ହିଜବୁଲ୍ଲା ଆଡ୍ଡା ଉପରେ ଇସ୍ରାଏଲର ମିସାଇଲ ଆକ୍ରମଣ

ଅର୍ଗସ ବ୍ୟୁରୋ: ଲେବାନନରେ ଥିବା ଇରାନ ସମର୍ଥିତ ଅତଙ୍କବାଦୀ ସଂଗଠନ ହିଜବୁଲ୍ଲା ଆଡ୍ଡା ଉପରେ ଇସ୍ରାଏଲର ମିସାଇଲ ଆକ୍ରମଣ । ଦକ୍ଷିଣ ଲେବାନନ୍ର 300ରୁ ଅଧିକ ସ୍ଥାନରେ ଇସ୍ରାଏଲ୍ ଯୁଦ୍ଧ ବିମାନ ଆକ୍ରମଣ କରିଛି । ମିସାଇଲ ମାଡ଼ରେ 492 ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ହଜାରରୁ ଅଧିକ ଆହତ ହୋଇଛନ୍ତି । ଇସ୍ରାଏଲ- ହମାସ ଲଢେଇ ଆରମ୍ଭ ହେବା ଦିନ ଠାରୁ ଲେବାନନରେ ଅବସ୍ଥିତ ହିଜବୁଲ୍ଲା ଗୋଷ୍ଠୀ ଉପରେ ଇସ୍ରାଏଲ ଆକ୍ରମଣ କରିଛି ।
ଏହି ଆକ୍ରମଣ ପରେ ଲେବାନନରେ 2 ଦିନ ପାଇଁ ସ୍କୁଲ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ଆକ୍ରମଣ ପୂର୍ବରୁ ଇସ୍ରାଏଲ ହିଜବୁଲ୍ଲା ଆଡ୍ଡାଠାରୁ ଦୂରକୁ ଯିବା ପାଇଁ ଲେବାନନ ନାଗରିକଙ୍କୁ ମେସେଜ ପଠାଇ ସତର୍କ କରିଥିଲା । ହିଜବୁଲ୍ଲା ଓ ଇସ୍ରାଏଲର ବିବାଦ ମଧ୍ୟରେ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଘନ ଘନ ରକେଟ ମାଡରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି ଲେବାନନର ବହୁ ଅଞ୍ଚଳ । ସେପଟେ ନିଜ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ଇସ୍ରାଏଲ।
ଆହୁରି ପଢନ୍ତୁ ବିଦେଶ ଖବର...