ଗାଜା ସିଟି ଉପରେ ଇସ୍ରାଏଲ୍ କରିବ ସାମରିକ ନିୟନ୍ତ୍ରଣ !

Key Points
ଗାଜା ଦଖଲ ମୋଡ୍ ରେ ଇସ୍ରାଏଲ୍
ଗାଜା ସିଟି ଉପରେ ଇସ୍ରାଏଲ୍ କରିବ ସାମରିକ ନିୟନ୍ତ୍ରଣ !
ହମାସର ହେବ ମୂଳପୋଛ
କମିବ ନା ବଢିବ ମାନବୀୟ ସଙ୍କଟ !
ଦେଢ ବର୍ଷରୁ ଅଧିକ ସମୟ ଧରି ଜାରୀ ରହିଥିବା ଇସ୍ରାଏଲ୍ ହମାସ ଜୁଦ୍ଧ ଏକ ଗୁରୁତ୍ବପୂର୍ଣ ମୋଡରେ ପହଂଚିଛି । ଯୁଦ୍ଧ ସ୍ଥିତି ଭିତରେ ଭେୋକ ଶୋଷ ରେ ଡହଳ ବିକଳ ଗାଜା ବାସୀ ମତଯୁ ସହିତ ସଂଗ୍ରାମ କରୁଥିବା ସମଯରେ ଇସ୍ରାଏଲ୍ ସେନା ଗାଜାକୁ ପୁରାପୁରି ଦଖଲ କରିବାର କରିଛି ବଡ ପ୍ଲାନ୍ । ଇସ୍ରାଏଲର ସୁରକ୍ଷା କ୍ୟାବିନେଟ ଅଗଷ୍ଟ ୮, ୨୦୨୫ରେ ଗାଜା ସିଟି ଅଧିକାର କରିବା ପାଇଁ ଏହି ଯୋଜନାକୁ ଅନୁମୋଦନ କରିଛି । ଯାହା ଇସ୍ରାଏଲ-ହମାସ ଯୁଦ୍ଧରେ ଏକ ଗୁରୁତ୍ପୂର୍ଣ୍ଣ ଏବଂ ବିବାଦୀୟ ପଦକ୍ଷେପ ଭାବେ ଦେଖାଯାଉଛି। ଇସ୍ରାଏଲୀ ସେନା ଗାଜା ସିଟି ଉପରେ ସାମରିକ ନିୟନ୍ତ୍ରଣ ହାସିଲ କରିବ ଏବଂ ଏହାର ସହ ମାନବୀୟ ସହାୟତା ଯୁଦ୍ଧମୁକ୍ତ ଅଞ୍ଚଳରେ ବଣ୍ଟନ କରାଯିବ।ତେବେ ଏହି ନିଷ୍ପତ୍ତି କୁ ଆନ୍ତର୍ଜାତୀୟ ସମୁଦାୟ, ହମାସ ଗୋଷ୍ଠୀ ତରଫରୁ ତୀବ୍ର ସମାଲୋଚନା କରାଜାଇଛି। ଜାତିସଂଘ ପକ୍ଷରୁ ଏପରି ପଦକ୍ଷେପକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିବା ସହିତ ଏହା ଆନ୍ତର୍ଜାତୀୟ ନ୍ୟାୟାଳୟର ନିର୍ଦ୍ଦେଶକୁ ଉଲ୍ଲଂଘନ ବୋଲି କୁହାଯାଇଛି।
ଇସ୍ରାଏଲର ସୁରକ୍ଷା କ୍ୟାବିନେଟ ଯୋଜନା ଅନୁଯାୟୀ, ଇସ୍ରାଏଲୀ ସେନା ଗାଜା ସିଟି ଏବଂ ପ୍ରାୟ ୮ ଲକ୍ଷ ପାଲେଷ୍ଟାଇନୀୟଙ୍କ ଘର ଉପରେ ନିୟନ୍ତ୍ରଣ ହାସଲ କରିବ। ଏହି ମିଲିଟାରି କଣ୍ଟ୍ରୋଲ ପ୍ରୋସେସ୍ ଚାରିରୁ ପାଞ୍ଚ ମାସ ପାଇଁ ଚାଲିବ, ଯେଉଁଥିରେ ଗାଜା ସିଟି ଏବଂ ମଧ୍ୟ ଗାଜାର ଶରଣାର୍ଥୀ ଶିବିରଗୁଡ଼ିକୁ ଟାର୍ଗେଟ କରାଯିବ। ପ୍ରଥମ ପର୍ଯ୍ୟାୟରେ, ଗାଜା ସିଟିର ନାଗରିକମାନଙ୍କୁ ଅକ୍ଟୋବର ୭, ୨୦୨୫ ସୁଦ୍ଧା ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯିବ, ଏହି ସମୟ ମଧ୍ୟରେ, ଇସ୍ରାଏଲ ମଧ୍ୟ ଗାଜାରେ ମାନବୀୟ ସହାୟତା ବଣ୍ଟନ ବୃଦ୍ଧି କରିବାକୁ ଯୋଜନା କରୁଥିବାର ଜଣାପଡିଛି । ଏହି ପ୍ଲାନ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହମାସକୁ ମୂଳପୋଛ କରିବା, ବନ୍ଦୀମାନଙ୍କୁ ମୁକ୍ତ କରାଇବା, ଗାଜାକୁ ଆତଙ୍କୀ ମୁକ୍ତ କରିବା ବୋଲି କହିଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।
ଇସ୍ରାଏଲର ଗାଜା ସିଟି ଅଧିକାର ଯୋଜନା କୁ ଏକ ଜଟିଳ ଏବଂ ବିବାଦୀୟ ପଦକ୍ଷେପ ଭାବରେ ଦେଖାଯାଉଛି । ଯାହା ମାନବୀୟ, ରାଜନୈତିକ, ଏବଂ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ପରିଣାମ ଆଣିପାରେ। ଏହା ହମାସ ବିରୁଦ୍ଧରେ ଇସ୍ରାଏଲର ଲକ୍ଷ୍ୟ ହାସିଲ କରିପାରେ, କିନ୍ତୁ ଏହା ମାନବୀୟ ସଙ୍କଟକୁ ବଢ଼ାଇବ ଏବଂ ଆନ୍ତର୍ଜାତୀୟ ସମ୍ପର୍କକୁ ଜଟିଳ କରିପାରେ। ଏହି ଯୋଜନାର ସଫଳତା ଆନ୍ତର୍ଜାତୀୟ ସମର୍ଥନ, ଏବଂ ଇସ୍ରାଏଲର ଅଭ୍ୟନ୍ତରୀଣ ରାଜନୀତି ଉପରେ ନିର୍ଭର କରୁଛି। ବିଶ୍ବ ଏହି ଘଟଣାକ୍ରମରେ ନଜର ରଖିଛି, ଯାହା ମଧ୍ୟପ୍ରାଚ୍ୟରେ ଶାନ୍ତି ଏବଂ ସ୍ଥିରତା ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ।