Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଂଲାଦେଶ ହିଂସା ପଛରେ ଜମାତ-ଏ-ଇସଲାମୀ ସଙ୍ଗଠନ

International

ବାଂଲାଦେଶ ହିଂସା ପଛରେ ଜମାତ-ଏ-ଇସଲାମୀ ସଙ୍ଗଠନ

Smruti Parija
Browse all articles by Smruti Parija
·1 year ago·2 min read
ବାଂଲାଦେଶ ହିଂସା ପଛରେ ଜମାତ-ଏ-ଇସଲାମୀ ସଙ୍ଗଠନ

ଅର୍ଗସ ବ୍ୟୁରୋ: ବାଂଲାଦେଶ ହିଂସା ପଛରେ ଜମାତ-ଏ-ଇସଲାମୀ ସଙ୍ଗଠନ । ଏବେ ବାଂଲାଦେଶରେ ଯାହା କିଛି ବି ଘଟୁଛି ତା ପଛରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜମାତ-ଏ-ଇସଲାମୀର ହାତ ଥିବା ଜଣାପଡିଛି ।  ଏହି ସଂଗଠନ ହିଂସାତ୍ମକ ବିକ୍ଷୋଭକୁ ପ୍ରୋତ୍ସାହିତ କରିବା ଫଳରେ 300 ରୁ ଉର୍ଦ୍ଧ୍ୱ ଲୋକ ଏବେ ସୁଦ୍ଧା ପ୍ରାଣ ହରାଇଲେଣି । ଆହୁରି କେତେ ଯେ ବଳି ପଡିବେ ତାହାର ଠିକଣା ନାହିଁ। 

 

ଜମାତ-ଏ-ଇସଲାମୀ, ଏହାର ଅର୍ଥ 'ଇସଲାମର ସମାବେଶ' । ଏହାର ବିଚାରଧାରା ଇସାଲମର ବିଜୟ । ଯାହାର ଲକ୍ଷ୍ୟ ସମଗ୍ର ବିଶ୍ୱକୁ ଇସଲାମିକ ଶାସନାଧିନ କରିବା । ବାଂଲାଦେଶ ସ୍ୱାଧୀନ ହେବା ପରଠୁ ଜମାତ-ଇ-ଇସଲାମର କାର୍ଯ୍ୟକଳାପ ବିବାଦୀୟ ରହିଛି ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

1971 ମୁକ୍ତି ସଂଗ୍ରାମ ସମୟରେ ପାକିସ୍ତାନୀ ସେନାକୁ ସହଯୋଗ କରିଥିବାରୁ ବଙ୍ଗବନ୍ଧୁ ଶେଖ୍ ମୁଜିବୁର୍ ରେହମାନଙ୍କ ନେତୃତ୍ୱାଧୀନ ପ୍ରଥମ ସରକାର ପ୍ରଥମେ ଏହି ସଂଗଠନକୁ ନିଷିଦ୍ଧ କରିଥିଲେ । ଏହାପରେ ଜମାତ ସଦସ୍ୟମାନେ ରଜାକର, ଅଲ-ବଦର, ଅଲ-ଶାମ୍ସ ଓ ଶାନ୍ତି କମିଟି ଭଳି ସହାୟକ ସଂଗଠନ ଗଢି ବଙ୍ଗୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଅତ୍ୟାଚାରରେ ସମ୍ପୃକ୍ତ ଥିଲେ । ଯେଉଁମାନେ କି ବିଶେଷ ଭାବରେ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଥିଲେ । 

2013 ରେ ବାଂଲାଦେଶ ନିର୍ବାଚନ ଆୟୋଗ ଏକ ଅଦାଲତଙ୍କ ରାୟ ପରେ ଜମାତର ପଞ୍ଜୀକରଣ ବାତିଲ କରିଥିଲେ । ଯାହାକୁ 2023ରେ ସୁପ୍ରିମକୋର୍ଟର ଆପିଲେଟ୍ ଡିଭିଜନ ବଜାୟ ରଖିଥିଲା । ଜମାତ-ଏ-ଇସଲାମୀ ବାଂଲାଦେଶ ବାହାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ଜାହିର କରିଛି । ପାକିସ୍ତାନରେ ଏହାର ଛାତ୍ରଶାଖା ଇସଲାମୀ ଜମିୟତ-ଏତଲବା ଜରିଆରେ ଆତଙ୍କବାଦ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସତ୍ତ୍ୱେ ଏହା ଏକ ପ୍ରମୁଖ ରାଜନୈତିକ ଶକ୍ତି ହୋଇ ରହିଛି । 

ଗାଜା ସ୍ଥିତ ହମାସ, ପାଲେଷ୍ଟାଇନ୍ ଇସଲାମୀକ ଜିହାଦ ଏବଂ ମୁସଲିମ୍ ବ୍ରଦରହୁଡ୍ ସମେତ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ସହ ଏହାର ସମ୍ପର୍କ ରହିଛି । ୟୁରୋପ ଓ ଆମେରିକାରେ ଜମାତ-ଏ-ଇସଲାମୀ ଦକ୍ଷିଣ ଏସୀୟ ପ୍ରବାସୀ ସମ୍ପ୍ରଦାୟ ମାଧ୍ୟମରେ ଏକ ନେଟୱାର୍କ ସ୍ଥାପନ କରିଛି । ଏହା ବିଶେଷ କରି ବ୍ରିଟେନରେ ସକ୍ରିୟ ଅଛି । ଯେଉଁଠାରେ ଏହା ଇସଲାମୀକ ସଂଗଠନ ଓ ଗୋଷ୍ଠୀ ରାଜନୀତିକୁ ପ୍ରଭାବିତ କରୁଛି । 

ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ ଦାବି କରିଛନ୍ତି ଯେ ବାଂଲାଦେଶ ଏବେ ଦ୍ୱିତୀୟ ପାକିସ୍ତାନ ହେବାକୁ ଯାଉଛି । ଛାତ୍ରମାନଙ୍କୁ ଉତ୍ତେଜିତ କରିବା ଓ ପରିସ୍ଥିତିକୁ ଆହୁରି ବିଗାଡିବାରେ ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ ର ସମ୍ପୃକ୍ତି ଥିବା ସେ ଦାବି କରିଛନ୍ତି ।

Sponsored
Jamaat-e-Islami organization behind Bangladesh violence | Argus News