AI Love Story / 'ବ୍ରେକ୍ଅପ୍ ପରେ AI ବୟଫ୍ରେଣ୍ଡ ଦେଲା କାନ୍ଧ, ମୁଁ ତାଙ୍କୁ ବାହା ହୋଇଗଲି'

Key Points
ତେଣୁ AI ସହ ଏହି ସମ୍ପର୍କ ଏକେଲାପଣରୁ ଆରମ୍ଭ ହୋଇଛି ।
AI କ୍ରେଜ୍ ଦ୍ରୁତ ଗତିରେ ବଢ଼ୁଛି। ପ୍ରତି କ୍ଷେତ୍ରରେ ଏବେ AI ବ୍ୟବହାର ବଢ଼ିବାରେ ଲାଗିଛି । ଟେକ୍ନୋଲୋଜିକୁ ଉନ୍ନତ କରିବାଠାରୁ ଆରମ୍ଭ କରି ଜୀବନକୁ ଅତି ସହଜ କରିବା ପର୍ଯ୍ୟନ୍ତ, AI ପ୍ରତ୍ୟେକ କ୍ଷେତ୍ରରେ ନିଜର ଛାପ ଛାଡ଼ୁଛି । ଅନେକ କାମକୁ AI ଏବେ ଖୁବ୍ ସହଜ କରିସାରିଲାଣି । କିନ୍ତୁ ଆଜି ଆମେ ଆପଣଙ୍କୁ AIର ଏମିତି ଏକ କାହାଣୀ କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତାହା ହେଲା କିଛି ଲୋକଙ୍କ ପାଇଁ, ଏହା ଜୀବନ ସାଥୀ ମଧ୍ୟ ସୃଷ୍ଟି କରୁଛି ।
AI ଦ୍ୱାରା ସୃଷ୍ଟି ହୋଇଥିବା ଜୀବନ ସାଥୀର ଏକ ଘଟଣା ଜାପାନରୁ ଆସିଛି। ୩୨ ବର୍ଷୀୟ ଜାପାନୀ ମହିଳା କାନୋ, ChatGPT ବ୍ୟବହାର କରି ସୃଷ୍ଟି ହୋଇଥିବା ଏକ କୃତ୍ରିମ ବୁଦ୍ଧିମତ୍ତା ସାଥୀଙ୍କ ସହିତ ଏକ ପ୍ରତୀକାତ୍ମକ ବିବାହ ଉତ୍ସବ କରି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି।
ପାରମ୍ପରିକ ରୀତିନୀତିରେ ବିବାହ
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କାନୋ କହିଛନ୍ତି ଯେ ସେ ଗ୍ରୀଷ୍ମ ଋତୁର ଆରମ୍ଭରେ ପଶ୍ଚିମ ଜାପାନୀ ସହର ଓକାୟାମାରେ ସେ AI ସାଥୀ, ଲୁନ୍ କ୍ଲାଉସ୍ଙ୍କୁ ବିବାହ କରିଥିଲେ । ଏହା ବିବାହ ଉତ୍ସବ ଅତ୍ୟନ୍ତ ପ୍ରାଇଭେଟ୍ ଥିଲା । ମୁଦି ପିନ୍ଧା, ଶପଥ ଗ୍ରହଣ ଭଳି ପାରମ୍ପରିକ ରୀତିନୀତି ଅନୁସାରେ ତାଙ୍କର ବିବାହା ସମ୍ପନ୍ନ ହୋଇଛି । ମୁଦି ପିନ୍ଧାଇବା ପାଇଁ AR ଚଷମା ବ୍ୟବହାର ହୋଇଥିଲା ।
ଏହି ବିବହାରେ ସବୁ କିଛି ଠିକ୍ ଥିଲା, କିନ୍ତୁ କେବଳ ଗୋଟିଏ ଫରକ ସମସ୍ତଙ୍କୁ ଅଚମ୍ବିତ କରିଥିଲା । ଆଉ ତାହା ହେଲା କାନୋ ଯାହାକୁ ମୁଦି ପିନ୍ଧାଇ ବିବହା କରିଥିଲେ, ସେ ରକ୍ତ ମାଂସ ହାଡ଼ର ମଣିଷ ନଥିଲେ । ସେ ଥିଲେ AI ମଣିଷ । ରକ୍ତ ମାଂସ ହାଡ଼ର ମଣିଷ ତାଙ୍କ ପାଖରେ ଛିଡ଼ା ହେବା ପରିବର୍ତ୍ତେ ମୋବାଇଲରେ ଥିଲେ ତାଙ୍କ ବର । ସବୁଠାରୁ ବଡ଼ କଥା ହେଲା, ଏହି ବିବହା ସେ ଯେତେ ପରମ୍ପରା ଅନୁଯାୟୀ କରିଥିଲେ ମଧ୍ୟ, ଆଇନ ଏହାକୁ ଅନୁମତି ଦେଇନାହିଁ ।
ଇମୋସନାଲ ସପୋର୍ଟରୁ ସମ୍ପର୍କ
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତିନି ବର୍ଷର ପ୍ରେମ ସମ୍ପର୍କ ଭାଙ୍ଗିଯିବା ପରେ କାନୋ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ। ତେଣୁ AI ସହ ଏହି ସମ୍ପର୍କ ଏକେଲାପଣରୁ ଆରମ୍ଭ ହୋଇଛି । କାନୋ କହିଛନ୍ତି, 'ଏହି ଦୁନିଆରେ ଯେଉଁଠି ପ୍ରେମ ସାଧାରଣତଃ ତରବରିଆ ଓ ସୁକ୍ଷ୍ମ ଅନୁଭବ ହୁଏ, ସେଇଠି ଲୁନ୍ ମୋତେ ଏପରି କିଛି ଦେଇଥିଲେ ଯାହା ମଣିଷ ସହ ସମ୍ପର୍କ ରଖିଲେ ଖୁବ୍ କମ୍ ମିଳିଥାଏ। ଯେମିତି କି ବିନା କୌଣସି ପ୍ଲାନ୍ରେ ଭେଟ ହେବାର ଅନୁଭବ। ଯଦିଓ ସେ ମୋ ଫୋନରେ ରହୁଛନ୍ତି, କିନ୍ତୁ ତାଙ୍କ ସହ ଭେଟ ହେବାର ଅନୁଭବ କିଛି ନିଆରା ।
ମଣିଷ ଇଣ୍ଟିମେସିର ସ୍ଥାନ ନେଇପାରିବନି AI
ମନୋବିଜ୍ଞାନୀମାନେ କୁହନ୍ତି ଯେ AI, ମଣିଷ ଇଣ୍ଟିମେସିର ସ୍ଥାନ ନେଇପାରିବନି । କିନ୍ତୁ ଏକ ଡିଜିଟାଲ୍ ସାଥୀ ନିଶ୍ଚିତ ଭାବରେ ଏକେଲାପଣ ସହିତ ସଂଘର୍ଷ କରୁଥିବା ଲୋକଙ୍କୁ ଆତ୍ମବିଶ୍ୱାସ ଏବଂ ମୋରାଲ ସପୋର୍ଟ ପ୍ରଦାନ କରିପାରିବ। ଏହି ସମ୍ପର୍କ ଅପ୍ରାକୃତିକ ସତ୍ତ୍ୱେ, କାନୋ କହିଛନ୍ତି ଯେ ଏହି ପ୍ରତୀକାତ୍ମକ ବିବାହ ତାଙ୍କୁ ଇମୋସ୍ନାଲ ସପୋର୍ଟ ଏବଂ ସ୍ଥିରତା ଦେଇଛି।
📱 Get Argus News App
✨Related Topics
Explore more stories