America vs Iran / ବଡ଼ ଯୁଦ୍ଧ ଆଶଙ୍କା, ଆମେରିକା-ଇସ୍ରାଏଲକୁ ଚୀନ୍-ଋଷ ମାରିବେ କ୍ଷେପଣାସ୍ତ୍ର !
·6 months ago·2 min read

Key Points
ବିଶ୍ୱର ଅନେକ ମହାଶକ୍ତି ଏହି ଯୁଦ୍ଧରେ ନେଇପାରନ୍ତି ସକ୍ରିୟ ଭୁମିକା ।
ଆମେରିକା-ଇରାନ ଯୁଦ୍ଧ ହେଲେ କାହା ସପକ୍ଷରେ ରହିବେ କେଉଁ ଦେଶ । ତାହାକୁ ନେଇ ଚାଲିଛି ସମୀକରଣ । ଯଦି ଯୁଦ୍ଧ ଆରମ୍ଭ ହୁଏ, ତେବେ ଆମେରିକା ସମର୍ଥନରେ ଆସିପାରନ୍ତି ଇସ୍ରାଏଲ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, କାନାଡା, ଅଷ୍ଟ୍ରେଲିଆ ଭଳି ଦେଶ । ତେବେ ଇରାନ ସପକ୍ଷରେ ବାହାରି ପାରନ୍ତି ରୁଷ, ଚୀନ, ସିରିଆ, ଉତ୍ତର କୋରିଆ ଏବଂ ହିଜବୁଲ୍ଲା ସଂଗଠନ। ତେବେ ଯୁଦ୍ଧ ରୋକିବା ପାଇଁ ବିଶ୍ବର କିଛି ମହାଶକ୍ତି ମଧ୍ୟ ଉଦ୍ୟମ କରିପାରନ୍ତି । ଏହି ଦେଶ ମଧ୍ୟରେ ରହିପାରନ୍ତି ଭାରତ, ସାଉଦି ଆରବ, କତାର ଏବଂ ଓମାନ ।
ଆମେରିକା ଓ ଇରାନ୍ ମଧ୍ୟରେ ଯଦି ଯୁଦ୍ଧ ଆରମ୍ଭ ହୁଏ, ତେବେ ଏହା ଖୁବ୍ ବଡ଼ ଧରଣର ହେବ । ସାରା ବିଶ୍ୱରେ ଏହାର ପ୍ରଭାବ ପଡ଼ିବ । ବିଶ୍ୱର ଅର୍ଥନୀତି ଭୁଶୁଡ଼ିଯିବ । ଅନେକ ନୀରିହ ଜୀବନ ବଳିପଡ଼ିବ । ଏହାର ବିଶ୍ୱର ମାନଚିତ୍ର ମଧ୍ୟ ବଦଳିବା ଆରମ୍ଭ ହେବ । କାରଣ ବିଶ୍ୱର ଅନେକ ମହାଶକ୍ତି ଏହି ଯୁଦ୍ଧରେ ନେଇପାରନ୍ତି ସକ୍ରିୟ ଭୁମିକା ।
ଗୋଟିଏ ପଟେ ଆମେରିକା ନିଜକୁ ସର୍ବଶକ୍ତିମାନ ଭାବି ଦମନ ଲୀଳା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଏହାକୁ ନାପସନ୍ଦ କରିଛନ୍ତି ଅନେକ ଦେଶ । ଟ୍ରମ୍ପ ଯେଭଳି ବଡ଼ ମାଛ ସାଜି ଗୋଟିଏ ପରେ ଗୋଟିଏ ଛୋଟ ମାଛ ବା ଦେଶକୁ ଗିଳିବା ଆରମ୍ଭ କରିଛନ୍ତି, ସେଥିରେ ବ୍ରେକ୍ ଲଗାଇବା ନିହାତି ଜରୁରୀ ବୋଲି କହିଛନ୍ତି ଅନେକ ଦେଶର ପ୍ରତିନିଧି । ତେଣୁ ଯଦି ଇରାନ୍ ଉପରେ ଆମେରିକା ଆକ୍ରମଣ କରେ ତେବେ ଇରାନ୍ ସମର୍ଥନରେ ବାହାରି ଯୁଦ୍ଧ କରିବାକୁ ମଧ୍ୟ ପଛାଇବେ ନାହିଁ ସେହି ଦେଶମାନେ। ଯାହାଫଳରେ ଏବେ ତୃତୀୟ ବିଶ୍ବ ଯୁଦ୍ଧ ଅଶଙ୍କା ଘନେଇବାରେ ଲାଗିଛି ।
ଇରାନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଆମେରିକା । ତୁରନ୍ତ ଓ ନିର୍ଦ୍ଦିଷ୍ଟ ଭାବେ ଆକ୍ରମଣ ନେଇ ଆମେରିକା ସେନା ତୟାର ଥିବା ସୂଚନା ମିଳିଛି । ଇରାନ ଉପରେ ଏବେ ଟ୍ରମ୍ପ ଓ ତାଙ୍କ ପରାମର୍ଶଦାତା ତୀକ୍ଷ୍ମ ନଜର ରଖିଛନ୍ତି । ଆନ୍ଦୋଳନକାରୀଙ୍କ ଉପରେ ଇରାନର ଦମନକୁ କଡ଼ା ନିନ୍ଦା କରିବା ସହ ଆକ୍ରମଣ ଧମକ ଦେଇଛନ୍ତି ଟ୍ରମ୍ପ ।
ଆମେରିକା ବଡ଼ ଧରଣର ଆକ୍ରମଣ କରିବା ନେଇ ସୂଚନା ମିଳିବା ପରେ ଇରାନ ତାର ଏୟାର ସ୍ପେସ୍ ବନ୍ଦ କରିଛି । ଇରାନରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ବେଳେ ସେନା ସହ ମୁହାଁମୁହିଁ ଯୋଗୁ ୨୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଯଦି ଇରାନ ଉପରେ ଆମେରିକା ଆକ୍ରମଣ କରେ ତେବେ ଇରାନର ପରମାଣୁ କେନ୍ଦ୍ରକୁ ଧ୍ୱଂସ କରିବାର ଆଶଙ୍କା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories