Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଜ୍ୟାକ୍ ଡୋର୍ସିଙ୍କ ବଡ଼ ଘୋଷଣା, ବିନା ଇଣ୍ଟରନେଟରେ ଚାଟିଂ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜ୍ୟାକ୍ ଡୋର୍ସିଙ୍କ ବଡ଼ ଘୋଷଣା, ବିନା ଇଣ୍ଟରନେଟରେ ଚାଟିଂ

Key Points

ସରିଲା ଏଥର ହ୍ୱାଟସ ଆପର ଯୁଗ
ଏଣିକି ବିନା ଇଣ୍ଟରନେଟରେ ଚାଟିଂ
ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ୍ ଡୋର୍ସିଙ୍କ ବଡ଼ ଘୋଷଣା


ହ୍ୱାଟସ ଆପ୍‌ ଏପରି ଏକ ଆପ୍‌ ଯାହା କମୁନିକେସନର ଏକ ସହଜ ଏବଂ ସୁନ୍ଦର ମାଧ୍ୟମ। ଯେତେବେଳେ ଆମେ ମେସେଜିଂ ଆପ୍ ବିଷୟରେ କଥା ହେଉ, ସେତେବେଳେ ପ୍ରଥମେ ଆମର WhatsApp ମନେ ପଡ଼େ । ଏହି ହ୍ୱାଟସ ଆପ୍‌ ଅନେକ ଦିନ ଧରି ଲୋକଙ୍କର ପ୍ରିୟ ଆପ ହୋଇପାରିଛି। କିନ୍ତୁ ଏହା ଭବିଷ୍ୟତରେ ଏକମାତ୍ର ଲୋକପ୍ରିୟ ଆପ୍ ହୋଇ ରହିପାରିବ କି ବୋଲି ପ୍ରଶ୍ନ ଉଠୁଛି । କାରଣ ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ୍ ଡୋର୍ସି ଏକ ଆପ୍ ଆଣିଛନ୍ତି ଯାହାକୁ ଇଣ୍ଟରନେଟ୍ ଆବଶ୍ୟକ ହେବ ନାହିଁ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଏମିତି କେଉଁ ଆପ୍‌ ମାକ୍ରେଟକୁ ଆସୁଛି ଯାହା ବିନା ଇଣ୍ଟରନେଟ୍‌ ରେ ବ୍ୟବହାର କରିହେବ। କେବଳ ସେତିକି ନୁହେଁ, ଏଥିରେ ଆହୁରି ଅନେକ ଭଲ ଭଲ ଫିଚର ମଧ୍ୟ ରହିଛି ବୋଲି ଜ୍ୟାକ୍ ଡୋର୍ସି କହିଛନ୍ତି।

ଡୋର୍ସି ବିଟ୍‌ଚାଟ୍ ନାମକ ଏକ ଆପ୍ ଉପରେ କାମ କରୁଛନ୍ତି, ଯାହା ବ୍ଲୁଟୁଥ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରେ । ବିଟ୍‌ଚାଟ୍ ସମ୍ପୂର୍ଣ୍ଣ ଭାବରେ ଡିଭାଇସ୍ ରୁ ଡିଭାଇସ୍ ପର୍ଯ୍ୟନ୍ତ କାମ କରେ। ଏଥିରେ, କୌଣସି ଆକାଉଣ୍ଟ୍ ତିଆରି କରିବାକୁ ପଡ଼େ ନାହିଁ, କୌଣସି ପରିଚୟ ଦେବାକୁ ପଡ଼େ ନାହିଁ, କିମ୍ବା କୌଣସି ତଥ୍ୟ ସଂଗ୍ରହ କରାଯାଏ ନାହିଁ। ଡୋର୍ସି କହିଛନ୍ତି ଯେ ଏହି ଆପ୍‌ର ବିଟା ସଂସ୍କରଣ ଏବେ ଟେଷ୍ଟଫ୍ଲାଇଟ୍‌ରେ ଉପଲବ୍ଧ । ଡୋର୍ସି କୁହନ୍ତି ଯେ ତାଙ୍କ ଆପ୍ ଅଧିକ ଦୂରତା ପର୍ଯ୍ୟନ୍ତ କାମ କରିବାର କ୍ଷମତା ରଖିଛି। ଏହି ଆପ୍ ପାଖରେ ଥିବା ଅନ୍ୟ ଲୋକଙ୍କ ଡିଭାଇସ୍ ମାଧ୍ୟମରେ ବାର୍ତ୍ତାକୁ ଫରୱାର୍ଡ କରିଥାଏ । ଏହି ଆପ୍ ସମ୍ପୂର୍ଣ୍ଣ ଡିସେଣ୍ଟ୍ରାଲାଇଜ ଏବଂ ବ୍ଲୁଟୁଥ୍ ମାଧ୍ୟମରେ ଗୋଟିଏ ଡିଭାଇସରୁ ଅନ୍ୟ ଡିଭାଇସକୁ ସିଧାସଳଖ କାମ କରେ ନାହିଁ । ବିଶେଷ କଥା ହେଉଛି ଏହାକୁ ଇଣ୍ଟରନେଟ୍, ସର୍ଭର, ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ଆଇଡି ଆବଶ୍ୟକ ନାହିଁ ।

ବ୍ଲୁଟୁଥ୍ର ସୀମିତ ପରିସର ହେତୁ, ଏପରି ଆପ୍ ସାଧାରଣତଃ ପ୍ରାୟ 100 ମିଟର ଦୂରତା ପର୍ଯ୍ୟନ୍ତ କାମ କରେ । ତେଣୁ, ଯେତେବେଳେ ଆପଣ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଆପଣଙ୍କ ବନ୍ଧୁମାନଙ୍କୁ ଖୋଜୁଛନ୍ତି ଏବଂ ମୋବାଇଲ୍ ନେଟୱାର୍କ ଠିକ୍ ଭାବରେ କାମ କରୁନାହିଁ, ସେତେବେଳେ ଏହା ଅଧିକ ଉପଯୋଗୀ ହେବ ।ଏହି ଆପ୍‌ରେ ପାସ୍‌ୱାର୍ଡ ସୁରକ୍ଷିତ ଗ୍ରୁପ୍ ଚାଟ୍ ର ସୁବିଧା ମଧ୍ୟ ଅଛି । ଏହା ବ୍ୟତୀତ, ଏହା ‘ଷ୍ଟୋର୍ ଆଣ୍ଡ୍ ଫରୱାର୍ଡ’ ନାମକ ଏକ ପ୍ରଯୁକ୍ତିବିଦ୍ୟାକୁ ସମର୍ଥନ କରେ, ଯାହା ଦ୍ୱାରା ଜଣେ ବ୍ୟବହାରକାରୀ ଅଫ୍‌ଲାଇନ୍ ଥିଲେ ମଧ୍ୟ, ସେ ପରେ ମେସେଜ୍ ପାଇପାରିବେ ।

ଆଗାମୀ ଅପଡେଟ୍‌ରେ ୱାଇଫାଇ ଡାଇରେକ୍ଟ ଫିଚର୍ ମଧ୍ୟ ଯୋଡାଯିବ ବୋଲି କୁହାଯାଇଛି, ଯାହା ଆପ୍‌ର ଗତି ଏବଂ ପରିସରକୁ ଆହୁରି ଉନ୍ନତ କରିବ। ତେବେ ଏହି ଆପ ମାକ୍ରେଟକୁ କେବେ ଆସିବ ସେନେଇ କୌଣସି ସୂଚନା ନଥିବାବେଳେ ଏହା ଆସିବା ଦ୍ୱାରା ବ୍ୟବହାରକାରୀ କେତେ ଉପକୃତ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jack-dorseys-new-messaging-app-works-without-internet-what-is-bitchat | Argus News