି ଇସ୍ରାଏଲର ବଡ଼ ଧରଣର ଆକ୍ରମଣ । ସିରିଆର ପ୍ରତିରକ୍ଷା ବିଭାଗର ବିଲଡିଂ ଉପରେ ଆକ୍ରମଣ ହୋଇଛି । ଏଥିଯୋଗୁଁ ବିଲଡିଂ ପୁରା ଧ୍ବଂସ ହୋଇଛି । ଏଥିସହ ସିରିଆର ସରକାରୀ ଟିଭି ଚ୍ୟାନେଲ ଉପରେ ଆକ୍ରମଣ ହୋଇଛି । ଭୟଙ୍କର ଆକ୍ରମଣ ପରେ ଉପସ୍ଥାପିକା ଜଣଙ୍କ ଭୟରେ ଲୁଚି ଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଲଗାତର ତିନି ଦିନ ଧରି ସିରିଆ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ । ଆଗାମୀ ଦିନରେ ଆହୁରି ବଡ ଆକ୍ରମଣ ହେବ ବୋଲି ଇସ୍ରାଏଲ ଚେତାବନୀ ଦେଇଛି । ଏବେ ଚେତାବନୀର ସମୟ ଶେଷ ହୋଇଛି । ଆଗକୁ ଭୟଙ୍କର ଆକ୍ରମଣ ହେବ । ଗତ କିଛି ଦିନ ଦକ୍ଷିଣ ସିରିଆରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସିରିଆରେ ଥିବା ଡ୍ରୁଜ୍ ସମ୍ପ୍ରଦାୟକୁ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ସିଧାସଳଖ ସମର୍ଥନ ଦେଉଛି ।
ସେପଟେ ଚୀନ୍ ଦ୍ୱାରା ତାଇୱାନ ଉପରେ କ୍ରମାଗତ ଭାବରେ ବଢ଼ୁଥିବା ସାମରିକ ଚାପ ମଧ୍ୟରେ, ଆମେରିକା ଜାପାନର ଓକିନାୱା ଦ୍ୱୀପରେ ଥିବା କାଡେନା ବାୟୁସେନା ଘାଟିରେ ଏହାର ଆଧୁନିକ ଏଫ-୧୫ ଇଏକ୍ସ ଲଢ଼ୁଆ ବିମାନ ମୁତୟନ କରିଛି। ଆମେରିକାର ଏହି ପଦକ୍ଷେପ ଏହି ଅଂଚଳରେ ଉତ୍ତେଜନାକୁ ବଢାଇଦେଇଛି । ସେହିପରି ତାଇଓ୍ବାନ ମଧ୍ୟ ଚୀନର ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି । ଏଥିପାଇଁ ଯୁଦ୍ଧାଭ୍ୟାସ କରୁଛି ତାଇଓ୍ବାନ ସେନା । ତେବେ ତାଇଓ୍ବାନର ଏହି ଯୁଦ୍ଧାଭ୍ୟାକୁ କେବଳ ଏକ ଫମ୍ପା ଦେଖାଣିଆ ଅଭ୍ୟାସ ବୋଲି କହିଛି ।
ଆମେରିକା ବାୟୁସେନାର ୧୮ତମ ୱିଙ୍ଗ ସ୍ପଷ୍ଟ କରିଛି ଯେ ଏହି ମୁତୟନ ତାଲିମ ଅଭ୍ୟାସ ପାଇଁ, କିନ୍ତୁ ଏହି ପଦକ୍ଷେପକୁ ଏହି ଅଞ୍ଚଳରେ ଚୀନ୍ ର ପ୍ରଭାବକୁ ହ୍ରାସ କରିବାର ପ୍ରୟାସ ଭାବରେ ଦେଖାଯାଉଛି। ନିଜର ରଣନୈତିକ ସ୍ଥିତି ଯୋଗୁଁ କାଡେନା ବାୟୁସେନା ଘାଟି ତାଇୱାନ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟି। ଏଠାରେ ପୂର୍ବରୁ ୪୮ଟି ଏଫ-୧୫ ସିଡି ବିମାନ ମୁତୟନ କରାଯାଇଛି, ଏବଂ ସେଗୁଡ଼ିକୁ ୩୬ଟି ନୂତନ ଏଫ-୧୫ ଇଏକ୍ସ ବିମାନ ସହିତ ବଦଳାଯିବାର ଯୋଜନା ରହିଛି। ତାଇୱାନ ଉପରେ ସମ୍ଭାବ୍ୟ ଚୀନ୍ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ମୁତୟନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।