Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Israel vs Iran War: ୨୫ ମିନିଟର ଅପରେସନ୍‌, ଧୁଆଁ ଧୁଆଁ ଇରାନ୍‌

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Israel vs Iran War: ୨୫ ମିନିଟର ଅପରେସନ୍‌, ଧୁଆଁ ଧୁଆଁ ଇରାନ୍‌

Key Points

ଏହି ଅଭିଯାନରେ ସାତୋଟି B-2 ଷ୍ଟେଲଥ ବମ୍ବାରଡିଅର ବିମାନ ସାମିଲ ଥିଲେ।
ଏହି ଅପରେସନ ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣାଥିଲା।
ଦୁଇ ସପ୍ତାହର ଡେଡଲାଇନ ୨ ଦିନରେ ସରିଲା

ଆମେରିକା ଶନିବାର ଇରାନର ତିନୋଟି ପ୍ରମୁଖ ପରମାଣୁ ଘାଟି ଫୋର୍ଡୋ, ନାଟାନ୍‌ ଓ ଇସଫାହାନ ଉପରେ ଆକ୍ରମଣ କରିଥିବା ସାମରିକ ଅଭିଯାନକୁ ‘ଅପରେସନ ମିଡନାଇଟ ହାମର’ ନାମ ଦିଆଯାଇଛି। ଏହି ଅଭିଯାନ ୨୫ ମିନିଟରେ ସମ୍ପନ୍ନ ହୋଇଥିଲା ଏବଂ ଇରାନର ଆକାଶ ପ୍ରତିରକ୍ଷା ବ୍ୟବସ୍ଥା ଆମେରିକୀୟ ସାମରିକ ସମ୍ପଦ ଉପରେ ଗୋଟିଏ ମଧ୍ୟ ଗୁଳି ଚଳାଇ ନଥିଲା। ଏହି ଅଭିଯାନରେ ୧୨୫ରୁ ଅଧିକ ବିମାନ ସାମିଲ ଥିଲେ।

ହ୍ୱାଇଟ ହାଉସରେ ଆୟୋଜିତ ଏକ ପ୍ରେସ ବ୍ରିଫିଂରେ ଯୁଗ୍ମ ସେନା ଅଧ୍ୟକ୍ଷ (ଜଏଣ୍ଟ ଚିଫ୍ସ ଅଫ ଷ୍ଟାଫ) ଜେନେରାଲ ଡାନ କେନ କହିଛନ୍ତି, “ଏହି ଅଭିଯାନରେ ସାତୋଟି B-2 ଷ୍ଟେଲଥ ବମ୍ବାରଡିଅର ବିମାନ ସାମିଲ ଥିଲେ। ଏହି ବିମାନମାନେ ଫୋର୍ଡୋ ଓ ନାଟାନ୍‌ ପରମାଣୁ ସ୍ଥାନ ଉପରେ ପ୍ରାୟ ୧୩,୬୦୮ କିଲୋଗ୍ରାମ ଓଜନର ୧୪ଟି ମାସିଭ ବଙ୍କର ବଷ୍ଟର ବୋମା ପକାଇଥିଲେ। ଏହା ସହିତ ଇସଫାହାନ ଉପରେ ୨୪ରୁ ଅଧିକ ଟୋମାହକ କ୍ରୁଜ ମିସାଇଲ ନିକ୍ଷେପ କରାଯାଇଥିଲା। ଜେନେରାଲ କେନଙ୍କ ଅନୁସାରେ ଶୁକ୍ରବାର ମଧ୍ୟରାତ୍ରିରୁ ଶନିବାର ସକାଳ ପର୍ଯ୍ୟନ୍ତ ମିସୋରୀରୁ ସାତୋଟି B-2 ଷ୍ଟେଲଥ ବମ୍ବାରଡିଅର ବିମାନ ଏକ ବୃହତ ଷ୍ଟ୍ରାଇକ ପ୍ୟାକେଜରେ ଆମେରିକାରୁ ଉଡ଼ାଣ ଭରିଥିଲେ। ଏହି ଅପରେସନ ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣାଥିଲା।

ତେବେ କୁହାଯାଉଛି ଦୁଇ ସପ୍ତାହର ଡେଡଲାଇନ ୨ ଦିନରେ ସରିଲା। ଇରାନର ତିନୋଟି ପରମାଣୁ ଘାଟି ଉପରେ ଜୋରଦାର ଆକ୍ରମଣ କରିଛି ଆମେରିକା। ଶାନ୍ତି ପାଇଁ ଏହା ବାଟ ଖୋଲିବ, ଆକ୍ରମଣ ପରେ ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ ଉପରେ ଆମେରିକାର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

ଫଳରେ ଯୁଦ୍ଧ ଆଗକୁ ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି। ଆମେରିକାର ଆକ୍ରମଣ ପରେ ଇସ୍ରାଏଲ୍‌ ଉପରେ ଇରାନ୍‌ର ଆଟାକ୍। ଇସ୍ରାଏଲ୍ ଉପରେ ଇରାନ୍‌ ୨୫ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି। ଏଥିରେ ଇସ୍ରାଏଲ୍‌ର ବି ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ଦୁଃସାହସିକ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Israel vs Iran War: 25-minute operation, Midnight Hammer | Argus News