Videos
|
International

ଲେବାନନ ଉପରେ ଇସ୍ରାଏଲର ରକେଟ ମାଡ, ୨୨ ମୃତ

Ritu Das
Browse all articles by Ritu Das
·1 year ago·1 min read
ଲେବାନନ ଉପରେ ଇସ୍ରାଏଲର ରକେଟ ମାଡ, ୨୨ ମୃତ

ଅର୍ଗସ ବ୍ୟୁରୋ: ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ । ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ ହୋଇଥିବା ସୂଚନା ମିଳିଛି । ତେବେ ଏହି ଏୟାର ଷ୍ଟ୍ରାଇକରେ 22ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଲେବାନନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଲେବାନନର କେନ୍ଦ୍ରୀୟ ବେରୁଟରେ ଥିବା ରସ ଏଲ-ନାବା ନେଇବରହୁଡରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି । ଅତି କମରେ 22 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 117 ଜଣ ଆହତ ହୋଇଛନ୍ତି ।

ତେବେ ପୂର୍ବରୁ ଏନେଇ କୌଣସି ଚେତାବନୀ ଦେଇନଥିବା ବେଳେ ହଠାତ୍ ଗୁରୁବାର ମଧ୍ୟରାତ୍ରରେ ଦୁଇଟି ଆବାସିକ ଅଟ୍ଟାଳିକା ଉପରେ ରକେଟ ମାଡ କରିଥିଲେ । ଦୁଇଟି କୋଠା ମଧ୍ୟରୁ ଗୋଟିଏରେ ବିସ୍ଥାପିତମାନେ ରହୁଥିଲେ । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରକେଟ ମାଡ ଉପରେ ଆବାସିକ କୋଠା ଗୁଡିକ କମ୍ପନ ହେବା ସହିତ ଧୂଆଁ ବାହାରିଥିଲା । ଏହାପରେ ସ୍ଥାନୀୟ ଲୋକେ ନିଜ ଘର ଛାଡି ଚାଲିଯାଇଥିବା ମଧ୍ୟ ଦେଖାଯାଇଛି। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Israeli rockets | Argus News