ମିଆଁମାର ପରେ ଥରିଲା ଜାପାନ: ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ

ମିଆଁମାର ପରେ ଥରିଛି ଜାପାନ । ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । କାରଣ ମିଆଁମାରରେ ୨୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବେଳେ ୩୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଉକ୍ତ ଘଟଣାର ଉଦ୍ଧାର କାର୍ଯ୍ୟ ସରି ନ ଥିବାବେଳେ ଜାପାନରେ ଭୂକମ୍ପ ପରିବେଶବିତଙ୍କୁ ଚିନ୍ତାରେ ପକାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି, ବୁଧବାର ସନ୍ଧ୍ୟା ୭:୩୪ (IST) ସମୟରେ ଜାପାନର କ୍ୟୁଶୁରେ ରିକ୍ଟର ସ୍କେଲରେ ୬.୦ ତୀବ୍ରତାର ଏକ ଭୂକମ୍ପ ରେକର୍ଡ ହୋଇଛି।
EQ of M: 6.0, On: 02/04/2025 19:34:00 IST, Lat: 31.09 N, Long: 131.47 E, Depth: 30 Km, Location: Kyushu, Japan.
— National Center for Seismology (@NCS_Earthquake) April 2, 2025
For more information Download the BhooKamp App https://t.co/5gCOtjcVGs @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/FmxYcrJlHW
NCS ଅନୁଯାୟୀ, ଭୂକମ୍ପ ୩୦ କିଲୋମିଟର ଗଭୀରତାରେ ହୋଇଥିଲା। NCS କହିଛି ଯେ, ଭୂକମ୍ପଟି ଅକ୍ଷାଂଶ ୩୧.୦୯ ଉତ୍ତର ଏବଂ ଦ୍ରାଘିମା ୧୩୧.୪୭ ପୂର୍ବରେ ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ, ମିଆଁମାରରେ ହୋଇଥିବା ଭୂକମ୍ପରେ ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା୨୭୧୯କୁ ବୃଦ୍ଧି ପାଇଥିବାବେଳେ ୪୫୨୧ ଜଣ ଆହତ ହୋଇଛନ୍ତି । ୪୪୧ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି ।