Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ ଜୋ ବାଇଡେନ

Smruti Parija
Browse all articles by Smruti Parija
·1 year ago
ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ ଜୋ ବାଇଡେନ

ଅର୍ଗସ ବ୍ୟୁରୋ: ସମ୍ମୁଖ ଯୁଦ୍ଧରୁ ହଟିଲେ ବାଇଡେନ । ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ ଜୋ ବାଇଡେନ । ଦେଶ ଓ ଦଳର ହିତ ଦୃଷ୍ଟିରେ ସେ ଏହି ନିଷ୍ପତ୍ତି ନେଇଥିବା ନିଜେ ଘୋଷଣା କରିଛନ୍ତି ବାଇଡେନ । ସ୍ବାସ୍ଥ୍ୟବସ୍ଥାକୁ ନେଇ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଥିବାବେଳେ ଚର୍ଚ୍ଚାରେ ବିରାମ ଲାଗାଇଛନ୍ତି ବାଇଡେନ ।

ଏବେ ଡେମୋକ୍ରାଟିକ ପାର୍ଟି ଡୋନାଲ୍ଡ ଟ୍ରମ୍ପଙ୍କ ବିପକ୍ଷରେ କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଉପରାଷ୍ଟ୍ରପତି କମଲା ହାରିସ ହୋଇପାରନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଲାଇଭ ଡିବେଟରେ ମଧ୍ୟ ଟ୍ରମ୍ପଙ୍କ ତୁଳନାରେ ଦୁର୍ବଳ ପ୍ରଦର୍ଶନ କରିଥିଲେ ବାଇଡେନ । ଯାହାକୁ ନେଇ ନିର୍ବାଚନରୁ ଓହରି ଯିବା ପାଇଁ ଅନେକ ଶୁଭେଚ୍ଛୁ ବାଇଡେନଙ୍କୁ ପରାମର୍ଶ ଦେଇଥିଲେ ।

ଆହୁରି ପଢନ୍ତୁ ବିଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Joe Biden will not contest the upcoming US presidential election | Argus News