Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Jagannath Miracle / ଝଡ଼ରେ ଫସିଥିବା ଫରାସୀ କ୍ୟାପଟେନଙ୍କୁ ବଞ୍ଚାଇଥିଲେ କାଳିଆ ସାଆନ୍ତ…ଶ୍ରୀଜଗନ୍ନାଥଙ୍କ ଅଲୌକିକ ଲୀଳା

Ritu Das
Browse all articles by Ritu Das
·1 month ago·2 min read
ଝଡ଼ରେ ଫସିଥିବା ଫରାସୀ କ୍ୟାପଟେନଙ୍କୁ ବଞ୍ଚାଇଥିଲେ କାଳିଆ ସାଆନ୍ତ…ଶ୍ରୀଜଗନ୍ନାଥଙ୍କ ଅଲୌକିକ ଲୀଳା
India

Key Points

ଜଣେ ଫରାସୀ ଭକ୍ତ..
ଯିଏ ବିପତ୍ତି ସମୟରେ ମହାପ୍ରଭୁଙ୍କୁ ଡାକିଲେ...ଆଉ ଆମ ଜଗା ଓ କଲା 
ବିପତ୍ତି ଦୂରେଇ ଗଲା 
କାଳିଆ ସାଆନ୍ତ ଡାକିଲେ 'ଓ' କରନ୍ତି । ଏ କଥା ଖାଲି ଶୁଣା କଥା ନୁହେଁ ଅଙ୍ଗେ ନିଭା କଥା । ସତରେ ତାକୁ ଡାକିଲେ ସେ 'ଓ' କରେ । ନିଜକୁ ସମର୍ପି ଦେଲେ ଯେତେ ବଡ ବିପତ୍ତି ଆସୁ ନା କାହିଁ ସେ ଉଦ୍ଧାର କରିନିଏ । ସେମିତି ଜଣେ ଫରାସୀ ଭକ୍ତ..ଯିଏ ବିପତ୍ତି ସମୟରେ ମହାପ୍ରଭୁଙ୍କୁ ଡାକିଲେ...ଆଉ ଆମ ଜଗା ଓ କଲା । ବିପତ୍ତି ଦୂରେଇ ଗଲା । ସତରେ ସେ ଲୀଳାମୟଙ୍କ ଏମିତି ଅନେକ କାହାଣୀ... ତା' ମଧ୍ୟରୁ ଇଏ ଗୋଟିଏ..ଆସନ୍ତୁ ଜାଣିବା...

1745-16 ମସିହାର କଥା । ଜାହାଜଟିଏ ଫ୍ରାନ୍ସରୁ ବାହାରି ଭାଜରତର ପୁଡୁଚେରୀ ଅଭିମୁଖେ ଯାତ୍ରା କରୁଥାଏ। ଜାହାଜର କ୍ୟାପଟେନ ଥାଆନ୍ତି ଆଲବକ ବିଟ ସାହେବ । ଜାହାଜରେ ସେ ଏକ ବିରାଟ ଘଣ୍ଟି ନେଇ ଯାଉଥିଲେ । ପୁଡୁଚେରୀ ସ୍ଥିତ ଏକ ଗୀର୍ଜାକୁ । ହେଲେ ଜାହାଜରେ ଏମିତି କିଛି ଘଟିଲା ସେ ଘଣ୍ଟିକୁ ସେ ମହାପ୍ରଭୁଙ୍କୁ ସମର୍ପି ଦେଲେ ।

ଫ୍ରାନ୍ସରୁ ପୁଡୁଚେରୀ ଯାଉଥିବା ଜାହାଜରେ ଅନେକ ଫରାସୀ ଯାତ୍ରୀ ଥାଆନ୍ତି । ତା ଭିତରେ ଜଣେ ମାତ୍ର ଓଡିଆ ଯାତ୍ରା କରୁଥାଆନ୍ତି । ସମୁଦ୍ରର ଲହଡି ଭାଙ୍ଗି ଆଗକୁ ଆଗକୁ ମାଡି ଚାଲିଥାଏ ଜାହାଜ । ଦେଖାଗଲା ଜାହାଜ ଆଡକୁ ବିଶାଳ ଝଡବତାସ ରାକ୍ଷସ ଭଳି ମାଡି ଆସୁଛି । ମାଡି ଆସୁଥିବା ଝଡର ରୂପ ଦେଖି ଲାଗୁଥିଲା, ଯେମିତି ନିମିଷକେ ଜାହାଜ ଧ୍ୱଂସ ପାଇଯିବ । ଯାତ୍ରୀମାନେ ଆର୍ତ୍ତ ଚିତ୍କାର କଲେ । ମୃତ୍ୟୁକୁ ପାଖରୁ ଦେକି ସମସ୍ତେ ଥର ହର । ହେଲେ ଏ ବ୍ୟସ୍ତ ଭିତରେ ଜଣେ ଓଡିଆ ଲୋକ ଥିଲେ । ଯିଏ ଝଡକୁ ସାମନାରେ ଦେଖି ମଧ୍ୟ ଶାନ୍ତ ଥିଲେ ..ନିରନ୍ତର ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ । ଏହା ଦେଖି କ୍ୟାପଟେନ୍ ବିଟ୍ ସାହେବ ଆଶ୍ଚର୍ଯ୍ୟ ହେଲେ । ପଚାରିଲେ ସମସ୍ତେ ଏଠି ଡରରେ ଥରୁଛନ୍ତି..ଆପଣ କେମିତି ଏତେ ଶାନ୍ତ କଣ ଆପଣଙ୍କୁ ମୃତ୍ୟୁକୁ ଭୟ ନାହିଁ।

ଏହାସହ ପଢ଼ନ୍ତୁ: IMD ର ବଡ଼ ଆଲର୍ଟ: ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ଝଡ଼-ବର୍ଷା, ୬୦ କିମି ବେଗରେ ବହିବ ପବନ

ଏହା ଶୁଣି ଓଡିଆ ଲୋକ ଜଣଙ୍କ କହିଲେ ମୋ ନାଁ କୁଳଶେଖର ସୌଦାଗର । ଘର ପୁରୀ । ଆଉ ମୋ ପ୍ରଭୁ ହେଉଛନ୍ତି କାଳିଆ ସାଆନ୍ତ । ତାଙ୍କୁ ମୁଁ ମୋ ନିଜକୁ ସମର୍ପି ଦେଇଛି । ଆପଣ ବି ଭକ୍ତିରେ ଆପଣଙ୍କ ଭାଷାରେ ପ୍ରଭୁଙ୍କ ନିକଟରେ ନିଜର ନିବେଦନ କରନ୍ତୁ । ମହାପ୍ରଭୁ ନିଶ୍ଚୟ ଯାତ୍ରୀଙ୍କ ସୁରକ୍ଷା କରିବେ । ଏହା ଶୁଣି କ୍ୟାପଟେନ୍ ମହାପ୍ରଭୁଙ୍କୁ ଡାକିଲେ...ସତକୁ ସତ କିଛିଟା କ୍ଷଣରେ ସବୁ ପରିବର୍ତ୍ତନ ହେଇଗଲା । ଝଡ ଆପେ ଆପେ ଶାନ୍ତ ପଡିଗଲା । ଏସବୁ ଆଖି ଆଗରେ ଦେଖି କ୍ୟାପଟେନଙ୍କର ଆଶ୍ଚର୍ଯ୍ୟର ସୀମା ନଥିଲା । କହିଲେ ମୁଁ ସେହି ଠାକୁରଙ୍କୁ ଦେଖିବି । ଯାହାର ମୁଁ ପ୍ରାର୍ଥନା ଏବେ କଲି ।

ସେ ତା' ପରେ ପୁରୀ ଆସିଲେ । ପତିତପାବନଙ୍କୁ ଦର୍ଶନ କଲେ । ପୁଡୁଚେରୀ ଗୀର୍ଜାକୁ ନେଇ ଯାଉଥିବା ବଡ ଘଣ୍ଟିକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଦେଲେ । ଆଉ ସେବେଠୁ ନୀଳାଦ୍ରୀ ସଂଗ୍ରହାଳୟ ପ୍ରବେଶ ପଥରେ ବାମ ପାର୍ଶ୍ୱରେ ଘଣ୍ଟିଟି ଶୋଭା ପାଉଛି । ବିପତ୍ତି ବେଳେ ମହାପ୍ରଭୁ କେମିତି ସାହା ହୁଅନ୍ତି...ଏହା ତାହାର ଗୋଟେ ଉଦାହରଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jagannath Miracle Saved French Captain During Deadly Sea Storm | Argus News