Videos
|
International

Bahrain Odias / ବିଦେଶରେ ବି ଅତୁଟ ଜଗନ୍ନାଥ ପ୍ରେମ…ବାହାରିନରେ ଧୁମଧାମରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

Ritu Das
Browse all articles by Ritu Das
·2 months ago·2 min read
ବିଦେଶରେ ବି ଅତୁଟ ଜଗନ୍ନାଥ ପ୍ରେମ…ବାହାରିନରେ ଧୁମଧାମରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା
India

Key Points

  • ବାହାରିନରେ ଧୁମଧାମରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବାହାରିନରେ କାନୁ ଗାର୍ଡେନ୍ ରେ ଅବସ୍ଥିତ ଇସ୍କନ ମନ୍ଦିର ପରିସରରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରୁ ସ୍ନାନ ବେଦିକୁ ଆସି ସୁବାସିତ ଜଳରେ ସ୍ନାନ କରିଥିଲେ। ପ୍ରତୀକ ସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଆସିବା ପରେ ଶେଷ ରେ ଆସିଥିଲେ କାଳିଆ ଠାକୁର। ଏହି ଦିବ୍ୟ ମୁହୂର୍ତ୍ତକୁ ଦେଖିବା ପାଇଁ ଶତାଧିକ ଓଡିଆ ପରିବାର ମନ୍ଦିର ପ୍ରାଙ୍ଗଣରେ ଭିଡ଼ ଜମାଇଥିଲେ।

  • ଘଣ୍ଟ ଘଣ୍ଟା, ଶଙ୍ଖ ଧ୍ବନୀରେ ମନ୍ଦିର ପ୍ରକମ୍ପିତ ହୋଇଥିଲା

ପବିତ୍ର ଦେବସ୍ନାନ କଲା ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ସର୍ବଶେଷରେ ବାହାରିନ ଓଡିଆ ସମାଜର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କିଶୋର ଦାସ , ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମହାନ୍ତି , ଶ୍ରୀଯୁକ୍ତ ଦୀନେଶ ମହାନ୍ତି ଏବଂ ଶ୍ରୀ ଶ୍ରୀ ରାଧା ଗୋପାଳକୃଷ୍ଣ ମନ୍ଦିରର ସଭାପତି ଶ୍ରୀ ପ୍ରଶାନ୍ତ ମହାନ୍ତି ବାହାରିନରେ ପବିତ୍ର ଦେବସ୍ନାନ ପାଳନ କରିବା ପ୍ରଭୁ ଜଗନ୍ନାଥଙ୍କ ଲୀଳା ଓ କରୁଣା ବୋଲି କହିଥିଲେ। ଶେଷରେ ବାହାରିନ ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଏବଂ କାର୍ଯ୍ୟକାରୀଣି ସମିତି ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ଭକ୍ତ ମାନଙ୍କ ଗହଣରେ ପବିତ୍ର ଦେବସ୍ନାନ ବିଷୟରେ ଆଲୋଚନା କରିଥଲେ।

ବିଦେଶରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳନ କରିବା ପ୍ରତେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ଓ ଗର୍ବ ର ବିଷୟ ବୋଲି କହିଥିଲେ। ଶତାଧିକ ଅଣଓଡିଆ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ପାଳନ କରି ନିଜକୁ ସୌଭାଗ୍ୟ ମନେ କରିଥିଲେ।

  • ଦେବସ୍ନାନ ପୂର୍ଣ୍ଣିମା କାହିଁକି ପାଳନ କରାଯାଏ? ଓଡ଼ିଆ ସଂସ୍କୃତିରେ ଏହାର ମହତ୍ତ୍ୱ

ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ଦେବସ୍ନାନ ପୂର୍ଣ୍ଣିମାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ପାଳିତ ହେଉଥିବା ଏହି ପବିତ୍ର ଉତ୍ସବକୁ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ପ୍ରମୁଖ ପର୍ବ ଭାବେ ଗଣାଯାଏ। ଏହି ଦିନ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ସ୍ନାନମଣ୍ଡପରେ ବିରାଜମାନ କରାଯାଇ ୧୦୮ ଘଟ ସୁଗନ୍ଧିତ ପବିତ୍ର ଜଳରେ ମହାସ୍ନାନ କରାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେବସ୍ନାନ ପୂର୍ଣ୍ଣିମା ପାଳନ ପଛରେ ଧାର୍ମିକ ଓ ପୌରାଣିକ ବିଶ୍ୱାସ ରହିଛି। ଏହି ଦିନକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଦିବସ ବା ଜନ୍ମୋତ୍ସବ ଭାବରେ ମଧ୍ୟ ପାଳନ କରାଯାଏ। ଭକ୍ତମାନଙ୍କ ବିଶ୍ୱାସ ଅନୁସାରେ, ଏହି ଦିନ ଦେବଦେବୀଙ୍କୁ ସ୍ନାନ କରାଇବା ଦ୍ୱାରା ଶୁଭଫଳ ପ୍ରାପ୍ତ ହୁଏ ଏବଂ ଭକ୍ତମାନଙ୍କ ମନୋକାମନା ପୂରଣ ହୋଇଥାଏ।

ମହାସ୍ନାନ ପରେ ଶ୍ରୀବିଗ୍ରହମାନେ ଅସୁସ୍ଥ ହୋଇପଡ଼ନ୍ତି ବୋଲି ପରମ୍ପରା ରହିଛି। ଏହା ପରେ ସେମାନଙ୍କୁ ଅନବସର ଗୃହକୁ ନିଆଯାଏ, ଯେଉଁଠାରେ ପ୍ରାୟ ପନ୍ଦର ଦିନ ଧରି ସେମାନଙ୍କର ଚିକିତ୍ସା ଓ ବିଶ୍ରାମ ଚାଲିଥାଏ। ଏହି ସମୟରେ ସାଧାରଣ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ ପାଇ ପାରନ୍ତି ନାହିଁ। ଅନବସର ଶେଷ ହେବା ପରେ ନବଯୌବନ ବେଶରେ ଶ୍ରୀଜିଉମାନେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଏବଂ ତା’ପରେ ଆରମ୍ଭ ହୁଏ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।
ଦେବସ୍ନାନ ପୂର୍ଣ୍ଣିମା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଓଡ଼ିଆ ଜାତିର ଆସ୍ଥା, ଭକ୍ତି ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ।

ଏହି ପର୍ବ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ମହିମା ଓ ଓଡ଼ିଆ ଜନଜୀବନ ସହ ଏହାର ଗଭୀର ସମ୍ପର୍କ ପ୍ରତିଫଳିତ ହୋଇଥାଏ। ସେଥିପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏହି ପବିତ୍ର ଉତ୍ସବକୁ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରନ୍ତି।