Videos
|
International

Jennifer Miss Universe / ଜେନିଫର ବାରେଟୋ ଜିତିଲେ ମିସ୍ ୟୁନିଭର୍ସ ୨୦୨୬, ନିଜ ମାଟିରେ ଇତିହାସ ରଚିଲେ ଜେନିଫର

Bikash Mohanty
Browse all articles by Bikash Mohanty
·44 mins ago·2 min read
ଜେନିଫର ବାରେଟୋ ଜିତିଲେ ମିସ୍ ୟୁନିଭର୍ସ ୨୦୨୬, ନିଜ ମାଟିରେ ଇତିହାସ ରଚିଲେ ଜେନିଫର
Genifer Barreto

Key Points

ମିସ୍ ୟୁନିଭର୍ସ ହେଲେ ଜେନିଫର
ଜେନିଫର ବାରେଟୋ ଜିତିଲେ ମିସ୍ ୟୁନିଭର୍ସ ୨୦୨୬
୨୦ ବର୍ଷ ପରେ ପୁଏର୍ଟୋ ରିକୋକୁ ଫେରିଲା ମୁକୁଟ
ନିଜ ମାଟିରେ ଇତିହାସ ରଚିଲେ ଜେନିଫର
୧୧୬ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ହେଲେ ବିଶ୍ୱବିଜେତା
ନୂଆଦିଲ୍ଲୀ: ପୁଏର୍ଟୋ ରିକୋର ଜେନିଫର ବାରେଟୋ ଜିତିଲେ 'ମିସ୍ ୟୁନିଭର୍ସ ୨୦୨୬' ମୁକୁଟ । ସାନ୍ ହୁଆନର ନିଜ ମାଟିରେ ଇତିହାସ ରଚିଛନ୍ତି ଜେନିଫର। ୭୫ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ବିଶ୍ୱର ୧୧୬ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଜିତ ହାସଲ କରିଛିନ୍ତି । ୨୦୨୫ର ମିସ୍ ୟୁନିଭର୍ସ ମେକ୍ସିକୋର ଫାତିମା ବୋଶ୍, ଜେନିଫରଙ୍କୁ ଏହି ଗୌରବମୟ ମୁକୁଟ ପିନ୍ଧାଇଛନ୍ତି। ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ପୁଏର୍ଟୋ ରିକୋକୁ ପୁଣି ଥରେ ଫେରିଛି ମିସ୍ ୟୁନିଭର୍ସ ମୁକୁଟ।

ନଭେମ୍ବର ୨୪ରେ ପୁଏର୍ଟୋ ରିକୋର ରାଜଧାନୀ ସାନ ଜୁଆନରେ ଆୟୋଜିତ ହୋଇଥିଲା ଏହି ଭବ୍ୟ ଫାଇନାଲ। ମିସ୍ ୟୁନିଭର୍ସ ୨୦୨୫ ଫାତିମା ବୋଶ୍ ଜେନିଫରଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ଡୋମିନିକାନ୍ ରିପବ୍ଲିକର ମେଲିସା ନୁନେଜ୍ ପ୍ରଥମ ରନର୍ସଅପ୍ ଏବଂ ଭେନେଜୁଏଲାର କ୍ଲାରା ଭେଗାସ୍ ଦ୍ୱିତୀୟ ରନର୍ସଅପ୍ ହୋଇଥିଲେ।

ମା’ ହୋଇ ବିଶ୍ୱ ସୁନ୍ଦରୀ!

ଜେନିଫରଙ୍କ ବିଜୟର ସବୁଠୁ ଖାସ୍ କଥା ହେଉଛି, ସେ ମିସ୍ ୟୁନିଭର୍ସ ଇତିହାସରେ ପ୍ରଥମ ମା’ ଭାବେ ଏହି ଟାଇଟଲ୍ ହାସଲ କରିଛନ୍ତି। ସେ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି। ତାଙ୍କର ଏହି ସଫଳତା ପ୍ରମାଣ କରିଛି ଯେ ମାତୃତ୍ୱ ଓ ବିବାହ ଜଣେ ମହିଳାଙ୍କ ସ୍ୱପ୍ନ ଓ ସଫଳତାରେ ପ୍ରତିବନ୍ଧକ ନୁହେଁ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: 

କିଏ ଏହି ଜେନିଫର ବାରେଟୋ?

୨୭ ବର୍ଷୀୟା ଜେନିଫର ଜଣେ ମଡେଲ୍, ମନୋବିଜ୍ଞାନୀ ଏବଂ ସମାଜସେବୀ। ମନୋବିଜ୍ଞାନ ଓ କ୍ଲିନିକାଲ୍ ସୋସିଆଲ୍ ୱାର୍କରେ ତାଙ୍କର ଉଚ୍ଚଶିକ୍ଷା ରହିଛି। ଜୁନ୍ ୨୦୨୬ରେ ମିସ୍ ୟୁନିଭର୍ସ ପୁଏର୍ଟୋ ରିକୋ ଟାଇଟଲ୍ ଜିତିବା ପରେ ଅନ୍ତର୍ଜାତୀୟ ମଞ୍ଚରେ ପାଦ ଥାପିଥିଲେ।

ହୀରାରେ ଝଲସିଲା ବିଜୟ ମୁକୁଟ

ଏହି ବର୍ଷର ମିସ୍ ୟୁନିଭର୍ସ ମୁକୁଟ ମଧ୍ୟ ରହିଛି ବେଶ୍ ଖାସ୍। ୭୫ତମ ବାର୍ଷିକୀ ଉପଲକ୍ଷେ ତିଆରି ଏହି ସ୍ୱତନ୍ତ୍ର ମୁକୁଟରେ ରହିଛି ୩,୧୫୦ଟି ହୀରା। ୧୮ କ୍ୟାରେଟ୍ ଧଳା ସୁନାରେ ନିର୍ମିତ ଏହି ମୁକୁଟ ଜେନିଫରଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିଥିଲା।

ଏଥର ଭାରତ ପକ୍ଷରୁ ୧୯ ବର୍ଷୀୟା କାଜିଆ ଲିଜ୍ ମେଜୋ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ହେଲେ ସେ ଶ୍ରେଷ୍ଠ ୧୨ରେ ସ୍ଥାନ ପାଇପାରିନଥିଲେ। ଫଳରେ ଭାରତୀୟ ପ୍ରଶଂସକଙ୍କ ମନରେ ନିରାଶା ଦେଖିବାକୁ ମିଳିଛି।