୭ ଅକ୍ଟୋବର ଆକ୍ରମଣର ବଦଲା ନେଲା ଇସ୍ରାଏଲ

ଅର୍ଗସ ବ୍ୟୁରୋ: ୭ ଅକ୍ଟୋବର ଆକ୍ରମଣର ବଦଲା ନେଲା ଇସ୍ରାଏଲ । ହମାସ୍ ବିରୋଧରେ 9 ମାସ ଧରି ଚାଲିଥିବା ଯୁଦ୍ଧରେ ଇସ୍ରାଏଲକୁ ମିଳିଛି ସବୁଠାରୁ ବଡ଼ ସଫଳତା । ଇସ୍ରାଏଲର ଆକ୍ରମଣରେ ନିପାତ ହୋଇଛି ହମାସ ମୁଖ୍ୟ ଇସ୍ମାଇଲ ହାନିୟା। ଇରାନର ତେହରାନରେ ଥିବା ଇସ୍ମାଇଲର ଘର ଉଡ଼ାଇ ଦେଇଛି ଇସ୍ରାଏଲ୍ । 2023 ଅକ୍ଟୋବର 7ରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି । ସେତେବେଳେ ଇସ୍ରାଏଲ ଉପରେ ହମାସ୍ ପ୍ରଥମେ ଅତର୍କିତ ଆକ୍ରମଣ କରିଥିଲା ।
ଯେଉଁଥିରେ 1200ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏଥିସହ 250 ଜଣ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଥିଲା ହମାସ । ଦାବି କରାଯାଇଛି ଯେ 150 ଜଣ ବନ୍ଧକ ଏବେ ବି ହାମାସ ଅଧୀନରେ ଅଛନ୍ତି । ଅନ୍ୟପଟେ ହମାସ ଦାବି କରିଛି ଯେ ଇସ୍ରାଏଲର ଆକ୍ରମଣରେ ଏଯାଏଁ 39 ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି । ଇସ୍ରାଏଲର କହିବା କଥା, ଏହି ଅପରେସନରେ ହମାସ ଓ ତାର ସହଯୋଗୀଙ୍କ 14 ହଜାରରୁ ଅଧିକ ଯୋଦ୍ଧାଙ୍କୁ ହତ୍ୟା କରିଛି ।
ଆହୁରି ପଢନ୍ତୁ ବିଦେଶ ଖବର...