Videos
|
International

ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍

Manini Pattanayak
Browse all articles by Manini Pattanayak
·2 years ago·1 min read
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍

 ନୂଆଦିଲ୍ଲୀ:  ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ। କହିଛନ୍ତି ପୁଣି ଆକ୍ରମଣ କଲେ ଇସ୍ରାଏଲକୁ ପସ୍ତାଇବାକୁ ପଡ଼ିବ। ସେପଟେ ଇସ୍ରାଏଲକୁ ହଠାତ୍ ଯୁଦ୍ଧାସ୍ତ୍ର ରପ୍ତାନୀ ବନ୍ଦ କରିଦେଇଛି ଫ୍ରାନ୍ସ। ଯାହାକୁ ନେଇ ଫ୍ରାନ୍ସକୁ ସମାଲୋଚନା କରିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ଆଉ ମାତ୍ର କିଛି ଘଣ୍ଟା ପରେ ମଧ୍ୟପ୍ରାଚ୍ୟ ଯୁଦ୍ଧ କୁ ପୁରିବ ୧ ବର୍ଷ। ୩୬୫ ଦିନର ଲମ୍ବା ଯୁଦ୍ଧ ରେ ଜଳୁଛି ମଧ୍ୟପ୍ରାଚ୍ୟ। ଯୁଦ୍ଧ ର ସାଇରନ୍ ..ଗୁଳିବାରୁଦ ବୋମାର ଶବ୍ଦ ।

ମୃତ୍ୟୁର କରାଳ ଛାୟା ..ଆହତଙ୍କ ଆର୍ତ ଚିତ୍କାରରେ କମ୍ପୁଛି ମଧ୍ୟପ୍ରାଚ୍ୟ...ଇସ୍ରାଏଲ୍ ହିଜବୁଲ୍ଲା ଜଙ୍ଗ୍ ଚରମ ସୀମାରେ ଥିବାବେଳେ ଏବେ ପୁଣି ଥରେ ଗାଜାରେ ଏୟାରଷ୍ଟ୍ରାଇକ୍‌ ଆରମ୍ଭ କରିଛି ଇସ୍ରାଏଲ। ରବିବାର ଗାଜାର ଏକ ମସଜିଦ ଉପରେ ଇସ୍ରାଏଲ ରକେଟ୍‌ ମାଡ଼ କରିଛି। ଏଥିରେ  ୨୪ ଜଣଙ୍କ ମୃତ୍ୟୁ ହୋଇଛି।  ଇସ୍ରାଏଲ ଓ ହମାସ ଯୁଦ୍ଧକୁ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ହମାସ କୁ ନେତାନାହୁ ଙ୍କ ଏହା ଏକ ଚେତାବନୀ ବୋଲି କୁହାଜାଉଛି। ଡେର ଅଲ ବାଲା ଅଞ୍ଚଳରେ ଥିବା ଶୁହାଦା ଅଲ-ଅକ୍ସା ମସ୍‌ଜିଦ ଭିତରେ ହମାସ ଆତଙ୍କବାଦୀ ଗତିବିଧି ପରିଚାଳନା କରୁଥିଲା। ଏହି ମସଜିଦ ଭିତରେ ହମାସର କମାଣ୍ଡ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍‌ ଚଳାଉଥିଲା ଯାହାର ଭନକ୍ ଆଡିଏଫକୁ ଲାଗିବା ପରେ ଏହି ଆଟାକ୍ କରାଯାଇଛି। ଇସ୍ରାଏଲ୍ ର ଲେବାନନ୍ ଆଟାକ୍ ଭୟଙ୍କର ହେବା ସହିତ ନେକ୍ସ ଆଟାକ୍ ଇରାନ୍ ଉପରେ କରିବା ନେଇ ନେତାନାହୁ ଇସାରା କରିସାରିଛନ୍ତି। ଏହା ପୂର୍ବରୁ ଫ୍ରାନସ୍ ଇସ୍ରାଏଲ କୁ ଯୁଦ୍ଧାସ୍ତ୍ର ସପ୍ଲାଇ ବନ୍ଦ କରିଛି। ଜାହାକୁ ନେଇ ଭଡକିଛନ୍ତି ନେତାନାହୁ।  
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: