Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବସ୍‌ଙ୍କୁ ହତ୍ୟା ଅଭିଯୋଗରେ ମିଳିଥିଲା ମୃତ୍ୟୁଦଣ୍ଡ, ଭାଇଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ ଭଉଣୀ

International

ବସ୍‌ଙ୍କୁ ହତ୍ୟା ଅଭିଯୋଗରେ ମିଳିଥିଲା ମୃତ୍ୟୁଦଣ୍ଡ, ଭାଇଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ ଭଉଣୀ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ବସ୍‌ଙ୍କୁ ହତ୍ୟା ଅଭିଯୋଗରେ ମିଳିଥିଲା ମୃତ୍ୟୁଦଣ୍ଡ, ଭାଇଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ ଭଉଣୀ

ହତ୍ୟା ଅଭିଯୁକ୍ତ, ଜେଲ୍‌ରେ କାଟିଲେ ୪ ଦଶନ୍ଧି । ଶେଷ ଯାଏଁ ଭଉଣୀ ଲଢ଼ିଲେ, ପ୍ରମାଣ ଜୁଟାଇ ଭାଇକୁ ନିର୍ଦ୍ଦୋଷରେ ମୁକୁଳାଇଲେ । ପ୍ରମାଣ ମିଳିଲା, ହତ୍ୟା ସହ ନାହିଁ ୪୭ ବର୍ଷ ଧରି ଜେଲ୍‌ରେ ଥିବା ବ୍ୟକ୍ତିଙ୍କ ସମ୍ପର୍କ । ଜେଲ୍‌ରେ ନିଜ ଜୀବନ ବିତାଇଥିବା ସେହି ବ୍ୟକ୍ତିଙ୍କୁ ଏବେ ସରକାର ୧୨ କୋଟି ଟଙ୍କା କ୍ଷତିପୂରଣ ଦେବେ । ଏଭଳି ଘଟଣା ଘଟିଛି ଜାପାନରେ ।


ହତ୍ୟାର ମିଛ ଅଭିଯୋଗରେ ୮୯ ବର୍ଷୀୟ ଇୱାଓ ହାକାମାଦା ଜେଲ୍‌ରେ ୪୭ ବର୍ଷ ରହିବା ପରେ ମୁକୁଳିଛନ୍ତି । ଜାପାନ ସରକାର ତାଙ୍କୁ କ୍ଷତିପୂରଣ ବାବଦକୁ ୧୨ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ, ୧୯୬୬ ମସିହାରେ ତାଙ୍କ ବସ୍‌ଙ୍କ ସହ ପତ୍ନୀ ଓ ୨ ଛୁଆଙ୍କୁ ହତ୍ୟା ସହ ଘରେ ନିଆଁ ଲଗାଇ ୨୦୦, ୦୦୦ ୟେନ (ଜାପାନୀ ମୁଦ୍ରା) ଚୋରି ନେଇ ହାକାମାଦାଙ୍କ ନାଁରେ ଅଭିଯୋଗ ହୋଇଥିଲା ।


ଆଉ ୪ ଜଣଙ୍କୁ ହତ୍ୟା ଓ ଚୋରି ଅଭିଯୋଗରେ ପୋଲିସ ହାକାମାଦାଙ୍କୁ ୧୯୬୮ରେ ଗିରଫ କରି ନେଇଥିଲା । ଆଉ ସେବେଠୁ ୨୦୧୪ ପର୍ଯ୍ୟନ୍ତ ଜେଲ୍‌ରେ ଅର୍ଦ୍ଧାଧିକ ଜୀବନ ବିତାଇଥିଲେ ହାକାମାଦା । ଗତବର୍ଷ ସେପ୍ଟେମ୍ବରରେ ଜାପାନର ଏକ କୋର୍ଟ ହାକାମାଦାଙ୍କୁ ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ ।


ପ୍ରମାଣ ଦେଇ ଖଲାସ କଲେ ଭଉଣୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହାକାମାଦାଙ୍କ ଭଉଣୀ ହିଦେକୋ ଭାଇଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ ଲାଗି ଅନେକ ବର୍ଷ ଧରି ପରିଶ୍ରମ କରିଥିଲେ । ଆଉ ଭାଇ ପାଇଁ ଭଉଣୀ କରିଥିବା ବର୍ଷ ବର୍ଷର ପରିଶ୍ରମ ସାର୍ଥକ ହୋଇଛି । ଭଉଣୀ ଯୋଗାଡ଼ କରିଥିବା ପ୍ରମାଣ ଆଧାରରେ କୋର୍ଟ ୨୦୧୪ରେ ହାକାମାଦାଙ୍କୁ ଜେଲ୍‌ରୁ ମୁକ୍ତ କରିଥିଲେ । ଆଉ ଗତବର୍ଷ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ସହ ୧୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।


ହିଦେକୋ କହିଛନ୍ତି, ମୁଁ ୫୭ ବର୍ଷ ଧରି ଏହି ଦିନର ଅପେକ୍ଷାରେ ରହିଥିଲି, ଆଜି ସେହି ଦିନ ଶେଷରେ ଆସିଛି । ମୋ କାନ୍ଧରୁ ଏକ ବଡ଼ ବୋଝ ହାଲ୍‌କା ହୋଇଛି । ହାକାମାଦାଙ୍କୁ ଗିରଫ ପରେ ସେ ସମସ୍ତ ଅଭିଯୋଗକୁ ଅସ୍ଵୀକାର କରିଥିଲେ । କିନ୍ତୁ ପରେ ସମସ୍ତ ଅଭିଯୋଗକୁ ମାନି ନେଇଥିଲେ ।


ଆଉ କୋର୍ଟରେ ଶୁଣାଣି ବେଳେ ଜଣାପଡ଼ିଥିଲା ତାଙ୍କୁ ମାଡ଼ ମାରି ଦୋଷ ସ୍ଵୀକାର କରିବାକୁ ବାଧ୍ୟ କରାଯାଇଥିଲା । ଏପରିକି ପୀଡ଼ିତଙ୍କ କପଡ଼ା ଓ ହାକାମାଦାଙ୍କ ଡିଏନ୍ଏ ମେଳ ଖାଇ ନଥିବା ବେଳେ ମିଛ ପ୍ରମାଣ ଯୋଗାଡ଼ କରାଯାଇଥିଲା । ଆଉ ଏବେ ହାକାମାଦା ମୁକ୍ତ ହୋଇଛନ୍ତି । ଏହା ଜାପାନର ସବୁଠୁ ଲମ୍ବା ଓ ପ୍ରସିଦ୍ଧ ଆଇନ୍ ମାମଲା ମଧ୍ୟରୁ ଅନ୍ୟତମ । ଏଥିସହ ସେ ବିଶ୍ଵର ସବୁଠୁ ଅଧିକ ସମୟ ଧରି ଜେଲ୍‌ରେ ହତ୍ୟା ଅଭିଯୁକ୍ତ ଭାବେ ରହିବାରେ ରେକର୍ଡ କରିଛନ୍ତି ।

Sponsored
Japan awards longest-serving death row inmate | Argus News