Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଫଟା ଜିନ୍ସ ପିନ୍ଧିଲେ ଜେଲ ଦଣ୍ଡ

International

ଫଟା ଜିନ୍ସ ପିନ୍ଧିଲେ ଜେଲ ଦଣ୍ଡ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଫଟା ଜିନ୍ସ ପିନ୍ଧିଲେ ଜେଲ ଦଣ୍ଡ

ଅର୍ଗସ ବ୍ୟୁରୋ:  ଷ୍ଟାଇଲ କିଏ ବି ନକରୁଛି। ଯୁବପିଢ଼ୀ ଫ୍ୟାସନକୁ ନେଇ ସବୁବେଳେ ଚିନ୍ତିତ। ମଡେଲର ଯେଉଁ ଡ୍ରେସ ପିନ୍ଧୁଛନ୍ତି ଆମେ ବି ସେମିତି ଡ୍ରେସ ପିନ୍ଧିବୁ। ତେବେ ବର୍ତ୍ତମାନ ସମୟରେ ଯୁବପିଢୀଙ୍କ ଷ୍ଟାଇଲ ଏବଂ ଫ୍ୟାସନ୍ ଖୁବ ବଦଳି ଯାଇଛି । ସବୁଠୁ ବେଶୀ ଲୋକପ୍ରିୟ ହୋଇଛି Ripped Jeans ବା ଚିରା-ଫଟା ପ୍ୟାଣ୍ଟ । କିନ୍ତୁ ଏଭଳି ଜିନ୍ସ ପିନ୍ଧିବା ଉପରେ ଏବେ ବ୍ୟାନ୍ ଆଦେଶ ଜାରି ହୋଇଛି । ତେବେ ଏଭଳି ନିଷ୍ପତ୍ତି ଭାରତରେ ନୁହେଁ, ଉତ୍ତର କୋରିଆରେ ଲାଗୁ ହୋଇଛି । ଉତ୍ତର କୋରିଆ ନେତା କିମ୍-ଜୋଙ୍ଗ-ଉନ୍ ସରକାର ସାରା ଦେଶରେ ଏହି Ripped Jeans(ଚିରା-ଫଟା ପ୍ୟାଣ୍ଟ) ଉପରେ ରୋକ ଲଗାଇଛନ୍ତି । ଫଟା ଜିନ୍ସକୁ ‘ୱେଷ୍ଟର୍ଣ୍ଣ ଇନଫ୍ଲୁଏନ୍ସ’ର ପ୍ରତୀକ ବୋଲି କୁହାଯାଇଛି । 

ତେବେ କେବଳ ରିପ୍ଡ ଜିନ୍ସ ନୁହେଁ, ଉତ୍ତର କୋରିଆରେ ୱେଷ୍ଟର୍ଣ୍ଣ ଡ୍ରେସ ଏବଂ ହେୟାର ଷ୍ଟାଇଲ ଉପରେ ମଧ୍ୟ ବ୍ୟାନ୍ ଲଗାଇଛନ୍ତି । ଏଠାକାର ଲୋକେ କେବଳ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେୟାର ଷ୍ଟାଇଲ କରିପାରିବେ ଏବଂ ସରକାରଙ୍କ ଅନୁମତି ପ୍ରାପ୍ତ ପୋଷାକ ପିନ୍ଧିପାରିବେ । ତେବେ ଫଟା ଜିନ୍ସ ପିନ୍ଧୁଥିବା ବ୍ୟକ୍ତିମାନଙ୍କୁ ସେଠାରେ ସମାଜ ବିରୋଧୀ ବୋଲି କୁହାଯାଏ । କିମ ଜୋଙ୍ଗ ଉନଙ୍କ ସରକାର ବିଶ୍ୱାସ କରନ୍ତି ଯେ ଏଭଳି ଫ୍ୟାଶନ ଦେଶର ସାଂସ୍କୃତିକ ପରିଚୟକୁ ଦୁର୍ବଳ କରିପାରେ । ତେଣୁ ଉତ୍ତର କୋରିଆରେ ଫଟା ଜିନ୍ସ ପିନ୍ଧିବା କେବଳ ଫ୍ୟାଶନ ବିରୁଦ୍ଧରେ ନୁହେଁ, ଏହା ସରକାରୀ ନିୟମ ଉଲ୍ଲଂଘନ କରିଥିବାରୁ କଠୋର ଦଣ୍ଡ ମଧ୍ୟ ଦେଇଥାଏ।

ଚିରା-ଫଟା ଜିନ୍ସ ପିନ୍ଧିଲେ ନିଆଯିବ କଡ଼ା ଆକ୍ସନ । ଏଭଳି ପ୍ୟାଣ୍ଟ ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା କୁହାଯାଇଛି । ତେଣୁ ଏହି ଡିଜାଇନର ପ୍ୟାଣ୍ଟ ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଇବା ସହ ଏହା ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । । ଚିରା-ଫଟା ଜିନ୍ସ ପିନ୍ଧିଲେ ସମ୍ପୃକ୍ତ ବ୍ୟକ୍ତି ଶ୍ରମ ଶିବର, ସାର୍ବଜନିକ ଭାବରେ ଆଲୋଚନା କରିବା ଏବଂ ଜେଲ ମଧ୍ୟ ହୋଇପାରେ । ପାଶ୍ଚାତ୍ୟ ଜୀବନଶୈଳୀରୁ ଦେଶର ଲୋକମାନଙ୍କୁ ଦୂରେଇ ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାକୁ ସରକାର ଅସ୍ୱୀକାର କରିବା ସହ ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା ଦର୍ଶାଯାଇଛି । ଏହାବ୍ୟତୀତ ଦେଶର ସାଂସ୍କୃତିକ ଏବଂ ରାଜନୈତିକ ଧାରା ବିରୋଧୀ ଏବଂ ଏହା ପଶ୍ଚିମ ଦେଶରୁ ଅନୁସରଣ କରାଯାଉଛି ବୋଲି କହିଛନ୍ତି ସରକାର । ଏହି ନିୟମର ଉଲ୍ଲଙ୍ଘନ କଲେ, ଲୋକମାନଙ୍କୁ କଠୋର ଦଣ୍ଡର ସାମନା କରିବାକୁ ପଡ଼ିଥାଏ  ।

 

ଅଧିକ ପଢ଼ନ୍ତୁ ବିଦେଶ ଖବର:

Sponsored
Jail for wearing ripped jeans in korea | Argus News