Videos
|
International

Japan Earthquake / ୭.୧ ତୀବ୍ରତାର ଭୂମିକମ୍ପରେ ଦୋହଲିଲା ଜାପାନ, ସୁନାମି ଚେତାବନୀ

Rashmita Mishra
Browse all articles by Rashmita Mishra
·1 hour ago·2 min read
୭.୧ ତୀବ୍ରତାର ଭୂମିକମ୍ପରେ ଦୋହଲିଲା ଜାପାନ, ସୁନାମି ଚେତାବନୀ
Japan Earthquake

Key Points

୭.୧ ତୀବ୍ରତାର ଭୂମିକମ୍ପରେ ଦୋହଲିଲା ଜାପାନ
ଜାପାନରେ ଭୟଙ୍କର ଭୂକମ୍ପ, ସୁନାମି ଚେତାବନୀ
ପ୍ରକୃତିର ପ୍ରଚଣ୍ଡ ପ୍ରହାରରେ ଥରିଲା ଜାପାନ
୧ ମିଟର ଉଚ୍ଚ ସୁନାମି ଲହରୀ ଆଶଙ୍କା, ଲୋକେ ଭୟଭୀତ 

ଜାପାନରେ ଭୟଙ୍କର ଭୂମିକମ୍ପ... ଜାପାନରେ ଦେଖିବାକୁ ମିଳିଛି ପ୍ରକୃତିର କୋପ...7.1 ତୀବ୍ରତାର ଭୂମିକମ୍ପରେ ଥରିଲା ଧରଣୀ ...ସମୁଦ୍ରରେ ୧ ମିଟର ଉଚ୍ଚା ସୁନାମି ଲହରୀର ଆଶଙ୍କା । ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଦୋହଲିଯାଇଛି ପୁରା ଜାପାନ ।

ରିକ୍ଟର ସ୍କେଲ୍‌ରେ ଏହି ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ଭୂକମ୍ପର ପ୍ରଚଣ୍ଡ ଝଟ୍‌କା ପରେ ସମୁଦ୍ରକୂଳିଆ ଅଞ୍ଚଳଗୁଡ଼ିକ ପାଇଁ ତୁରନ୍ତ ସୁନାମି ଚେତାବନୀ ଜାରି କରାଯାଇଛି । ସମୁଦ୍ରରେ ପ୍ରାୟ ୧ ମିଟର ବା ପ୍ରାୟ ୩ ଫୁଟ୍ ଉଚ୍ଚର ସୁନାମି ଲହଡ଼ି ଆସିବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମୁଦ୍ରକୂଳିଆ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଓ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପରାମର୍ଶ ଦିଆଯାଇଛି । ଭୂକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି ।

ପ୍ରକୃତିର ପ୍ରଚଣ୍ଡ ପ୍ରହାରରେ ପୁଣି ଥରିଉଠିଛି ଜାପାନ । ମଙ୍ଗଳବାର ଦକ୍ଷିଣ ଜାପାନର କ୍ୟୁଶୁ ଦ୍ୱୀପସ୍ଥିତ କୁମାମୋଟୋ ଅଞ୍ଚଳରେ ୭.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଚଣ୍ଡ ଝଟ୍‌କାରେ ଘରଦ୍ୱାର ଓ ଉଚ୍ଚ ଅଟ୍ଟାଳିକା ଦୋହଲିଯାଇଥିବା ବେଳେ ଭୟଭୀତ ଲୋକେ ଖୋଲା ସ୍ଥାନକୁ ବାହାରି ଆସିଥିଲେ ।

ଭୂକମ୍ପ ପରେ ଆରିଆକେ ଉପସାଗର ସମେତ କେତେକ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ତୁରନ୍ତ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ସମୁଦ୍ରରେ ପ୍ରାୟ ଏକ ମିଟର ଉଚ୍ଚର ଲହଡ଼ି ଉଠିବାର ଆଶଙ୍କା ଥିବାରୁ ଲୋକଙ୍କୁ ସମୁଦ୍ରକୂଳଠାରୁ ଦୂରେଇ ଉଚ୍ଚ ଏବଂ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି ।

ଜାପାନ ସରକାର ତୁରନ୍ତ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରି କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି । ନିକଟସ୍ଥ ତିନୋଟି ପରମାଣୁ ଶକ୍ତିକେନ୍ଦ୍ରରେ କୌଣସି ଅସ୍ୱାଭାବିକତା ଚିହ୍ନଟ ହୋଇନଥିବା ସୂଚନା ମିଳିଛି । ତେବେ ପରବର୍ତ୍ତୀ ଝଟ୍‌କା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: