Videos
|
International

ଇରାନ ଉପରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ, ଥର ହର ଇରାନ

Smruti Parija
Browse all articles by Smruti Parija
·1 year ago·1 min read
ଇରାନ ଉପରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ, ଥର ହର ଇରାନ

Key Points

ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌

ଆକ୍ରମଣରେ ଇସ୍ରାଏଲର ଏକାଧିକ ସାମରିକ ଓ ଆଣବିକ ଅନୁଷ୍ଠାନ କ୍ଷତିଗ୍ରସ୍ତ

ଥରହର ହୋଇ ଉଠିଛି ଇରାନ

ଇରାନ ଉପରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ । ଇସ୍ରାଏଲର ଅପରେସନ ରାଇଜିଂ ଲାୟନରେ ଥରହର ହୋଇ ଉଠିଛି ଇରାନ । ଇରାନର ରାଜଧାନୀ ତେହରାନ ଉପରେ ଇସ୍ରାଏଲ ସେନା ବୋମା ଓ ଡ୍ରୋନ ଜରିଆରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଇସ୍ରାଏଲର ଏକାଧିକ ସାମରିକ ଓ ଆଣବିକ ଅନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି ।


ଏଥି ସହିତ ଇରାନ ସେନାର ବହୁ ଟପ୍ କମାଣ୍ଡର ଓ ଆଣବିକ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଇସ୍ରାଏଲ ଦାବି କରିଛି । ଏହି ଆକ୍ରମଣରେ ଦେଶର ଶକ୍ତିଶାଳୀ ରେଭୋଲ୍ୟୁସନାରୀ ଗାର୍ଡସ୍‌ ମୁଖ୍ୟ ହୋସେନ ସାଲାମୀ ନିହତ ହୋଇଥିବା ନେଇ କୁହାଯାଉଛି । ମେଜର ଜେନେରାଲ ହୋସେନ ସାଲାମୀ, ଇସଲାମିକ ରେଭୋଲ୍ୟୁସନାରୀ ଗାର୍ଡ କର୍ପସ୍‌ର ମୁଖ୍ୟ, ଇସ୍ରାଏଲୀୟ ଶାସନର ଆଇଆରଜିସି ମୁଖ୍ୟାଳୟ ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତିକୁ ଦେଖି ଇରାନର ଏୟାର ସ୍ପେସକୁ ବନ୍ଦ କରିଦିଆଯାଇଛି । ଏଥି ସହ ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

israeli-military-has-attacked-the-iranian-capital-tehran-with-bombs-and-drones-several-israeli-military-and-nuclear-facilities-have-been-damaged-in-the-attack | Argus News