ବୟସର ବ୍ୟବଧାନ ୬୦ ବର୍ଷ , ସହପାଠୀଙ୍କ ଜେଜେମାଙ୍କ ସହ ହେଲା ପ୍ରେମ

Key Points
କୁହାଯାଏ "ପ୍ୟାର ଅନ୍ଧା ହୋତା ହୈ" । ଆଉ ତାହାହିଁ ଦେଖାଇଛନ୍ତି ଜାପାନର ଏହି ପ୍ରେମୀଯୁଗଳ । ଜଣେ ୨୩ ବର୍ଷର ଯୁବକ କୋଫୁ, ତାଙ୍କ କ୍ଲାସମେଟଙ୍କର ଜେଜେମା ୮୩ ବର୍ଷୀୟ ଆଇକୋଙ୍କ ପ୍ରେମରେ ପଡିଛନ୍ତି ।
ଅମାନିଆ ମନ, ମାନେନି ବନ୍ଧବାଡ । କେତେବେଳେ , କେଉଁଠି କେଉଁ ମୁହୁର୍ତ୍ତରେ ବି ଯାହା ହୋଇଯାଏ, ତାର ନାଁ ପ୍ରେମ । ନା ଦେଖେ ଜାତି, ନା ଦେଖେ ରୂପ, ନା ଦେଖେ ବୟସର ପାର୍ଥକ୍ୟ । ସେଥିପାଇଁ ଏଠି ପୁଅକୁ ୨୩ ଆଉ ଝିଅକୁ ୮୩ । ବୟସର ବ୍ୟବଧାନ ୬୦ ବର୍ଷ । କିନ୍ତୁ ସେମାନଙ୍କ ପ୍ରେମରେ ବାଧକ ସାଜିନି ବୟସ । ପ୍ରେମରେ ଯେ କିଛି ଅସମ୍ଭବ ନୁହେଁ, ତାହା ସେମାନେ ପ୍ରମାଣ କରିଛନ୍ତି । ଅନେକ ଜଣ ସମାଜରେ ହୁଏତ ତାଙ୍କ ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି, କିନ୍ତୁ ତଥାପି ସେମାନେ ଏକାଠି ରହିବାକୁ ନେଇଛନ୍ତି ନିଷ୍ପତ୍ତି ।
କୁହାଯାଏ "ପ୍ୟାର ଅନ୍ଧା ହୋତା ହୈ" । ଆଉ ତାହାହିଁ ଦେଖାଇଛନ୍ତି ଜାପାନର ଏହି ପ୍ରେମୀଯୁଗଳ । ଜଣେ ୨୩ ବର୍ଷର ଯୁବକ କୋଫୁ, ତାଙ୍କ କ୍ଲାସମେଟଙ୍କର ଜେଜେମା ୮୩ ବର୍ଷୀୟ ଆଇକୋଙ୍କ ପ୍ରେମରେ ପଡିଛନ୍ତି । ସେମାନଙ୍କ ମଧ୍ୟରେ ବୟସର ବ୍ୟବଧାନ ହେଉଛି ୬୦ ବର୍ଷ । ଯେତେବେଳେ କୋଫୁ ପ୍ରଥମ ଥର ପାଇଁ ତାଙ୍କ କ୍ସାସମେଟ ସାଙ୍ଗଙ୍କ ଘରକୁ ଯାଇଥିଲେ, ସେତେବେଳେ ସେ ତାଙ୍କ ଜେଜେମା ଆଇକୋଙ୍କ ପ୍ରେମରେ ପଡିଥିଲ ।
ଆଇକୋ ଦୁଇଥର ବିବାହ କରିଛନ୍ତି । ତାଙ୍କର ଡିଭୋର୍ସ ପରେ ସେ ଏବେ ତାଙ୍କ ପୁଅ ପାଖରେ ରହୁଛନ୍ତି । ତାଙ୍କର ଗୋଟେ ପୁଅ , ଗୋଟେ ଝିଅ ଏବଂ ୫ଟି ନାତିନାତୁଣୀ ଅଛନ୍ତି । କୋଫୁ ବର୍ତ୍ତମାନ ନିଜର ଗ୍ରାଜୁଏସନ ସାରିବା ପରେ ଏକ ଡିଜାଇନ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରୁଛନ୍ତି ।
କୋଫୁ ପ୍ରଥମେ ଆଇକୋଙ୍କ ପ୍ରେମରେ ପଡିଥିବା କହିଛନ୍ତି ଆଇକୋ । ସେ କହିଛନ୍ତି, କୋଫୁ ଖୁବ୍ ଭଦ୍ର ଏବଂ ନମ୍ର । ସେଥିପାଇଁ ତାଙ୍କ ଆଡକୁ ସେ ଆକର୍ଷିତ ହୋଇଛନ୍ତି ।
ପ୍ରଥମେ ଉଭୟ ନିଜ ବୟସର ଏକ ଲମ୍ବା ପାର୍ଥକ୍ୟ ପାଇଁ ପରସ୍ପରକୁ ପ୍ରେମ ନିବେଦନ କରିବାକୁ ପଛଘୁଞ୍ଚା ଦେଉଥିଲେ । ହେଲେ ଆଇକୋ ନାତୁଣୀଙ୍କ ଦ୍ଵାରା ଆୟଜିତ ହୋଇଥିବା ଡିସ୍ନି ଲ୍ୟାଣ୍ଡ ରେ ଉଭୟ ପରସ୍ପରକୁ ପ୍ରେମ ନିବେଦନ କରିବାର ସୁଯୋଗ ପାଇଥିଲେ ।
କୋଫୁ ପ୍ରଥମେ ଆଇକୋଙ୍କୁ ପ୍ରେମ ନିବେଦନ କରିଥିଲେ । ଆଉ ଆଇକୋ ଏଥିରେ ଖୁବ ଭାବପ୍ରବଣ ହୋଇ ପଡିଥିଲେ । ପରେ ସେମାନଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟରେ ବେଶ ଚର୍ଚ୍ଚା ହୋଇଥିଲା । ଆଉ ଉଭୟଙ୍କ ପରିବାର ମଧ୍ୟ ତାଙ୍କୁ ସହମ୍ମତି ପ୍ରକାଶ କରିଥିଲେ । ସେମାନେ ବର୍ତ୍ତମାନ ଯାଏ ପରସ୍ପରକୁ ବିବାହ କରିନାହାନ୍ତି, କିନ୍ତୁ ଉଭୟ ସାଥି ହୋଇ ରହୁଛନ୍ତି । କୋଫୁ ଯେତେବେଳେ ନିଜ କାମକୁ ବାହାରି ଯାଆନ୍ତି,ସେତେବେଳେ ଖୁବ ଏକା ଅନୁଭବ କରନ୍ତି ଆଇକୋ । କିନ୍ତୁ ତାଙ୍କ ପାଇଁ ସେ ଖାଇବା ବନାଇ ଦିଅନ୍ତି । କୋଫୁ କୁହନ୍ତି, ଯେବେ ସେ ତାଙ୍କ ଆଇକୋଙ୍କ ମୁହଁ ସକାଳି ଦେଖିକି ବାହାରି ଯାଆନ୍ତି, ସେବେ ତାଙ୍କ ପାଇଁ ଖୁବ ଭଲ ହୋଇଥାଏ । ସେ ଆଇକୋଙ୍କୁ ସକାଳ ବ୍ରଶ୍ କରାଇ ଦେଉଥିବା ମଧ୍ୟ କହିଛନ୍ତି କୋଫୁ ।
ତେବେ ଉଭୟଙ୍କ ପ୍ରେମ କାହାଣୀକୁ ଅନେକ ଜଣ ଖୁବ ପସନ୍ଦ କରୁଥିବା ବେଳେ ଅନେକ ଜଣ ସେମାନଙ୍କ ବୟସ ପାର୍ଥକ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।