Videos
|
International

ଫିଲ୍ମ ଭଳି ଦେଖିହେବ ସ୍ୱପ୍ନ ଭିଡିଓ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଫିଲ୍ମ ଭଳି ଦେଖିହେବ ସ୍ୱପ୍ନ ଭିଡିଓ

ଅର୍ଗସ ବ୍ୟୁରୋ:  ଯାହା ଶୁଣିଲେ ତାହା ସମ୍ପୂର୍ଣ୍ଣ ସତ। ଏଣିକି ସ୍ୱପ୍ନକୁ ରେକର୍ଡ କରାଯିବ। ବର୍ତ୍ତମାନ ଏହା ଖୁବଶୀଘ୍ର ସତ ହେବାକୁ ଯାଉଛି । ଜାପାନୀ ରିସର୍ଚର ନିକଟରେ ଏହାକୁ ସତ କରି ଦେଖାଇଛନ୍ତି । ଗବେଷକମାନେ ମସ୍ତିଷ୍କର କାର୍ଯ୍ୟକଳାପକୁ ବୁଝିବା ପାଇଁ ଉନ୍ନତ ନ୍ୟୁରାଲ୍ ଇମେଜିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ସ୍ବପ୍ନକୁ ରେକର୍ଡ କରିବା ପାଇଁ ବ୍ରେନର ସମସ୍ତ କାର୍ଯ୍ୟକଳାପକୁ ରେକର୍ଡ କରାଯାଇଥାଏ । ରାପିଡ ଆଇ ମୁଭମେଣ୍ଟ ଦ୍ବାରା ସ୍ବପ୍ନ ସ୍ପଷ୍ଟ ହୋଇଥାଏ । ଏହି ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ମସ୍ତିଷ୍କ ତରଙ୍ଗର ଢାଞ୍ଚାକୁ ସ୍ବପ୍ନରେ ପରିଣତ କରାଯାଇଥାଏ । ଏହା ଦ୍ବାରା ସ୍ବପ୍ନକୁ ପୁଣିଥରେ ପ୍ଲେ କରାଯାଇ ପାରିବ ।
କୁହାଯାଏ ସ୍ବପ୍ନ ସତ ହେବା ଭଗବାନଙ୍କ ସହିତ ସାକ୍ଷାତ କରିବା ସମାନ । ଲୋକମାନେ ସ୍ବପ୍ନ ଦେଖିଲେ ସକାଳେ ତାହାକୁ ଭୁଲି ଯାଇଥାନ୍ତି । ଆପଣ କେବେ ଭାବିଛନ୍ତି କି ଯଦି ରାତିରେ ଦେଖିଥିବା ସ୍ବପ୍ନ ସକାଳୁ ମଧ୍ୟ ଆପଣ ଫିଲ୍ମ ଭଳି ସ୍ବପ୍ନ ଭିଡିଓ ଦେଖିପାରିବେ ତାହାଲେ କେମିତି ହେବ ।  ବାଶ୍‌ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ଖୁବ ଶୀଘ୍ର ସତ ହେବାକୁ ଯାଉଛି। କୁହାଯାଏ ଜାପାନ ସବୁବେଳେ ଗୋଟେ ପାଦ ଆଗରେ ଥାଏ। ଜାପାନ ତାର ଇନୋଭେଟିଭ ଆଇଡିଆ ମାଧ୍ୟମରେ କିଛି ନା କିଛି ନୂଆ ନୂଆ ଜିନିଷ ବାହାର କରିବା ପାଇଁ ପ୍ରୟାସ କରିଥାଏ। ଠିକ ଏଭଳି ଏକ ପ୍ରାୟସ ଜାପାନର ସତ ହେବାକୁ ଯାଉଛି। 

ନିକଟରେ ଜାପାନର ଏକ ବୈଜ୍ଞାନିକ ଦାବି କରି କହିଛନ୍ତି, ମଣିଷର ସ୍ବପ୍ନକୁ ରେକର୍ଡ କରି ପବ୍ଲିକରେ ଦେଖାଇବାର କ୍ଷମତା ଏକ ଡିଭାଇରସରେ ରହିଛି । ଏହି ନୂତନ ଉପକରଣ କେବଳ ବ୍ୟକ୍ତିଗତ ଅଭିଜ୍ଞତା ବୁଝିବାରେ ସାହାଯ୍ୟ କରିବ ନାହିଁ, ବରଂ ମାନସିକ ସ୍ବାସ୍ଥ୍ୟ ସମସ୍ୟା ବିଶ୍ଳେଷଣ କରିବା ମଧ୍ୟ ସହଜ କରିପାରିବ । ଏକ ସ୍ୱପ୍ନର ରେକର୍ଡିଂ ଉପକରଣ ସାହାଯ୍ୟରେ ଡାକ୍ତରମାନେ ସେମାନଙ୍କର ସ୍ୱପ୍ନକୁ ବୁଝି ରୋଗୀଙ୍କ ମାନସିକ ସ୍ଥିତି ଏବଂ ଭାବପ୍ରବଣତାକୁ ଭଲ ଭାବରେ ବୁଝିପାରିବେ । ଏହି ଡିଭାଇସ୍ ଅତ୍ୟନ୍ତ ରୋମାଞ୍ଚକର, କିନ୍ତୁ ଅନୁସନ୍ଧାନକାରୀଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ଏହା କେବଳ ଅନୁସନ୍ଧାନ ଏବଂ ଚିକିତ୍ସା କ୍ଷେତ୍ର ପାଇଁ ବ୍ୟବହାର କରାଯିବ । ଅନ୍ୟ କୌଣସି ମନୋରଞ୍ଜନ କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରାଯିବ ନାହିଁ। ତେଣୁ ଏହାକୁ ସତର୍କତା ସହକାରେ କାର୍ଯ୍ୟକାରୀ କରାଯିବ। ଏହା ଉପଲବ୍ଧ ହେବା ଦ୍ୱାରା ଅନେକ କିଛି ବଡ ବଡ କାର୍ଯ୍ୟ ସହଜରେ ହୋଇପାରିବ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Japanese Researchers Make Device That Can Record And Play Back Your Dreams | Argus News