୪୦୦ ମିଲିୟନ ସବ୍ସ୍କ୍ରାଇବର ଭାବେ ଜିମିଙ୍କ ରେକର୍ଡ , ନିଜେ ଉପହାର ଦେଲେ ୟୁଟ୍ୟୁବ ସିଇଓ

Key Points
ଟି-ସିରିଜକୁ ପଛରେ ପକାଇଲେ ଜିମି ଡୋନାଲ୍ଡସନ୍
ୟୁଟ୍ୟୁବରେ ଜିମିଙ୍କର ୪୦୦ ମିଲିୟନ ସବ୍ସ୍କ୍ରାଇବର
ବିଶ୍ଵର ସବୁଠୁ ଅଧିକ ୟୁଟ୍ୟୁବ୍ ସବ୍ସ୍କ୍ରାଇବର ଭାବେ ଜିମିଙ୍କ ରେକର୍ଡ
ଅରବପତିଙ୍କୁ ନିଜେ ସ୍ଵତନ୍ତ୍ର ପ୍ଲେ ବଟନ୍ ଦେଲେ ୟୁଟ୍ୟୁବ୍ ସିଇଓ
ଫେମସ ୟୁଟ୍ୟୁବରଜିମି ଡୋନାଲ୍ଡସନ ଓରଫ ମିଷ୍ଟର ବିଷ୍ଟ ନିଜ ଚ୍ୟାନେଲରେ ୪୦୦ ମିଲିୟନ ସବ୍ସ୍କ୍ରାଇବର ପାର୍ କରିଛନ୍ତି । ଜିମି ପ୍ରଥମ ୟୁଟ୍ୟୁବର ଯିଏ କଷ୍ଟମାଇଜ୍ଡ ଡାଇମଣ୍ଡ ପ୍ଲେ ବଟନ ହାସଲ କରିଛନ୍ତି । ୨୦୨୫ ଜୁନ ୧ରୁ ୪୦୦ ମିଲିୟନ ସବ୍ସ୍କ୍ରାଇବର ପାର କରି ଦେଇଥିଲେ । ଭାରତର ଟି-ସିରିଜର ୨୯୯ ମିଲିୟନ ସବ୍ସ୍କ୍ରାଇବର ଥିବାବେଳେ ତାକୁ ପଛରେ ପକାଇ ରେକର୍ଡ କରିଛନ୍ତି ଜିମି । ଏଥିପାଇଁ ତାଙ୍କୁ ୟୁଟ୍ୟୁବ ତରଫରୁ କଷ୍ଟମାଇଜଡ୍ ଡାଇମଣ୍ଡ ପ୍ଲେ ବଟନ ଦିଆଯାଇଛି । ଯେଉଁ ପ୍ଲେ ବଟନ୍ ମଝିରେ ଗୋଟେ ବ୍ଲୁ
ଷ୍ଟୋନ ଥିବା ଦେଖିବାକୁ ମିଳିଛି । ଏହା ଅନ୍ୟ ପ୍ଲେ ବଟନ୍ ଠାରୁ ସମ୍ପୁର୍ଣ୍ଣ ଅଲଗା । ଏହା ଖାସ ଜିମିଙ୍କ କଣ୍ଟେଣ୍ଟ ପାଇଁ ତିଆରି ହୋଇଥିଲା । ୟୁଟ୍ୟୁବର ସିଇଓ ନିଲ୍ ମୋହନ ନିଜେ ମିଷ୍ଟର ବିଷ୍ଟଙ୍କୁ ଏହି ପ୍ଲେ ବଟନ୍ ଦେଇଥିଲେ । ଯାହାର ଫଟୋ ଜିମି ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ଜିମିଙ୍କ କଣ୍ଟେଣ୍ଟ ସୋସିଆଲ ମିଡିଆରେ ସବୁବେଳେ ବେଶ ଚର୍ଚ୍ଚାରେ ରହିଥାଏ । ତାଙ୍କର ଟ୍ରେଣ୍ଡ ଅନ୍ୟ ୟୁଟ୍ୟୁବର ମାନଙ୍କ ଠାରୁ ସମ୍ପୁର୍ଣ୍ଣ ଅଲଗା । କିଛିଜଣ ତାଙ୍କର ଟ୍ରେଣ୍ଡକୁ ଫଲୋ କରିବାକୁ ଚେଷ୍ଟା କରିଥାନ୍ତି । ଆଉ କିଛିଜଣ ତାଙ୍କ ଟ୍ରେଣ୍ଡକୁ ଫଲୋ କରି ଲକ୍ଷ ଲକ୍ଷ ସବ୍ସ୍କ୍ରାଇବର ହାସଲ କରିଛନ୍ତି । ତାଙ୍କର ନେଟୱର୍ଥ ପାଖାପାଖି ୧ ବିଲିୟନ ଡଲାର ବୋଲି କିଛି ସେଲିବ୍ରେଟି ମାନେ କହିଛନ୍ତି ।
ଜିମି ନିଜର ପ୍ଲେ ବଟନ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିବା ସହ ଲେଖିଛନ୍ତି, ଏକ ଦଶନ୍ଧି ତଳେ ସେ କେବେ ବି ଭାବିନଥିଲେ, ସେ ୟୁଟ୍ୟୁବରେ ଏପରି ହାସଲ କରିପାରିବେ । କିନ୍ତୁ ମତେ କଣେଣ୍ଟ ତିଆରି କରିବା ଖୁବ ପସନ୍ଦ ଥିଲା । ସେଥିପାଇଁ ମୁଁ କଣ୍ଟେଣ୍ଟ ତିଆରି କରିବାରେ ଲାଗିଥିଲି । ତେବେ ଜୀବନର ସବୁଠାରୁ ବଡ଼ ଉପହାର ହେଉଛି ପ୍ରତିଦିନ ସକାଳୁ ଏକ ଉଦ୍ଦେଶ୍ୟ ସହିତ ଉଠିବା ଏବଂ YouTube ଏବଂ ଆପଣମାନଙ୍କ ଯୋଗୁଁ ଏହା ମୁଁ ପାଇଛି। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୨୭ ବର୍ଷୀୟ ଯୁବକ ବିଶ୍ୱର ଅଷ୍ଟମ ସର୍ବକନିଷ୍ଠ କୋଟିପତି ଭାବେ ସଫଳତା ହାସଲ କରିଛନ୍ତି । ୭ ବର୍ଷ ତଳେ ସେ ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ ।