Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆମେରିକାରେ ଭୀଷଣ ଥଣ୍ଡା; ପ୍ରଭାବିତ ହେଉଛି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହ

International

ଆମେରିକାରେ ଭୀଷଣ ଥଣ୍ଡା; ପ୍ରଭାବିତ ହେଉଛି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହ

Ritu Das
Browse all articles by Ritu Das
·1 year ago·1 min read
ଆମେରିକାରେ ଭୀଷଣ ଥଣ୍ଡା; ପ୍ରଭାବିତ ହେଉଛି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହ

ଅର୍ଗସ ବ୍ୟୁରୋ: ଜାନୁଆରୀ ୨୦ ତାରିଖ ଅର୍ଥାତ୍ ସୋମବାର ଶପଥ ନେବେ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ । ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ମାତ୍ର ଭୀଷଣ ଥଣ୍ଡା ପାଇଁ ଆମେରିକା କ୍ୟାପିଟଲ୍ ବାହାରେ ବଦଳରେ ଭିତରେ ହେବ ଶପଥ ସମାରୋହ । ଏହାକୁ ଆମେରିକା ଇତିହାସରେ ସବୁଠୁ ଥଣ୍ଡା ଶପଥ ଗ୍ରହଣ ଉତ୍ସବ ବୋଲି କୁହାଯାଉଛି । ଏନେଇ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆ ପୋଷ୍ଟ କରି କହିଛନ୍ତି, ଶପଥ ସମାରୋହ ବେଳେ ଓ୍ବାଂଶିଟନ ଡି.ସିର ତାପମାତ୍ରା ନିମ୍ନ ସ୍ତରକୁ ଯାଇପାରେ । ଦେଶରେ ଅର୍କଟିକ୍ ତୋଫାନ ଏବେ ଚାଲୁଛି । ପାଗ ଖରାପ ରହିବ ବୋଲି ଆମେରିକୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


ପ୍ରବଳ ଥଣ୍ଡା ଯୋଗୁଁ କୌଣସି ଲୋକ ପ୍ରଭାବିତ ନହୁଅନ୍ତୁ, ତେଣୁ ପ୍ରାର୍ଥନା ସଭା ଏବଂ ଅନ୍ୟ ଘୋଷଣାକୁ ୟୁନାଇଟେଡ୍ ଷ୍ଟେଟ୍ କ୍ୟାପିଟଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଟ୍ରମ୍ପ ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି । ଏହା ପୂର୍ବ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ କ୍ୟାପିଟଲ୍ ହାଉସ୍ ଭିତିରେ ଆୟୋଜନ କରାଯାଇଥିଲା । ୧୯୮୫ରେ ପୂର୍ବତନ ରିପବ୍ଲିକାନା ରାଷ୍ଟ୍ରପତି ରୋନାଲ୍ଡ ରିଗନ ପାଇଁ ମଧ୍ୟ ଦ୍ବିତୀୟ ଶପଥ ଗ୍ରହଣ ଉତ୍ସବ ହୋଇଥିଲା । ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଉତ୍ସବ କ୍ୟାପିଟଲ୍ ଓ୍ବାନ ଏରିନା ଓ୍ବାଂଶିଟନ ସହରର ଏକ ଖେଳ ପଡ଼ିଆରେ ଆୟୋଜନ ହୋଇଥିଲା । ଏଥିରେ ସର୍ବାଧିକ ୨୦ ହଜାର ଲୋକ ବସିପାରିବେ। ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଆମେରିକାର ପୂର୍ବତନ ପ୍ରଥମ ମହିଳା ମେଚେଲ୍ ଓବାମା ସାମିଲ୍ ହେବେ ନାହିଁ ବୋଲି ସୂଚନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
It's cold in America; Donald Trump's oath taking ceremony is affected | Argus News