Japan Fire / ସବୁଠାରୁ ବଡ଼ ଅଗ୍ନିକାଣ୍ଡ: ୧୭୦ ଘର ଜଳିପୋଡି ପାଉଁଶ, ଜଣେ ମୃତ
·10 months ago·2 min read

Key Points
ଜାପାନରେ ସବୁଠାରୁ ବଡ଼ ଅଗ୍ନିକାଣ୍ଡ
୧୭୦ ରୁ ଅଧିକ କୋଠା ଜଳିପୋଡି ପାଉଁଶ
୧୭୦ ରୁ ଅଧିକ କୋଠା ଜଳିପୋଡି ପାଉଁଶ
ଜଳିଲା ଜାପାନ। ଦକ୍ଷିଣ-ପଶ୍ଚିମ ଜାପାନର ଓଇତାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୭୦ରୁ ଅଧିକ କୋଠା ପୋଡ଼ିଯାଇଛି ଏବଂ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫:୪୫ ସମୟରେ ଜଣେ ସ୍ଥାନୀୟ ବାସିନ୍ଦା ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବାହିନୀକୁ କଲ୍ କରି ସୂଚନା ଦେଇଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନିଆଁ ଅଧିକ ବ୍ୟାପିବା ପରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହାସହ ଜାପାନରେ ପ୍ରବଳରୁ ଅତିପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ସେଠାରେ ନିଆଁ ଲିଭାଇବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି । କାହିଁକି ନା ତାହା ପାହାଡିଆ ଅଞ୍ଚଳ । ସେଠାରେ ପବନ ଏତେ ଜୋରରେ ବୋହୁଛି ଯେ, ନିଆଁ ଦ୍ରୁତ ଗତିରେ ବ୍ୟାପିଯାଇଛି । ଏହାସହ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଭୟଙ୍କର ନିଆଁରେ ଜଣଙ୍କର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।
ଏଥିସହ ପଢ଼ନ୍ତୁ: ଜାପାନରେ କାହିଁକି ବାରମ୍ବାର ଭୂମିକମ୍ପ ହୁଏ?
ଜାପାନ ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛନ୍ତି, "ଥଣ୍ଡାରେ ସ୍ଥାନାନ୍ତର ହେଉଥିବା ସମସ୍ତ ବାସିନ୍ଦାଙ୍କ ପ୍ରତି ମୁଁ ମୋର ହୃଦୟସ୍ପର୍ଶୀ ସମବେଦନା ଜଣାଉଛି।' ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ସରକାର ସର୍ବାଧିକ ସମ୍ଭାବ୍ୟ ସହାୟତା ଯୋଗାଇବେ," ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋଠାର ସଂଖ୍ୟା ଏବଂ ଅଗ୍ନିକାଣ୍ଡ ଘଟିଥିବା ଅଞ୍ଚଳର ଆକାରକୁ ଦେଖି ଲାଗୁଛି ଯେ, ଏହା ହେଉଛି 1976 ମସିହାରେ ଘଟିଥିବା ଅଗ୍ନିକାଣ୍ଡ ପରେ ଜାପାନର ସବୁଠାରୁ ବଡ଼ ଅଗ୍ନିକାଣ୍ଡ ବୋଲି କୁହାଯାଉଛି । ଜାପାନରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। କେବଳ ସେତିକି ନୁହେଁ, ଜାପାନରେ ଅଧିକ ଭୂମିକମ୍ପ ହୋଇଥାଏ। ଏହା ପୂର୍ବରୁ ଅନେକ ଭୂମିକମ୍ପ ଦେଖିଛି ଜାପାନ।
ଜାପାନରେ କାହିଁକି ବାରମ୍ବାର ଭୂମିକମ୍ପ ହୁଏ?
ଜାପାନ ଟେକ୍ଟୋନିକ୍ ପ୍ଲେଟ୍ ଗୁଡ଼ିକର ସଂଯୋଗସ୍ଥଳରେ ଅବସ୍ଥିତ। ଯାହାକୁ ଅଗ୍ନି ବଳୟ କୁହାଯାଏ। ଏହି କାରଣରୁ ଏଠାରେ ବାରମ୍ବାର ଭୂମିକମ୍ପ ହୁଏ। ଜାପାନ ଚାରୋଟି ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ୍ (ପ୍ରଶାନ୍ତ ମହାସାଗର ପ୍ଲେଟ୍, ଫିଲିପାଇନ୍ସ ସମୁଦ୍ର ପ୍ଲେଟ୍, ୟୁରେସିଆନ୍ ପ୍ଲେଟ୍ ଏବଂ ଉତ୍ତର ଆମେରିକୀୟ ପ୍ଲେଟ୍)ର ସନ୍ଧିସ୍ଥଳରେ ଅବସ୍ଥିତ। ଏହି ପ୍ଲେଟ୍ ଗୁଡ଼ିକର ଧକ୍କା, ଖସିବା କିମ୍ବା ପୃଥିବୀ ପୃଷ୍ଠରେ କମ୍ପନ ସୃଷ୍ଟି କରିବା, ଯାହା ଭୂମିକମ୍ପ ସୃଷ୍ଟି କରେ। ଜାପାନ ପ୍ରଶାନ୍ତ ମହାସାଗର ଘେରି ରହିଥିବା ଏହି ଅଞ୍ଚଳରେ ଅବସ୍ଥିତ। ଯାହା ବିଶ୍ୱର ସବୁଠାରୁ ଭୂମିକମ୍ପପ୍ରବଣ ଏବଂ ଜ୍ୱାଳାମୁଖୀ ଭାବରେ ସକ୍ରିୟ ଅଞ୍ଚଳ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories