Videos
|
International

ଲଗାତର ଏୟାର ଷ୍ଟ୍ରାଇକ ପରେ ଗାଜା ସହର ଦୁଇଫାଳ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଲଗାତର ଏୟାର ଷ୍ଟ୍ରାଇକ ପରେ ଗାଜା ସହର ଦୁଇଫାଳ 

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲର ଆକ୍ରମଣର ଆହୁରି ଜୋରଦାର ହୋଇଛି। ଲଗାତର ଏୟାର ଷ୍ଟ୍ରାଇକ ପରେ ଗାଜା ସହର ଦୁଇଫାଳ ହୋଇ ଯାଇଥିବା ଦାବି କରିଛି ଇସ୍ରାଏଲ । ଇସ୍ରାଏଲ ଏବଂ ଫିଲିସ୍ତାନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ଭିତରେ ଇସ୍ରାଏଲ ସେନା ରବିବାର ହମାସ ଉପରେ ଆକ୍ରମଣ କରିଛି । ଆଉ ଗାଜା ପଟି ଦୁଇ ଭାଗ ହୋଇଛି । ଇସ୍ରାଏଲ ସେନାର ମୁଖପାତ୍ର ଏହା ସ୍ପଷ୍ଟ କରିଛନ୍ତି ।

ଅଧିକ ପଢନ୍ତୁ: ଗାଜାର ସବୁଠୁ ବଡ଼ ଶରଣାର୍ଥୀ ଶିବିରରେ ଘନ ଘନ ରକେଟ ମାଡ଼

ଏବେ ଗାଜା ସହରକୁ ଇସ୍ରାଏଲ ସେନା ଘେରି ରହିଛି । ଏବେ କେବଳ ଉତ୍ତର ଏବଂ ଦକ୍ଷିଣ ଗାଜା ଅଲଗା ହୋଇଥିବାରୁ ଆହୁରି ଜୋରଦାର ଆକ୍ରମଣ କରିବାକୁ ଯାଉଛି ଇସ୍ରାଏଲ । ଆଇଡିଏଫ୍ ଏହା କହିଛି । ଇସ୍ରାଏଲ ଏବେ ଗ୍ରାଉଣ୍ଡ ଅପରେସନ କରୁଛି । ଏଥିରେ ୩୪ ଜଣ ଇସ୍ରାଏଲ ସେନା ପ୍ରାଣ ହରାଇଛନ୍ତି । ସେପଟେ ତୁର୍କୀରେ ପହଞ୍ଚିଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ଆଣ୍ଟୋନି ବ୍ଲିଙ୍କେନ୍ । 

ବିଦେଶ ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Israeli army said its land assault on the Gaza Strip had on Sunday split the Palestinian territory in two, with "significant" strikes continuing in its war against Hamas. | Argus News